ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଷ୍ଟାଡିୟମରେ “ବାମାନଘାଟି ମହୋତ୍ସବ ମାଦଲ-୨୦୨୩” ଜିଲ୍ଲାପାଳଙ୍କ ଦ୍ବାରା ଉଦଘାଟିତ 

 ମୟୂରଭଞ୍ଜ- (ମସିହା) ମୟୂରଭଞ୍ଜ ଜିଲ୍ଲାର ବଣ,ଜଙ୍ଗଲ,ପାହାଡ଼, ପର୍ବତ, ନଦୀ,ନାଳ,ବହୁ ଜନଜାତି ସହିତ ବିଭିନ୍ନ ସଂପ୍ରଦାୟର ବାସସ୍ଥଳ ତଥା ସର୍ବଵୃହତ୍ତମ ବାମଘାଟୀ ଉପଖଣ୍ଡ ହେଉଛି ସଂସ୍କୃତିର ଗନ୍ତାଘର ଓ ଏନ୍ତୁଡ଼ିଶାଳ ।ଏହାର କଳା, ଭାସ୍କର୍ଯ୍ୟ, ନୃତ୍ୟ,ପରଂପରା, ସଂସ୍କୃତି ସାରା ବିଶ୍ବରେ ଅନନ୍ୟ ।ଏହାର ସଂସ୍କୃତି ଓ ଲୋକ କଳାକୁ ଉଜ୍ଜିବିତ ରଖିବା ଏବଂ ଏହାର ପ୍ରଚାର ଓ ପ୍ରସାର ପାଇଁ ଅତିକମରେ ଵାମନଘାଟୀ ଉପଜିଲ୍ଲାପାଳ ସତ୍ୟ ମଲ୍ଲିକ ଏକ ଗଣ ଉତ୍ସବ / ଵାମନଘାଟୀ ମହୋତ୍ସବ’ମାଦଲ’ ପ୍ରଶାସନିକ , ସାମ୍ବାଦିକ ଓ ସହରବାସୀଙ୍କୁ ନେଇ ଆରମ୍ଭ କରିଥିଲେ । ସେହି ଛୋଟିଆ ଚାରାଆଜି ଏକ ବିରାଟ ଦୃମ ଭାବରେ ଠିଆ ହୋଇଛି । ଅତିକମରେ ନିର୍ବାଚନ ଓ କରୋନା ଯୋଗୁଁ ୨୦୧୬ ରୁ ୨୦୨୩ ପର୍ଯ୍ୟନ୍ତ ଏହି ଵାମନଘାଟୀ ମହୋତ୍ସବ ବନ୍ଦ ଥିଲା ।ଚଳିତ ବର୍ଷ ଉପଜିଲ୍ଲାପାଳ ଶ୍ରୀ ସରଜ ଦାସଙ୍କ ପ୍ରଚେଷ୍ଟା ଯୋଗୁଁ ଏହା ଆରମ୍ଭ ହୋଇଛି । ରାଇରଙ୍ଗପୁର ଷ୍ଟାଡିୟମରେ ଏପ୍ରିଲ ୪/୫ ଏବଂ ୬ ତିନି ଦିନ ଧରି ଏହି ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି ।ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଵିନୀତ୍ ଭରଦ୍ୱାଜ ଅନ୍ୟ ବରେଣ୍ୟ ଅତିଥି ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଦ୍ଯାନଦେଓ ଖିଲାରୀ , ପିଡି ଡିଆରଡିଏ ଦୌଲତ କୁମାର ଚନ୍ଦ୍ରକାର ,ଏଡିଏମ୍/ ରାଇରଙ୍ଗପୁର ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହେମନ୍ତ ସିଂ, ଡିଏଫଓ ନଳିନୀକାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ପୂର୍ବାହ୍ନ ୯ ଘଟିକା ରେ ଉପଜିଲ୍ଲାପାଳ ମଂଚ ପୂଜନ କରିଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀବୃନ୍ଦ ପ୍ରଦର୍ଶିନୀ ପଡ଼ିଆରେ ଷ୍ଟଲ ଉଦଘାଟନ କରି ବୁଲି ପରିଦର୍ଶନ କରିଥିଲେ । ପରେପରେ ପ୍ରଦୀପପ୍ରଜ୍ବଳନ କରି ଦିର୍ଘ ୭ ବର୍ଷ ବହୁ ପ୍ରତିକ୍ଷିତ ଵାମନଘାଟୀ ମହୋତ୍ସବ ‘ମାଦଲ-୨୦୨୩’ କୁ ଶୁଭ ଉଦ୍ଘାଟନ କରିଥିଲେ । ବାମନଘାଟୀ ମହୋତ୍ସବୟ ଅଧ୍ୟକ୍ଷ ଉପ ଜିଲ୍ଲାପାଳ ଶ୍ରୀ ସରୋଜ ଦାସ ପ୍ରାରମ୍ଭିକ ଭାଷଣ ଦେଇଥିଲେ । ପରେ ପରେ ଅତିଥିଗଣ କହିଥିଲେ ଜୀବନ ଏକ ରସମୟ ।ବାସ୍ତବାଦୀ ଦୁନିଆରେ ମଣିଷ ପାଲଟିଯାଇଛି ମେସିନ ।କାହାରି ପାଖରେ ସମୟ ନାହିଁ କି ଶାନ୍ତି ନାହିଁ !ଶ୍ରମ ଓ ଅର୍ଥପୁର୍ଣ ଜୀବନରେ ବି ହସ ଲିଓ ଖୁସି ହଜିଯାଇଛି ।ଆମର କଳା, ସଂସ୍କୃତି ହିଁ ଆଣିଦିଏ ଖୁସି ।ଏହି ମହୋତ୍ସବ ଜରିଆରେ ବିଲୁପ୍ତ ହେବାକୁ ଯାଉଥିବା କଳା ଓ ସଂସ୍କୃତି ଓ ଯୁବ କଳାକାର ସୃଷ୍ଟି କରିବା, ସଂସ୍କୃତିକୁ ବଂଚାଇଵା ପାଇଁ ମହୋତ୍ସବ ହେଉଛି ଏକ ମାଧ୍ୟମ ବୋଲି ଅତିଥି ଗଣ କହିଥିଲେ । ସଂସ୍କୃତି , ଲୋକନୃତ୍ୟ,ଓ କଳାକୁ ବଂଚାଇବା ପାଇଁ ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି ।ଏହି ଅବସରରେ ଅତିଥି ମାନଙ୍କ ଦ୍ବାରା ସ୍ମରଣିକା ‘ ଧରା ସରଗ’ ଉନ୍ମୋଚିତ ହୋଇଥିଲା । ବିଶିଷ୍ଟ ଧୁମ୍ ଗାୟକ ସଜନ ବଳ,ଛଉନୃତ୍ୟ ସଂଗଠକ ଦୁଷ୍ମନ୍ତ ବସା,ପାଲା ଗାୟକ ଭିକାରୀ ଚରଣ ମହାପାତ୍ର ,ସଂକୀର୍ତ୍ତନ ଗାୟକ ମନୋରଞ୍ଜନ ବେହେରାଙ୍କୁ ପୁଷ୍ପଗୁଚ୍ଛ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ବାମାନଘାଟି ଉପଜିଲ୍ଲାପାଳ ସରୋଜ ଦାସ ପୁରୁଣା ଓଡ଼ିଆ ଓ ହିନ୍ଦୀ ଗୀତ ଏଇ ଯେ ଵନଲତା ପାହାଡ଼, ସୀମା ହୀନ ଦରିଆ,ମେଳେ ନୈନା ସାବୁନ ଭାଦୋ ଗୀତ ଗାଇ ସମଗ୍ର ପଡ଼ିଆର ଉପସ୍ଥିତ କଳାପ୍ରେମୀଙ୍କୁ ବିମୋହିତ କରି ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଞ୍ଜାମ ର ଯୋଡି ଶଙ୍ଖ , ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ଓଡ଼ିଶୀ,,ବାଟା ନାଚ ,ଧୁମ୍ ,ଛଉ,ଆଦି ସୁମନ,ବାହା ନୃତ୍ୟ,ଦଶାବତାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରାଯାଇଥିଲା।୭ ବର୍ଷ ପରେ ମହୋତ୍ସବ ହେଉଥିବାରୁ ହଜାର ହଜାର ଦର୍ଶକ ପଡିଆକୁ ଆସି ଭିଡ଼ ଜମାଇବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା,ଷ୍ଟଲ ବୁଲିବା,ମନ ପସନ୍ଦର ଜିନିଷ କିଣିବା,ଖାଇବାର ମଜା ନେଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଶ୍ରୀ ଶ୍ୟାମ ପରିବାର ପକ୍ଷ ରୁ ମଙ୍ଗଳ ପାଠ ଓ ସାମୁହିକ ଏକାଦଶୀ ବ୍ରତ ଉଦଯାପନୀ 

masiha

କୋକସରା ବ୍ଲକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

masiha

ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ  ପୁରସ୍କୃତ ହେଲେ କର୍ମକର୍ତ୍ତା, ଆଠଗୋଟି ଗ୍ରାମ ପଞ୍ଚାୟତକୁ ପ୍ରୋତ୍ସାହନ ରାଶି ପ୍ରଦାନ, ବକ୍ତୃତା ପ୍ରତିଯୋଗିତାରେ ଶିକ୍ଷାର୍ଥୀ ପୁରସ୍କୃତ

masiha

Leave a Comment

error: Content is protected !!