ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାରେ,ଯୀଶୁ ଙ୍କ କୃଶ ବିଧ ଦିବସ ପାଳିତ

ନବରଙ୍ଗପୁର,୭/୪(ମସିହା) ନବରଙ୍ଗପୁର ସଦରମହକୁମା ଯେଇ ଏଲ୍ ଚର୍ଚ୍ଚ ସମେତ ଜିଲ୍ଲା ର ୧୦ ଟି ବ୍ଲକ୍ ର ଚର୍ଚ୍ଚ ଗୁଡ଼ିକ ରେ ଯୀଶୁ ଙ୍କ କୃଶ ବିଧ ଦିବସ ପାଳିତ ହୋଇଯାଇଛି ।ଏହି ଦିନକୁ କେବଳ ନବରଙ୍ଗପୁର ଜିଲ୍ଲା ରେ ନାହି ସାରା ପୃଥିବୀ ଏହି ଦିନକୁ ଶୁଭ ଶୁକ୍ରବାର ଭାବେ ପାଳନ କରୁଛି। ଯୀଶୁ ଙ୍କୁ ବିନା କାରଣରେ କୌଣସି ଭୁଲ ନ ଥାଇ ତାଙ୍କୁ ମୃତ୍ୟୁ ଦଣ୍ଡ ଦେବା ପାଇଁ ରୋମ ଶାସକ ପିଲାତଙ୍କୁ ବାଧ୍ୟ କରିଥିଲେ। କିନ୍ତୁ ପିଲାତ କରୋଡ଼ା ପ୍ରହାର କରି ଛାଡ଼ି ଦେବାକୁ କହିଥିଲେ।ଏହାଙ୍କ ଠାରେ ଏମିତି କିଛି ତ୍ରୁଟି ମୁଁ ଦେଖି ପାରୁ ନାହିଁ,ବୋଲି କହିଥିଲେ। ଯୀଶୁ ଙ୍କୁ ଦେଶଦ୍ରୋହୀ ଅଭିଯୋଗ ରେ କୃଶ ଦଣ୍ଡ ଦେବାକୁ ବାରମ୍ବାର ଚିତ୍କାର କରିବା ପରେ ସେ ବାଧ୍ୟ ହୋଇ କୃଶ ରେ ଚଡ଼ାଇବାକୁ ଅନୁମତି ଦେଇଥିଲେ,ବୋଲି ପବିତ୍ର ବାଇବେଲ ରେ ଉଲ୍ଲେଖ ରହିଛି। ସୈନ୍ୟ ମାନେ ପରିହାସ କରି ତାଙ୍କୁ ଛେପ ଥୁମ୍ପିଥିଲେ। ତାଙ୍କୁ କୃଶ ବୁହାଇ ଗଲଗଥା ପାହାଡ଼ ନିଆ ଯାଇଥିଲା।ତାଙ୍କୁ ୩ଘଣ୍ଟିକା ଯାଏ କୃଶ ରେ ଓହଳି ହୋଇ ରହିଥିଲେ। ସେତେ ବେଳେ ତାଙ୍କ ର ୭,ବାଣୀ ଉକ୍ତି କରିଥିଲେ। ହେ ପିତା ଏମାନଙ୍କୁ କ୍ଷମା କର କାରଣ ଏମାନେ କଣ କରୁଛନ୍ତି ତାହା ସେମାନେ ଜାଣନ୍ତି ନାହିଁ। ମୁଁ ତୁମକୁ ସତ୍ୟ କହୁଛି ଆଜି ତୁମ୍ଭେ ମୋ ସହିତ ପାରଦୀଶ ରେ ଉପସ୍ଥିତି ହେବ। ଗୋ ନାରୀ ଦେଖ ତୁମ୍ଭର ପୁତ୍ର, ଦେଖ ତୁମ୍ଭର ମାତା। ଏଲୀ ଏଲୀ ଲାମା ସବକଥାନୀ, ଅର୍ଥାତ୍ ହେ ମୋହର ଈଶ୍ୱର ତୁମ୍ଭେ ମତେ କାହିଁକି ପରିତ୍ୟାଗ କଲ। ମତେ ତୃଷା ଲାଗୁଛି। ସମାପ୍ତ ହେଲାହେ ପିତା ତୁମ୍ଭ ହସ୍ତରେ ମୋହର ଆତ୍ମା ସମର୍ପଣ କରୁଅଛି।ଏହାକୁ ସ୍ମରଣ କରି , ନିଜ ପାପ ପାଇଁ ଯୀଶୁ କୃଶ ରେ ତାଙ୍କ ରକ୍ତ ରେ ସମଗ୍ର ମାନବ ଜାତିର ପାପ କୁ ମୋଚନ କରିଛନ୍ତି। ପବିତ୍ର ବାଇବଲ ବିଭିନ୍ନ ପଦ ପର୍ବ ପାଠ କରି ନିଜ ନିଜ ଚର୍ଚ୍ଚ ରେ ଥିବା ଖ୍ରୀଷ୍ଟୀୟ ଭାଈ ଭଉଣୀ ମାନଙ୍କୁ ପାଳକ ମାନେ ପାଠ କରିବା ସହିତ କୃଶ କୁ ଆଧାରିତ ଖ୍ରୀଷ୍ଟୀୟ ସଙ୍ଗୀତ ଗାନ କରି ଆଜିର ପବିତ୍ର ଶୁଭ ଶୁକ୍ରବାର ବା ପବିତ୍ର ଦିବସ କୁ ପାଳନ କରିଛନ୍ତି। ନବରଙ୍ଗପୁର ପ୍ରଧାନ ମଣ୍ଡଳୀ ରେଭ୍ ଯୁଝେଶ୍ଵର ନାୟକ, ରେଭ୍ ବବିଲନ ବିଷୋୟୀ, ଏଲିଜା ବେଥ ବାଘ, ନବରଙ୍ଗପୁର ହାଲ୍ଲେ ଲୁୟା ଚର୍ଚ୍ଚ ପ୍ରେରିତ ଡକ୍ଟର ତିମତି ଛିଞ୍ଚାଣି ,ମାଝିଗୁଡ଼ା ରେଭ୍ ସୁରେନ୍ଦ୍ର ସୁନା, ଭୂର୍ଭସି ରେଭ୍ ବିନିତା ସୁନା, ଜାମ୍ୱଗୁଡ଼ା ପ୍ରଧାନ ମଣ୍ଡଳୀ ରେଭ୍ ଅନନ୍ତ ନାଗ, କାମତା ରେଭ୍ ନମ୍ରଶିଲ, ତେନ୍ତୁଳିଖୁଣ୍ଟି, କ୍ୟାଥଳିକ ଚର୍ଚ୍ଚ ଯାଜକ ଜେମେସ ମାଟମ୍, ତେନ୍ତୁଳିଖୁଣ୍ଟି ଯେଇଏଲ ଚର୍ଚ୍ଚ ୧ ରେଭ୍ ବିପିନ ବିହାରୀ ଧାନଫୁଲ, ଯେଇଏଲ ଚର୍ଚ୍ଚ ରେଭ୍ ଯୀଶୁଦାନ ତୁରୁକ୍, ଆଇ ଏମ୍ ଏସ ଟି ଚର୍ଚ୍ଚ ବିନୟ କୁମାର ଛାତି, ନୂଆସାହି ଚର୍ଚ୍ଚ ରମେଶ ଗରଡ଼ା ଖାତିଗୁଡା ରେଭ୍ କିଶୋର ଛତ୍ରୀୟା, ପଟାଗୁଡ଼ା ରେଭ୍ ରାଜୀବ ମାଣ୍ଡି, ଖଣ୍ଡିଆଗୁଡ଼ା ରମେଶ ପାତ୍ର ବାଘ, ଉମରକୋଟ ପୁଜାରୀଗୁଡ଼ା ରେଭ୍ ଦାଉଦ୍ ସାଗର, ସମେତ ଜିଲ୍ଲା ର ସମସ୍ତ ଚର୍ଚ୍ଚ ରେ ପାଳକ ମାନେ ଉପସ୍ଥିତ ଥାଇ ଆଜିର ବାକ୍ୟ ପରିବେଷଣ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ବିନା ସୂଚନା ଫଳକ ରେ ପୂର୍ତ୍ତ ବିଭାଗ ରାସ୍ତା କାମ । ଠିକା ସଂସ୍ଥାର ମନମାନି; ଧୂଳି ମାଡ ରେ କଲବଲ ଜନତା

Sunil Chandra Nayak

ଇଂମ୍ଫା ଥେରୁବାଲି ରେ ଗର୍ବ ଓ ଦେଶଭକ୍ତି ସହ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ଡାବୁଗାଁରେ ୭୭ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!