ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ବ୍ଳକ ଅଧ୍ୟକ୍ଷ ଙ୍କ ପରଲୋକ

ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ର ପୁର୍ବତନ ବ୍ଲକ ଚେୟାରମେନ ତଥା ଆଇନଜୀବି ମଧୁ ଦାସ ଙ୍କ ଆଜି ହ଼଼ଦଘାତ ଜନୀତ ଯୋଗୁଁ ମ଼ତ୍ୟୁ ଘଟିଛି । ଖଡ଼ିଆଳ ବ୍ଳକ ତୁକୁଲା ନିବାସୀ ମଧୁସୁଦନ ଦାସ ଗତ କିଛି ବର୍ଷ ଧରି ହାର୍ଟ ଜନୀତ ରୋଗ ରେ ଆକ୍ରାନ୍ତ ଥିଲେ ଯାଫଳ ରେ ଭୁବନେଶ୍ବର ରେ ତାଙ୍କ ଝୀଅ ଘରେ ରହି ଚିକିତ୍ସିତ ହେଉଥିଲେ । ଆଜି ମଧୁଦାସ ହଠାତ ଅଶୁସ୍ଥ ହୋଇ ପଡିଥିଲେ ଓ କିଛି ସମୟ ପରେ ହ଼ଦଘାତ ଯୋଗୁଁ ସ୍ବର୍ଗବାସ ହୋଇଛନ୍ତି । ସ୍ବର୍ଗତ ଦାସ ଖଡିଆଳ ବ୍ଲକ ଚେୟାରମେନ ରହିଥବାବେଳେ ଦୁଇ ଥର ତୁକୁଲା ଗ୍ରାମ ପଞ୍ଚାୟତର ସରପଚଂ ମଧ୍ୟ ଥିଲେ ।କଂଗ୍ରେସ ସରକାର ଅମଳ ରେ ଖଡିଆଳ କୋର୍ଟ ରେ ଏ.ପି.ପି ମଧ୍ ରହିଥିଲେ । ଭୁବନେଶ୍ବର ରେ ମ଼ତ୍ୟୁ ଖବର ଶୁଣି ତୁକୁଲା ଓ ଖଡିଆଳ ର ଆଖ ପାଖ ଅଂଚଲ ରେ ଶୋକ ର ଛାୟା ଖେଳିଯାଇଛି । ତାଙ୍କ ଆତ୍ମା ର ସତଗତୀ ନିମନ୍ତେ ବହୁ ବୁଦ୍ଧିଜୀବି ।ଆଇନଜୀବି ,ସାମ୍ବାଦିକ ବର୍ଗ ତଥା ରାଜନୀତି ବ୍ୟକ୍ତି ବିଷେସ ଭଗବାନ ଙ୍କ ଠାରେ ପ୍ରାର୍ଥନା କରିଛନ୍ତି |

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଇଫୁନା ଓ ଉଫୁନା ପକ୍ଷରୁ ଅଗଷ୍ଟ କ୍ରାନ୍ତି ଦିବସ -୨୦୨୬ ପାଳିତ

Sunil Chandra Nayak

ବ୍ଲକ୍‌ଗ୍ରାଣ୍ଟ ବନାମ ଏସ୍‌ଏସ୍‌ବି: ଅଧ୍ୟକ୍ଷ ନିଯୁକ୍ତିକୁ ନେଇ ଛକାପଞ୍ଝା

ଇନଷ୍ଟିଚ୍ୟୁସନ୍ ଅଫ୍ ଇଞ୍ଜିନିୟର୍ସ (ଭାରତ), ରାଉରକେଲା କେନ୍ଦ୍ର ଦ୍ୱାରା ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ

masiha

Leave a Comment

error: Content is protected !!