ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟୁତ ବିଲ୍ ବକେୟା ଯୋଗୁଁ ଲଇତରାରେ ପାନୀୟ ଜଳ ଯୋଗାଣ ବନ୍ଦ

କେସିଙ୍ଗା – ଲଇତରା ପଞ୍ଚାୟତର କର୍ତ୍ତୃପକ୍ଷଙ୍କ କାରସାଦି ଯୋଗୁଁ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବା କାରଣରୁ ଗ୍ରାମବାସୀ ଟୋପାଏ ପାଣି ଲାଗି ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ମିଳିଥିବା ସୂଚାନନୁଯାୟୀ ଲଇତରା ପଞ୍ଚାୟତ କର୍ତ୍ତୃପକ୍ଷ ଦୀର୍ଘ ଏକବର୍ଷ ହେଲା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ ବିଲ୍ ପୈଠ କରିନଥିବାରୁ ବିଦ୍ୟୁତ ବିଭାଗ ପକ୍ଷରୁ ଲାଇନ୍ ବିଚ୍ଛିନ୍ନ କରିଦେଇଥିବାରୁ ଆଜି ଜଳ ଯୋଗାଣ ବନ୍ଦ ରହିଥିବା ଗ୍ରାମବାସୀଙ୍କ ପକ୍ଷରୁ ପ୍ରକାଶ। ଏଠାରେ ଉଲ୍ଲେଖଯୋଗ୍ୟ ପାନୀୟ ଜଳ ଯୋଗାଣ ପାଇଁ ଉଦ୍ଦିଷ୍ଟ ବିଦ୍ୟୁତ ବିଲ୍ ରାଜ୍ୟ ସରକାର ପ୍ରଦାନ କରୁଛନ୍ତି। ବିଦ୍ୟୁତ ବିଲ୍ ପ୍ରଦାନ ଓ ମରାମତି ସହ ଅନ୍ୟାନ୍ୟ ଉନ୍ନୟନ କାମ ପାଇଁ ପ୍ରତିବର୍ଷ ପଞ୍ଚାୟତ ପକ୍ଷରୁ ଆକ୍ସନ ପ୍ଲାନ୍ ପଠାଯାଇଥାଏ ଏବଂ ସେଗୁଡ଼ିକ ମଞ୍ଜୁରୀ ପରେ ଅର୍ଥ ଆସିଥାଏ। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଗତବର୍ଷ ମାର୍ଚ୍ଚ ମାସରେ ପଞ୍ଚାୟତ ପକ୍ଷରୁ ୭୫ ହଜାର ଟଙ୍କା ବିଦ୍ୟୁତ ଦେୟ ପୈଠ କରାଯାଇଥିଲେ ହେଁ ଆଜିଯାଏଁ ବାକି ଥିବା ୨ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜମା କରାଯାଇ ନଥିବାରୁ ବିଦ୍ୟୁତ ବିଭାଗ ଲାଇନ୍ ବିଚ୍ଛିନ୍ନ କରିଥିବା ଜଣାପଡିଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏଥିପାଇଁ ଆସୁଥିବା ଅର୍ଥ କୁଆଡେ ଗଲା ? ଚନ୍ଦ୍ରମଣି ସ୍ବାଇଁ, କେସିଙ୍ଗା

Related posts

କବିତା – ନିଃଶବ୍ଦ ନିନାଦ

Sunil Chandra Nayak

ନୂଆପଡା ଜିଲା ର ଗର୍ବ ଓ ଗୌରବ, ଜିଲ୍ଲାର ପ୍ରଥମ କମ ବୟସ୍କ ଛାତ୍ରୀ ଅର୍ଚ୍ଚନା ତିୱାରୀ ଗଣିତ ବିଭାଗରେ ପିଏଚଡି ଲାଭ

Sunil Chandra Nayak

ଭବାନୀପାଟଣା ଠାରେ ଦ୍ଵିତୀୟ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!