ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡକ୍ଟର ଅଜିତ ବେହେରାଙ୍କୁ ରାଜ୍ୟପାଳଙ୍କ ଡି.ଲିଟ୍ ଡ଼ିଗ୍ରୀ

ସମ୍ବଲପୁର ବିଶ୍ବବିଦ୍ୟାଳୟର ୩୨ତମ ସମାବର୍ତ୍ତନ ଉତ୍ସବରେ ବିଶିଷ୍ଟ ଯୁବ ଗବେଷକ ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରାଙ୍କୁ ଶିକ୍ଷା ଜଗତର ସର୍ବୋଚ୍ଚ ମର୍ଯ୍ୟାଦାଜନ ଡି.ଲିଟ୍ ଡିଗ୍ରୀ ମହାମହିମ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଦାନ କରିଛନ୍ତି। ସେ “କଳାହାଣ୍ଡିର କନ୍ଧ ସଂସ୍କୃତି” ବିଷୟକୁ ନେଇ ଦୀର୍ଘ ବର୍ଷ ଧରି ଗବେଷଣା କରୁଥିଲେ। ଡକ୍ଟର ବେହେରା କଳାହାଣ୍ଡି ଜିଲ୍ଲାର କୁଶୁର୍ଲା ଗ୍ରାମର ଅବସରପ୍ରାପ୍ତ ପଂଚାୟତ ନିର୍ବାହୀ ଅଧିକାରୀ ଅରୁଣ କୁମାର ବେହେରା ଓ ଗୋଲାପି ବେହେରାଙ୍କ ଜ୍ୟେଷ୍ଠପୁତ୍ର ଅଟନ୍ତି। ସେ ତାଙ୍କର ଏହି ସଫଳତା ପଛରେ ଦିଗଦର୍ଶକ ବିଶିଷ୍ଟ କବି ତଥା ସମ୍ୱଲପୁର ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଗୋପୀନାଥ ବାଗ ଏବଂ କୁଳସଚିବ ଡକ୍ଟର ନୃପରାଜ ସାହୁଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି। ଡକ୍ଟର ବେହେରା ସଂପ୍ରତି କଶୃପଡା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗର ଅଧ୍ୟାପକ ଭାବରେ କାର୍ଯ୍ୟରତ। ତାଙ୍କର ଅନେକ କବିତା ଓ ଗବେଷଣାମୂଳକ ନିବନ୍ଧ ବହୁ ପତ୍ର ପତ୍ରିକାରେ ପ୍ରକାଶିତ ଓ ଆକାଶବାଣୀରେ ପ୍ରଚାରିତ। ତାଙ୍କ ରଚିତ “ତୁମେ” କବିତା ସଂକଳନ ଓ ଗବେଷଣାତ୍ମକ ପୁସ୍ତକ ” କଳହାଣ୍ଡିର ଲୋକ ବିଶ୍ୱାସ” ପାଠକ ମହଲରେ ଉଚ୍ଚ ପ୍ରଶଂସିତ ହୋଇଛି। ସେ ଭାଷା-ସାହିତ୍ୟ-ସଂସ୍କୃତିକୁ ଉଲ୍ଲେଖନୀୟ ଅବଦାନ ପାଇଁ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମାନ, ଭକ୍ତକବି ଗୋପାଳ କୃଷ୍ଣ ସମ୍ମାନ, ବାଣୀପୁତ୍ର ସମ୍ମାନ, କଳାହାଣ୍ଡି ଲୋକରତ୍ନ ସମ୍ମାନ, ବେଷ୍ଟ ଆଲୁମିନିୟସ ଆବାର୍ଡ, କଳାସାରଥୀ ସମ୍ମାନ, ଜୟ ମାତାଦୀ ସମ୍ମାନ, ରାଜ୍ୟ ଜନଜାତି ଗବେଷକ ସମ୍ମାନ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାରଙ୍କ ଠାରୁ କଳାହାଣ୍ଡି ଯୁବ ପୁରସ୍କାର, ବୀଣାପାଣି ଶିକ୍ଷାଜ୍ୟୋତି ସମ୍ମାନ, ଅ ପ୍ରତିଭା ସମ୍ମାନ, କନ୍ଧାନ୍ ଭାଷା ଗୌରବ ସମ୍ମାନ ଭଳି ରାଜ୍ୟ ଓ ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି। ଓଡ଼ିଶାର ବିଲୁପ୍ତ ପ୍ରାୟ ଆଦିମ ଜନଜାତି ସଂସ୍କୃତିର ପ୍ରାଚୀନ ପରମ୍ପରା ଉପରେ ଗବେଷଣା ପାଇଁ ସେ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟରୁ ଜୁନିଅର ରିସର୍ଚ୍ଚ ଫେଲୋସିପ ମଧ୍ୟ ପାଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ର ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ 

masiha

ଓଡ଼ିଶାର ପ୍ରଥମ ବିଶ୍ବବିଦ୍ୟାଳୟ ଭାବରେ ମା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଆୟୋଜିତ କଲା ଦୁଃସାହସିକ ଓ ସ୍ପୋର୍ଟ୍ସ କ୍ଲାଇମିଙ୍ଗ ଶିବିର

masiha

ବିଦ୍ୟୁତ ଖୁଣ୍ଟରୁ ପଡି ଜଣେ ମୃତ 

masiha

Leave a Comment

error: Content is protected !!