ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଢ଼େଇ କୋଟି ଋଣ ଟଙ୍କା ଧରି ଫେରାର ଘଟଣା। ଟିଟିଲାଗଡ଼ରୁ ଅଭିଯୁକ୍ତ ମହିଳା ଗିରଫ…

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଚହକା ଗାଁର ହେମା ସା(୩୮) ଶତାଧିକ ମହିଳା ମାନଙ୍କ ନାମରେ ଅଢ଼େଇ କୋଟିରୁ ଅଧିକ ଋଣ ଟଙ୍କା ଉଠାଇ ମୁମ୍ବାଇ ଫେରାର ମାରିଥିବା ଥାନାରେ ଅଭିଯୋଗ ହୋଇଥିଲା। ୨୨୦ ମହିଳାଙ୍କ ନାରେ ଋଣ ରହିଥିବା କହି ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ଘରକୁ ଯାଇ ମହିଳାମାନଙ୍କୁ ଧମକ ଚମକ ଦେବାସହ ହଇରାଣ କରି ଆସୁଥିଲେ। ତେବେ ଠକେଇର ଶିକାର ହୋଇଥିବା ମହିଳାମାନେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ କଲାପରେ ତୁରନ୍ତ ଚହକା ଗାଁକୁ ଅଧ୍ୟକ୍ଷ ଆସି କେଗାଁ ପୁଲିସର ଉପସ୍ଥିତିରେ ଏକ ବୈଠକ କରି ଗତ ମଙ୍ଗଳବାର ଦିନ କେଗାଁ ଥାନାରେ ଏ ଠକେଇ ଘଟଣା ସମ୍ପର୍କରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ତନାଘନା ତଦନ୍ତ ଆରମ୍ଭ କରିଥିଲା। ଏନେଇ ସଦର ଡିଏସ୍‌ପି ହେମ୍ବ୍ରମଙ୍କ ନେତୃତ୍ୱରେ ଆଇଆଇସି ପ୍ରଶାନ୍ତ କୋଲ୍ଲାହରସ ଏକ ଟିମ୍ ଗଠନ କରି ମୁମ୍ବାଇ ଯାଇ ତଦନ୍ତ ଅଭିଯୁକ୍ତ କୁ ଠାବ କରିବା ପାଇଁ ଉଦ୍ୟମ କରୁଥଲେ। ଅଭିଯୁକ୍ତ ମହିଳା ମୁମ୍ବାଇରୁ ଫେରାର ମାରି ଟିଟିଲାଗଡ଼ ଅଭିମୁଖେ ଆସୁଥିଲା ବେଳେ ମୋବାଇଲ ଟ୍ରାକିଙ୍ଗ କରି ଟିଟିଲାଗଡ଼ରୁ ସମ୍ପୃକ୍ତ ମହିଳାଙ୍କୁ ପୁଲିସ ଧରିବାରେ ସଫଳ ହୋଇଥିଲା। ବର୍ତ୍ତମାନ ସମ୍ପୃକ୍ତ ମହିଳାଙ୍କୁ ପୁଲିସ କେଗାଁ ଥାନାରେ ଅଟକ ରଖ୍ ସଦର ଡିଏସପି ହେମ୍ବ୍ରମ ଅଧିକ ତଦନ୍ତ ଜାରିରଖିଛନ୍ତି।ଅଭିଯୋଗର ୩୬ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଗିରଫ ହୋଇଥିବାରୁ ଚହକା ପଞ୍ଚାୟତବାସୀ ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ଓ ପୋଲିସ ର ତ୍ଵରିତ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାଜପୁର ଡକାୟତ ଘଟଣା ର ପର୍ଦl ଫାସ୍ କଲା କଲାହାଣ୍ଡି ପୋଲିସ , ୫ ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ

masiha

ଋଣ ବୋଝ ସହିନପାରି ଦମ୍ପତି ଙ୍କ ଆତ୍ମହତ୍ୟା 

Sunil Chandra Nayak

ଏ ଏସ୍ ଆଇ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର 

masiha

Leave a Comment

error: Content is protected !!