ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

କଟକ ଜିଲ୍ଲାର ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ପୋତାପୋଖରୀ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପ୍ରାୟ ୧କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନବନିମର୍ତି ପରୀକ୍ଷାଗାର ଓ ଗ୍ରାମ୍ୟ ନିର୍ମାଣ ଜନସ୍ୱାସ୍ଥ୍ୟ ବିଭାଗ ଉପବିଭାଜନ କାର୍ଯ୍ୟାଳୟ ଓ ଇମାମନଗରସ୍ଥିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଆଜି ଉଦ୍‌ଘାଟନ ହୋଇଥିଲା । ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ଇଂ. ପ୍ରୀତିରଂଜନ ଘଡାଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ପୌରୋହିତ୍ୟ କରି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହାପରେ ଜଗତପୁର, ବିରୁପା ବିହାରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ରଜତ ଜୟନ୍ତୀ ସମାରୋହରେ ଶ୍ରୀ ବିଶ୍ୱାଳ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ସିଏମ୍‌ସି ଡେପୁଟୀ ମେୟର ଦମୟନ୍ତୀ ମାଝୀ, ଇଂ.ଅଶୋକ ସାହୁ, ଇଂ.ସୋମନାଥ ପରିଡା, ଇଂ ଦୁର୍ଗାପ୍ରସାଦ କରନ୍‌, ଇଂ .ମଧୁସ୍ମିତା ପାଢୀ, ଇଂ.ସୋନାଲି ନନ୍ଦ, ଇଂ.ମାନସ ରଂଜନ ଚୌଧୁରୀ, ଅତିରିକ୍ତ ଜିଲ୍ଲା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୋଦ କୁମାର ଦେ,ସହକାରୀ ପୋଗ୍ରାମ ପରିଚାଳକ ଗୌତମ ସାମଲ, ଶୁଭଜ୍ୟୋତି ପାଲ୍‌, ଜଗତପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି, ଇମାମ୍‌ନଗର ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ ଅଧିକାରୀ ଡଃ କିରଣ ମହାପାତ୍ର, ଆକାଉଟାଂଟ୍ ପ୍ରଫୁଲ୍ଲ କୁମାର ଜ୍ୟୋତି, କର୍ପୋରେଟର -ପ୍ରମିଳା ମହାନ୍ତି, ତାପସ ରଂଜନ ସାମନ୍ତରାୟ, ନଳିନୀ ବେହେରା, ଅରବିନ୍ଦ ଜେନା, ଇଂ ସୁବ୍ରତ ଘଡାଇ, ସୈାଭାଗିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

କଟକ ରୁ ସୁକାନ୍ତ ମହାପାତ୍ରଙ୍କ ରିପୋର୍ଟ

Related posts

ରହେନମାଲ ଗାଁରେ ମାଣ୍ଡିଆ କ୍ରୟ କେନ୍ଦ୍ର ଉଦଘାଟନ

masiha

ଗୁରୁଦିବସ ଅବସରରେ ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ଏସଡିସି ଅଧ୍ୟକ୍ଷ ଶିବାଜୀ ମାଝୀ

masiha

ଗାନ୍ଧୀ ଜୟନ୍ତୀ ଅବସରରେ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!