ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

22 କାଠ ଗଣ୍ଡି ସହ ଭ୍ୟାନ ଜବତ ,ଡ୍ରାଇଭର ଗିରଫ 

ରାଇଘର 11/4:-କୁନ୍ଦେଇ ବନବିଭାଗ 22ଖଣ୍ଡ ଶାଗୁଆନ ଗଣ୍ଡି ସହ ଏକ ପିକଅପ ଭ୍ୟାନ ଜବତ କରିଛି |ଏଥି ସହ ଡ୍ରାଇଭର କୁ ଗିରଫ କରିବାରେ ସଫଳ ହୋଇଛି |କୁନ୍ଦେଇ ଫରେଷ୍ଟର ରାମ ଚନ୍ଦ୍ର ଯାନୀ ଙ୍କ କହିବା ଅନୁଯାଇ ସୋମବାର ଅପରାହ୍ନ ରେ ଜଙ୍ଗଲକୁ ଛତିଶ ଗଡ଼ ହାତୀ ପଲ ଙ୍କୁ ନଜର ରଖିବା ପାଇଁ ପେଟ୍ରୋଲିଙ୍ଗ ସାରି ଫେରିବା ସମୟରେ ଏକ ଭ୍ୟାନ୍ ବନ ବିଭାଗ କର୍ମଚାରୀଙ୍କ ନଜର କୁ ଆସିଥିଲା |ସନ୍ଦେହରେ ଗାଡି ପାଖକୁ ଯିବା ଦେଖି ଭ୍ୟାନ୍ ଡ୍ରାଇଭର ଦ୍ରୁତ ଗତିରେ ଲୁଚି ପଳେଇଯିବାକୁ ଚେଷ୍ଟା କରିବା ବେଳେ ବନବିଭାଗ କର୍ମଚାରୀମାନେ ପିଛା କରି ମଦନ ଶ୍ରୀ ରାସ୍ତା କନ୍ଦାଚୁଆ ଛକ ରେ ଧରିବାରେ ସଫଳ ହୋଇଥିଲେ |ଗାଡ଼ିରେ ମୋଟ 22ଖଣ୍ଡ ଶାଗୁଆନ ଗଣ୍ଡି ଥିବା ବେଳେ ଡ୍ରାଇଭର କୁ ଗିରଫ କରି କୋର୍ଟ ଚାଲାଣ କରିଛି କୁଣ୍ଡେଇ ବନବିଭାଗ |ସିଜ ହୋଇଥିବା କାଠ ର ମୂଲ୍ୟ ଏକ ଲକ୍ଷ ତିରିଶ ହଜାର ବୋଲି ଫରେଷ୍ଟର ଶ୍ରୀ ଯାନୀ କହିଛନ୍ତି |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପିଡୀତାଙ୍କୁ ନ୍ୟାୟ ଓ ଅଭିଯୁକ୍ତଙ୍କୁ ଦଣ୍ଡାଦେଶ ଶୁଣାଣି କଲେ ମାନ୍ୟବର ଜୁନାଗଡ଼ କୋର୍ଟ ବିଚାରପତି

masiha

ବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଜବତ 

masiha

ଆସିକା ସହରରୁ ଲକ୍ଷ୍ୟାଧିକ ଟଙ୍କାର ବାଣ ଜବତ

Sunil Chandra Nayak

Leave a Comment

error: Content is protected !!