ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଜି ବି ବଞ୍ଚି ରହିଛି ମାନବିକତା , ଭୁଲ ରେ ପଡ଼ିଥିବା ଟଙ୍କା କୁ ଫେରାଇଦେଲେ ବିଶ୍ଵାମିତ୍ର

 ଧର୍ମଗଡ଼ ବ୍ଲକ ବେହେରା ପଞ୍ଚାୟତ ଗଇନ୍ତାପଡ଼ା ଗ୍ରାମର ବିଶ୍ଵାମିତ୍ର କେତକୀ ଭୁଲ ପଡ଼ିଥିବା ଟଙ୍କା କୁ ଆଜି ଫେରସ୍ତ କରିଛନ୍ତି। ସୂଚନା ଅନୁଯାୟୀ ଧର୍ମଗଡ଼ ବ୍ଲକ ବୋଡ଼େନ ପଞ୍ଚାୟତ ର ବୃନ୍ଦା ଖର୍ସେଲ ନାମକ ଜଣେ ହିତାଧିକାରୀ ନିଜ ପ୍ରଧାନମନ୍ତ୍ରୀ ଆବାସ ଘର କାର୍ଯ୍ୟ ସମ୍ପୂର୍ଣ କରିଥିଲେ ତାଙ୍କ ଶେଷ ବିଲ ବାକି ଥିଲା କିନ୍ତୁ ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ପରେ ପାଇବାକୁ ଥିବା ୪୫ ହଜାର ଟଙ୍କା ତାଙ୍କ ଏକାଉଣ୍ଟ୍ ପଡ଼ିବା ବଦଳରେ ବେହେରା ପଞ୍ଚାୟତ ର ବିଶ୍ଵାମିତ୍ର କେତକୀ ଙ୍କ ଏକାଉଣ୍ଟ ରେ ଭୁଲ ବଶତଃ ଜମା ହୋଇଥିଲା । ହିତାଧିକାରୀ ଜଣଙ୍କ ତାଙ୍କ ଟଙ୍କା ପାଇବା ବିଳମ୍ବ ହେବା ହେତୁ ବିଡ଼ିଓ ଙ୍କ ଦ୍ବାରସ୍ଥ ହୋଇଥିଲେ। ପରବର୍ତ୍ତୀ ସମୟରେ ବିଡ଼ିଓ ଜାଣିବାକୁ ପାଇଲେ ଯେ ଟଙ୍କା ଟି ବୃନ୍ଦା ଖର୍ସେଲ ନାଁରେ ପଡ଼ିବା ବଦଳରେ ଭୁଲ ବଶତଃ ବେହେରା ପଞ୍ଚାୟତ ର ବିଶ୍ଵାମିତ୍ର କେତକୀ ଙ୍କ ଏକାଉଣ୍ଟ ରେ ପଡ଼ିଯାଇଛି। ଏହା ଜାଣିବା ପରେ ଧର୍ମଗତ ବିଡିଓ ଶରତ କୁମାର ସେଠୀ ବେହେରା ପ୍ୟାକ୍ସ ସଭାପତି ଭବେଶ ଗଇନ୍ତା ଙ୍କୁ ଜଣାଇଥିଲେ । ଭବେଶ ଏ ବିଷୟରେ ବିଶ୍ଵାମିତ୍ର କେତକୀ ଙ୍କୁ ଜଣାଇବା ପରେ ସେ ସ୍ୱଇଚ୍ଛା ଟଙ୍କା ଫେଇଦେବାକୁ ଇଚ୍ଛା ପ୍ରକାଶ କଲେ ।ତେଣୁ ହିତାଧିକାରୀ ବୃନ୍ଦା ଖର୍ସେଲ ଙ୍କୁ ଧର୍ମଗଡ଼ ବିଡ଼ିଓ ଶରତ କୁମାର ସେଠୀ, ବୋଡ଼େନ ସରପଞ୍ଚ ଅର୍ଜୁନ ବାଗ,ବେହେରା ପ୍ୟାକ୍ସ ସଭାପତି ଭବେଶ ଗଇନ୍ତା ଙ୍କର ଉପସ୍ଥିତି ରେ ୪୫ ହଜାର ଟଙ୍କା ଫେରାଇ ଦେଇଛନ୍ତି । ବିଶ୍ଵାମିତ୍ର କେତକୀ ଙ୍କ ଏଭଳି କାର୍ଯ୍ୟ କୁ ଅନ୍ୟମାନଙ୍କ ପାଇଁ ଉଦାହରଣ ବୋଲି ସାଧାରଣରେ ଆଲୋଚନା କରୁଛନ୍ତି ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ 

Sunil Chandra Nayak

ଗୋପବନ୍ଧୁ ପାଠାଗାରରେ ବିଶ୍ବ ସ୍ବାସ୍ଥ୍ୟ ଦିବସ ପାଳିତ

Sunil Chandra Nayak

ଗଞ୍ଜାମକୁ ଏକ ନମ୍ବର ‘ଅପପୁଷ୍ଟି ମୁକ୍ତ’ ଜିଲ୍ଲାରେ ପରିଣତ କରିବାକୁ ଅଙ୍ଗନୱାଡି କର୍ମୀଙ୍କ ସଂକଳ୍ପ 

Sunil Chandra Nayak

Leave a Comment

error: Content is protected !!