ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ସଚେତନ ରଥ କୁ ଫୁ, ମଦ ନିଶାରେ ମତୁଆଲା ହେଉଛନ୍ତି ଆଦିବାସୀ ଛାତ୍ର

ନବରଙ୍ଗପୁର,୮/(୪)(ମସିହା) କୁନିକୁନି ପିଲାମାନେ ହେଉଛନ୍ତି ଦେଶ ର ଭବିଷ୍ୟତ। ସମସ୍ତ ଅଭିଭାବକ ନିଜ ନିଜ ପିଲାଙ୍କ ପାଇଁ ଦେଖନ୍ତି ଉତ୍ତମ ଭବିଷ୍ୟତ, ଇଛାକରନ୍ତି ତାଙ୍କ ପିଲା ପାଠ ପଢି ମଣିଷ ପରି ମଣିଷ ଟିଏ ହେବ, କିନ୍ତୁ ଏବେ ତାଙ୍କ ସ୍ବପ୍ନ ଉପରେ ଦାଉ ସାଜିଛି ମଦଭାଟି।କୁନି କୁନି ପିଲା ବିଦ୍ୟାଳୟ କୁ ମୁହଁ ଫେରାଇ ମଦ ପିଇ ମାତାଲ ହେବାକୁ ବସିଲେଣି ନା ଯାଉଛନ୍ତି ସ୍କୁଲ ନା ପଡୁଛନ୍ତି ପାଠ। ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଠାରେ। କୋଷାଗୁମୁଡା ବ୍ଲକ କୁ ଲାଗି ରହିଥିବା ଦାଢ଼ିଆ ମାଝୀଗୁଡା ଆଖ ପାଖ ଗ୍ରାମଗୁଡିକର କୁନି କୁନି ପିଲାଙ୍କ ଭବିଷ୍ୟତ ଏବେ ଅନ୍ଧାର ଆଡକୁ ଗତି କରୁଥିବା ଦେଖିବାକୁ ମିଳୁଛି। ଏହାର ମୁଖ୍ୟ କାରଣ ସାଜିଛି ଦାଢ଼ିଆ ମାଝୀଗୁଡା ରେ ଚାଲିଥିବା ଦେଶୀ ମଦଭାଟି। ଏହି ମଦଭାଟି ଯୋଗୁ ଆଖ ପାଖ ଗ୍ରାମ ଗୁଡିକ ର କୁନିକୁନି ପିଲାମାନେ ଦିନ କୁ ଦିନ ମଦ ନିଶାରେ ମତୁଆଲା ହେଉଥିବା କହୁଛନ୍ତି ଦାଢ଼ିଆ ମାଝୀଗୁଡା ଗ୍ରାମବାସୀ। ପିଲାମାନେ ମଦ ନିଶା ରେ ଲିପ୍ତ ହୋଇ ଅଭିଭାବକ ଙ୍କ କଥା ମୋଟେ ଶୁଣୁ ନାହାନ୍ତି।ଜମା ରୁ ସ୍କୁଲ ଯାଉ ନାହାନ୍ତି ଯେଉଁଥି ପାଇଁକି ଏବେ ବହୁ ଚିନ୍ତା ରେ ଅଭିଭାବକ।ବାରମ୍ବାର ପ୍ରଶାସନ ଆଗରେ ମଦଭାଟି ବନ୍ଦ କରିବାକୁ ଦାବି କରୁଥିଲେ ମଧ୍ୟ ପ୍ରଶାସନ କିଛି ପଦକ୍ଷେପ ଗ୍ରହଣ କରୁନଥିବା କହୁଛନ୍ତି ଗ୍ରାମାଞ୍ଚଳ ର ନିରୀହ ଆଦିବାସୀ ମାନେ। ବିଧାୟକ, ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ, ସରପଞ୍ଚ, ସମିତି ସଭ୍ୟ ସମସ୍ତେ ନିଜ ନିଜ ଫାଇଦା ରେ ରହୁଛନ୍ତି କିନ୍ତୁ ଅଞ୍ଚଳ ରେ ଚାଲିଥିବା ମଦଭାଟି କୁ ବନ୍ଦ କରିବା ପାଇଁ କାହା ପାଖରେ ଟିକେ ବି ଆନ୍ତରିକତା ନାହିଁ ବୋଲି ସମସ୍ତ ଙ୍କୁ ନିନ୍ଦା କରୁଛନ୍ତି ଗ୍ରାମବାସୀ।ଗ୍ରାମବାସୀ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଙ୍କୁ ମଧ୍ୟ ଏହି ଦିଗରେ ଲିଖିତ ଅଭିଯୋଗ କରି ମଦଭାଟି କୁ ବନ୍ଦ କରିବା ପାଇଁ ଗୁହାରି କରିଥିଲେ ବି କାହିଁ ଏବେ ଯାଏଁ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ମତ ପ୍ରକାଶ କରୁଛନ୍ତି ଗ୍ରାମବାସୀ। ବିଗତ ଲୋକସଭା ବିଧାନସଭା ନିର୍ବାଚନ ରେ ଜିତିଥିବା ବିଧାୟକ ଓ ସାଂସଦ ନିର୍ବାଚନ ପୂର୍ବ ରୁ ମଦଭାଟି କୁ ବନ୍ଦ କରିବାକୁ ପ୍ରତିଶୃତି ଦେଇଥିଲେ, କିନ୍ତୁ ନିର୍ବାଚନ ସରିଲାପରେ ଦେଇଥିବା ପ୍ରତିଶୃତି କୁ ବିଧାୟକ ଓ ସାଂସଦ ଭୁଲିଗଲେ ବୋଲି ବି କହୁଛନ୍ତି ଗ୍ରାମବାସୀ। ମଦ ଭାଟିରୁ ପ୍ରତ୍ୟକ ଦିନ ବାଇକ୍ ଯୋଗେ ଆଖପାଖ ଅଞ୍ଚଳ କୁ ମଦ ବିକ୍ରି ପାଇଁ ଯାଉଛି। ଆଖପାଖ ଗ୍ରାମ ଗୁଡିକରେ ବସବାସ କରୁଥିବା ନିରୀହ ଆଦିବାସୀ ଦିନକୁ ଦିନ ମଦ ନିଶା ରେ ଆକ୍ରାନ୍ତ ହୋଇ ଘରେ ଘରେ ମଦୁଆ ସୃଷ୍ଟି ହେଉଛନ୍ତି ଯେଉଁଥି ପାଇଁ ପ୍ରଶାସନ ଦାୟୀ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରୁଛନ୍ତି ।ଏଥି ପ୍ରତି ଅବକାରୀ ବିଭାଗ ର ଦୃଷ୍ଟି ଟିକେ ପଡୁନଥିବା ଏବେ ଅଞ୍ଚଳବାସୀ ଙ୍କ ମନ ରେ ଭୃକୁଞ୍ଚନ ସୃଷ୍ଟି କରୁଛି। କଣ ଜାଣିଶୁଣି ପ୍ରଶାସନ ନିରୀହ ଆଦିବାସୀ ପିଲାଙ୍କ ଭବିଷ୍ୟତ ସହିତ ଖେଳୁଛି କି, କେବେ ବନ୍ଦ ହେବ ଦାଢ଼ିଆ ମାଝୀଗୁଡା ରେ ଦିନ ରାତି ଚାଲିଥିବା ମଦଭାଟି, କେବେ ମଦ ନିଶା ରୁ ମୁକ୍ତି ପାଇବେ କୁନିକୁନି ନିରୀହ ଆଦିବାସୀ ପିଲାମାନେ, ଏହା ଏବେ ବଡ଼ ପ୍ରଶ୍ନ ଉଭାହୋଇଛି। ଚଳିତ ମାସ ୬ ଏପ୍ରିଲ ରେ ଶିକ୍ଷା ସଚେତନତା ରଥ ଜିଲ୍ଲା ର ୧୦ଟି ବ୍ଲକ ରେ ଜିଲ୍ଲାପାଳ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ସଭିଏ ପଢ଼ିବେ ସଭିଏ ବଢ଼ିବେ ସ୍ଲୋଗାନ ଦେଇ ପ୍ରତ୍ୟେକ ବ୍ଲକ ବୁଲି ଶିକ୍ଷା ସଚେତନ ଉପରେ ସଚେତନ କରିବାକୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ହେଲେ ଏ ସବୁ ଦେଖିଲେ ଲାଗୁଛି ଶିକ୍ଷା ସଚେତନତା ଅଭିଯାନ କୁ ଅବକାରୀ ବିଭାଗ ପକ୍ଷରୁ ଶିକ୍ଷା ସଚେତନ ଅଭିଯାନ କୁ ଫୁ କରି ଉଡାଇ ଦେଇଛି। ତୁରନ୍ତ ଶିକ୍ଷା ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସବୁ ମହଲ ରୁ ଦାବି ହେଉଛି।ଏ ନେଇ ଜିଲ୍ଲାଅବକାରୀ ଅଧିକ୍ଷକ ଙ୍କ ସହିତ ଫୋନ୍ ଯୋଗେ ଯୋଗା ଯୋଗ ନ ହେବାରୁ ପ୍ରତିକ୍ରିୟା ପ୍ରକାଶ କରି ପାରି ନାହୁ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଓଡ଼ିଶା ହିନ୍ଦୀ ଶିକ୍ଷକ ସଂଘ ଢେଙ୍କାନାଳ ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ହିନ୍ଦୀ ପକ୍ଷର ଉଦ୍ ଯାପନ ଦିବସ ସମାରୋହ -୨୦୨୫ ଅନୁଷ୍ଠିତ 

Sunil Chandra Nayak

ଡକ୍ଟର ପବନ କୁମାର ଅଗ୍ରୱାଲ ମାଆ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର ନୂଆ କୁଳପତି

Sunil Chandra Nayak

ରାଇରଙ୍ଗପୁର ଆଇଟିଡିଏ ସମ୍ମିଳନୀ ଗୃହରେ ୧୧୦ ଜଣ ଜନଜାତି ଉତ୍ସାହୀ ଯୁବ ଉଦ୍ୟୋଗୀମାନଙ୍କୁ ବିଧାୟକଙ୍କ ଦ୍ବାରା ମୁଖ୍ୟମନ୍ତ୍ରୀ ଜନଜାତି ଜିବୀକା ମିଶନ୍ ଯୋଜନାରେ ୧ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ 

masiha

Leave a Comment

error: Content is protected !!