ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ସାହିତ୍ୟକୁ ଭୁବନେଶ୍ୱର ବେହେରାଙ୍କ ଦାନ ଅତୁଳନୀୟ 

    ଆମ ଗାଁ ଆମ ସାହିତ୍ୟ କାର୍ଯ୍ୟକ୍ରମ

ସାହିତ୍ୟ ସୁଧାକର ପ୍ରଫେସର ଭୁବନେଶ୍ୱର ବେହେରାଙ୍କ ଦ୍ବାବିଂଶ ତମ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ  ଓଡିଶା ସାହିତ୍ୟ ଏକାଡେମୀ ଏବଂ ପ୍ରଫେସର ଭୁବନେଶ୍ୱର ବେହେରା ମମୋରିଆଲ ୟୁଥ ଅର୍ଗାନାଇଜେସନର ମିଳିତ ଆନୁକୂଲ୍ୟରେ ଆମ ଗାଁ ଆମ ସାହିତ୍ୟ କାର୍ଯ୍ୟକ୍ରମ ଧର୍ମଗଡ ସ୍ଥିତ ମହିଳା ମହାବିଦ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି। ଓଡିଶା ସାହିତ୍ୟ ଏକାଡେ଼ମୀର କଳାହାଣ୍ଡି  ଜିଲ୍ଲା ସଦସ୍ୟ ସତ୍ୟ ନାରାୟଣ ମହାପାତ୍ରଙ୍କ ସଭାପତିତ୍ୱରେ  ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ପ୍ରତାପ କିଶୋର ମୁଣ୍ଡ,ସମ୍ମାନିତ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ଚିନ୍ତାମଣି ପାତ୍ର,ବିଶିଷ୍ଟ କବି ଓ ଗାଳ୍ପିକ ପ୍ରଫେସର ସତ୍ୟ ପଟ୍ଟନାୟକ, ନାଟ୍ୟକାର ଓ ଶିକ୍ଷାବିତ ଉମେଶ ଚନ୍ଦ୍ର ଶତପଥୀ ପ୍ରମୁଖ ଯୋଗଦେଇ ପ୍ରଫେସର ଭୁବନେଶ୍ୱର ବେହେରାଙ୍କ କର୍ମମୟ ଜୀବନ ସାହିତ୍ୟ କୃତି ବିଷୟରେ ଆଲୋଚନା କରିଥିଲେ। ଆଲୋଚକ ଭାବେ ବିଶିଷ୍ଟ ଲୋକ ସାହିତ୍ୟ ଗବେଷକ ଓ ନାଟ୍ୟକାର ଅଧ୍ୟାପକ ପରମେଶ୍ବର ମୁଣ୍ଡ ଓଡିଆ ସାହିତ୍ୟକୁ ଭୁବନେଶ୍ୱର ବେହେରାଙ୍କ ଅବଦାନ ବିଷୟରେ ଭିତ୍ତି ପ୍ରବନ୍ଧ ଉପସ୍ଥାପନା କରିଥିଲେ।ଅଧ୍ୟାପକ ଲିଙ୍ଗରାଜ ପାତ୍ର ସ୍ବାଗତ ଅଭିଭାଷଣ,  ପ୍ରଫେସର ଭୁବନେଶ୍ୱର ବେହେରା ମମୋରିଆଲ ୟୁଥ ଅର୍ଗାନାଇଜେସନର ସଂପାଦକ ଅବିନାଶ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିବାବେଳେ ଅଧ୍ୟାପକ ବଙ୍କିମ କୁମାର ମୁଣ୍ଡ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଦ୍ବିତୀୟ ଅଧିବେଶନରେ ସଭାପତି ଭାବେ ଡା. ଅଜିତ ନେଗୀ, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ପୁରୋହିତ , ବିବେକ ରଞ୍ଜନ ମିଶ୍ର, ଚିନ୍ମୟ ବେହେରା, ମଞ୍ଚାସୀନ ଥିଲାବେଳେ ସୁଧିର ମେହେର,ଅର୍ଜୁନ ଗୋପାଳ,ପଲ୍ଲବୀ ଦାଶ,ନବଘନ ସାହୁଙ୍କ ସଂଯୋଜନାରେ ନିମନ୍ତ୍ରିତ କବିମାନଙ୍କ ଦ୍ବାରା କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମକୁ ଧର୍ମଗଡ ସାହିତ୍ୟ ସଂସଦର ସଂପାଦକ ରାଜେଶ କୁମାର ମୁଣ୍ଡ, ସରୋଜ କୁମାର ପଣ୍ଡା, ଗୋବିନ୍ଦ ସାହୁ , ସଂଜୀବ କୁମାର ମୁଣ୍ଡ, ଶାନ୍ତନୁ କୁମାର ପରିଡା, ଡ. ନୃସିଂହାନନ୍ଦ ସାସମଲ,ଡମ୍ବରୁ ଧର ନାଏକ, ଲକ୍ଷପତି ନାଏକ, ମନୋଜ ସେଠୀ, ଅଶ୍ୱିନ ମେହେର, କ୍ରିଷ୍ଣା ମେହେର, ମୋହନ ଚରଣ ବିଷି ଓ ମହିଳା ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଦାରିଙ୍ଗବାଡ଼ି ବ୍ଲକ ର ଦୁର୍ଗମ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ତଦାରଖ କଲେ କନ୍ଧମାଳ ଜିଲ୍ଲାପାଳ 

Sunil Chandra Nayak

ଆରଣ୍ୟକ ବାରିକ୍ ସଂଘର କର୍ମ କର୍ତ୍ତା ଚୟନ

Sunil Chandra Nayak

ଭାରସମ୍ୟ ହରାଇ ଓଲଟିଲା ଆଟୋ ଦୁଇ ଗୁରୁତର

Leave a Comment

error: Content is protected !!