ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ବାବୁ ଙ୍କ 26 ତମ ଶ୍ରାଦ୍ଧ ବାର୍ଷିକି ପାଳନ

ପାପଡାହାଣ୍ଡି,17/04, ମନିସ —ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ କାର୍ଯ୍ୟଳୟ ପରିସର ସୋମବାର ଡାବୁଗାଁ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 26 ତମ ଶ୍ରାଦ୍ଧ ବାର୍ଷିକି ପାଳିତ ହୋଇଯାଇଛି | ଜିଲ୍ଲା ବିଜେଡି ଉପସଭାପତି ବଦ୍ରିନାରାୟଣ ସିଂଘ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିରୂପେ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ବିଧାୟକ ମନହୋର ରନ୍ଧାରୀ, ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ,ପାପଡାହାଣ୍ଡି ବ୍ଲକ ଅଧକ୍ଷା ହେମଳତା ମାଝୀ, ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, ଏମ ଆପ୍ପା ରାଓ ପ୍ରମୁଖ ମଞ୍ଚାସିନ ଥିଲେ | ଏହି ଅବସରରେ ବିଜୁ ବାବୁଙ୍କ ଫୋଟ ଚିତ୍ରର ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା | ଅତିଥି ମାନେ ବିଜୁ ବାବୁଙ୍କ ସ୍ମୃତି ଚାରଣ କରିଥିଲେ | ସ୍ୱତନ୍ତ୍ର ଓଡିଶା ଗଠନ ଓ ବିକାଶ ଦିଗରେ ବିଜୁ ବାବୁ ଦେଖିଥିବା ସ୍ୱପ୍ନକୁ ସାକାର କରିବା ଓ ଓଡିଶାର ଉନ୍ନୟନ ମୂଳକ କାର୍ଯ୍ୟରେ ସମସ୍ତେ ସହାୟକ ହେବା ବୋଲି ଶପଥ ନେଇଥିଲେ | କାର୍ଯ୍ୟକ୍ରମରେ ବିଦ୍ୟାଧର ମଲ୍ଲିକ, ସୁରେନ୍ଦ୍ର ମିଶ୍ର, ଗୁପ୍ତ ପଟନାୟକ, ସରୋଜ ଚନ୍ଦ୍ର ଜାଲ, ଏମ ବୁଲୁ ରାଓ, ଲିଙ୍ଗ ରାଜ ଭତରା ତ୍ରିଲୋଚନ ଧାକଡ଼, ଗୁପ୍ତ ବିଶୋଇ, ପ୍ରହ୍ଲାଦ ଅଗ୍ରୱାଲ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସହରର ବିବିଧ ଉନ୍ନୟନ କାର୍ଯ୍ୟ ପାଇଁ ଗୃହ ଓ ନଗର ବିଭାଗ ଉନ୍ନୟନ ମନ୍ତ୍ରୀଙ୍କୁ ବିଜେପିର ସ୍ୱାରକ ପତ୍ର

ନିର୍ବାଚନ ପ୍ରଚାର ଆରମ୍ଭ କଲେ କଂଗ୍ରେସ ନେତା ହିମାଂଶୁ ଶେଖର

masiha

ବିଜେପି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି 

masiha

Leave a Comment

error: Content is protected !!