ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋହରା ସରପଞ୍ଚ ଙ୍କ ଇଫ୍ ତାର୍ ପାର୍ଟି

ଚନ୍ଦାହାଣ୍ଡି(ମ ନି ସ ) ପବିତ୍ର ରମଜାନ ମାସ ର ଆଜି ହେଉଛି ସବୁଠାରୁ ବଡଦିନ । ଏହି ଦିନ କୁ ସବେ ବରାତ ବୋଲି କୁହାଯାଏ । ରମଜାନ ମାସରେ ଦୀର୍ଘ ଏକ ମାସ ଧରି ମୁସଲମାନ ଧର୍ମାବଲମ୍ବୀ ମାନେ ନିର୍ଜଳ ଉପବାସ କରି ପୁଣ୍ୟ ଅର୍ଜନ କରିଥାନ୍ତି।ଏହି ମାସ ଟି ପବିତ୍ର କୋରାନ ଗ୍ରନ୍ଥ ରେ ପୁଣ୍ୟ ଓ ନିଷ୍ଠା ର ମାସ ହୋଇଥିବାରୁ ସବୁ ମୁସଲମାନ ସହର ବସ୍ତି ଗାଁ ରେ ମାସ ଟି ଯାକ ଗହଳ ଚହଳ ଦେଖା ଯାଇଥାଏ।ଏହି ଅବସର ରେ ସନ୍ଧ୍ୟା ରେ ସାମୁହିକ ପ୍ରାର୍ଥନା ପରେ ରୋଜା ରଖିଥିବା ଶ୍ରଦ୍ଧାଳୁ ମାନେ ଉପବାସ ବା ରୋଜା ଭଙ୍ଗ କରି ଥାନ୍ତି।ଏହି ପରିପ୍ରେକ୍ଷୀରେ ରେ ପ୍ରତ୍ୟହ ଇଫତାର ପାର୍ଟି ର ଆୟୋଜନ ହୋଇଥିବା ବେଳେ ଆଜି ମହରା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଜଳନ୍ଧର ମାଝୀ ଙ୍କ ସୌଜନ୍ୟତା ରେ ରମଜାନ୍ ମାସ ର ୨୬ ତମ ଦିନ ରେ ଏକ ସୌହର୍ଦ୍ଧ୍ୟ ପୂର୍ଣ୍ଣ ଇଫତାର ପାର୍ଟି ର ଆୟୋଜନ କରି ଭାଇ ଚାରା ଏକ ସୁନ୍ଦର ନିଦର୍ଶନ ର ପ୍ରତିପାଦନ କରିଛନ୍ତି।ଏହି ଅବସର ରେ ସ୍ଥାନୀୟ ମୋହରା ମସଜିଦ୍ କମିଟି ତରଫରୁ ମଧ୍ୟ ସରପଞ୍ଚ ଜଳନ୍ଧର ମାଝୀ ଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ମୋହରା ମୁସଲିମ କମିଟି ସଭାପତି ସୁଲତାନ ଅଲ୍ଲି, ଉପସଭାପତି ମୁରାଦ ଅଲ୍ଲି, ସମ୍ପାଦକ ମହମ୍ମଦ ସକିଲ,କୋଷାଧ୍ୟକ୍ଷ ମହମ୍ମଦ ଇଲିୟାସ, ମହମ୍ମଦ ୟୁନୁସ, ଅବଦୁଲ ମଜିଦ, ମହମ୍ମଦ ରିଜଓ୍ବାନ, ସହିଦ ଅଲ୍ଲୀ, ମୁରାଦୁ ଅଲ୍ଲୀ, ଜବାର ଅଲ୍ଲୀ, ହମିଦ ଅଲ୍ଲୀ, ସହାଦତ ଅଲ୍ଲୀ, ପ୍ରମୁଖ ଉପସ୍ଥିତ ଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଗୋଷ୍ଠୀ ସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

masiha

ମଥାନୀ ପଞ୍ଚାୟତ ରେ ଭତା ଟଙ୍କା ବଣ୍ଟନ କୁ କେନ୍ଦ୍ର କରି ଉତ୍ତେଜନା ପିଇଓ ଙ୍କ ଅନୁପସ୍ଥିତିରେ ପିଅନ ବାଣ୍ଟିଲେ ଟଙ୍କା

masiha

ପିଏମ ଜନମନ ପରିଯୋଜନାରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!