ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଲେ ମୁକୁନ୍ଦ

ଗାଁ ରେ ଶବ ପହଞ୍ଚିବା ପରେ ରାସ୍ତା ରୋକ

  ଚନ୍ଦାହାଣ୍ଡି (ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ମକାରୁ ବାଘ ଙ୍କ ପୁଅ ମକୁନ୍ଦ ବାଘ (୪୨) ଦାଦନ ଖଟିବାକୁ ପରିବାର ସହ ବାହାର ରାଜ୍ୟକୁ ଯାଇଥିଲେ l କିନ୍ତୁ ସେଠାରେ କାମ କରିବା ସମୟରେ ଗତକାଲି ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିବା ପରେ ଆଜି ତାଙ୍କ ଶବ ଘରକୁ ଫେରିଥିବା ବେଳେ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରି ପିସିସି ସମ୍ପାଦକ କ୍ଷେମରାଜ ବାଘ ଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀ ଆମ୍ବୁଲାନ୍ସ ସମ୍ମୁଖରେ ରାସ୍ତା ଉପରେ ଧାରଣା ଦେଇଥିଲେ।

           ସୂଚନା ଅନୁଯାୟୀ ଚନ୍ଦାହାଣ୍ଡି ବ୍ଲକ କେନ୍ଦୁଗୁଡା ଗ୍ରାମର ମୁକୁନ୍ଦ ବାଘ ନିହାତି ଗରିବ ହୋଇଥିବାରୁ ତାଙ୍କ ଦୁଇ ପୁଅ, ଦୁଇ ଝିଅ ଓ ପତ୍ନୀଙ୍କୁ ନେଇ ପରିବାର ଚଳାଇବା କଷ୍ଟକର ହୋଇଥିଲା | ତେଣୁ ସେ ଶେଷରେ ସପରିବାର ଦାଦନ ଖଟିବାକୁ ତେଲେଙ୍ଗାନା ରାଜ୍ୟର ଖମନ ଜିଲ୍ଲା ଠାରେ ଏକ ଇଟାଭାଟିରେ କାମ କରିବାକୁ ଯାଇଥିଲେ l ଗତକାଲି ସକାଳେ ଉକ୍ତ ଇଟାଭାଟି ରେ କାମ କରୁଥିବା ସମୟରେ ବିଦ୍ୟତୁ ସସ୍ପର୍ଶରେ ଆସି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥଲା l ଇଟାଭାଟି ମାଲିକ ମୁକୁନ୍ଦଙ୍କ ମର ଶରୀରକୁ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗାଁକୁ ପଠେଇ ଦେଇ ଥିଲେ। ତେବେ କ୍ଷତି ପୂରଣ ଦାବିରେ ଦିର୍ଘ ସମୟ ରାସ୍ତା ରୋକ କରିବା ପରେ ଶ୍ରୀ ବାଘ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ ଙ୍କ ସହ ଆଲୋଚନା ପରେ ତାଙ୍କ ନିର୍ଦ୍ଦେଶ କ୍ରମେ ଚନ୍ଦାହାଣ୍ଡି ରାଜସ୍ବ ଉପ ପରିଦର୍ଶକ ଦୟାନିଧି ଜାନୀ ଓ ରାଜସ୍ବ ନିରୀକ୍ଷକ ବୁଲୁ ପ୍ରଧାନ ପରିବାର କୁ ରେଡକ୍ରସ ପାଣ୍ଠି ରୁ ଦଶ ହଜାର ଟଙ୍କା ଦେବା ପରେ ରାସ୍ତା ରୋକ ହଟିଥିଲା । ମୁକୁନ୍ଦଙ୍କ ମୃତ୍ୟୁ ପରେ ପରିବାର ଲୋକେ ଏବେ ଦୁଃଖ ରେ ଭାଙ୍ଗି ପଡିଛନ୍ତି । 

ଚନ୍ଦାହାଣ୍ଡି ରୁ ଦିଲୀପ ଦାସଙ୍କ ରିପୋର୍ଟ 

Related posts

ରୋଟାରୀ କ୍ଲବ୍ ଜିଲ୍ଲା ୩୨୬୧ ର ଟିମ୍ ଓଜସ୍ବୀ ଉଦଘାଟିତ

Sunil Chandra Nayak

ଭୁବନ କୃଷକ ସମାଜ ତରଫରୁ ଅକ୍ଷୟ ତୃତୀୟା ପାଳିତ 

masiha

ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

Sunil Chandra Nayak

Leave a Comment

error: Content is protected !!