ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ ମାସ ରୋଜା ପାଳିଲେ ଶିଶୁ ଆସନ୍ତାକାଲି ଇଦ୍

ଚନ୍ଦାହାଣ୍ଡି ୨୧/୪( ମ ନି ସ ) ମୁସଲମାନ ସମ୍ପ୍ରଦାୟର ରମଜାନ ହେଉଛି ଏକ ପବିତ୍ର ମାସ ।ଏହି ମାସରେ ୭ ବର୍ଷ ରୁ ଉର୍ଦ୍ଧ୍ବ ଶିଶୁ ,ଯୁବକ ଯୁବତୀ ମାନେ ରୋଜା(ଉପବାସ) ରଖନ୍ତି । ୭ ବର୍ଷ ରୁ କମ୍ ଶିଶୁ ଙ୍କ ନିମନ୍ତେ ରମଜାନ ମାସରେ ରୋଜା(ଉପବାସ) ପାଳନ କରିବାକୁ ବାଧ୍ୟ ବାଧକତା ନାହିଁ । ରମଜାନ ମାସର ଆଜି ଶେଷ ଦିନ ହୋଇ ଥିବା ବେଳେ ଚଳିତ ବର୍ଷ ମୋହରା,ଚନ୍ଦାହାଣ୍ଡି ଅଞ୍ଚଳର ବହୁ ଶିଶୁ ଏକ ମାସ ରୋଜା ସମ୍ପୂର୍ଣ୍ଣ ପାଳନ କରି ମୁସଲମାନ ସମ୍ପ୍ରଦାୟ ପାଇଁ ଉଦାହରଣ ପାଲଟିଛନ୍ତି । ଉକ୍ତ ଶିଶୁ ମାନେ ହେଲେ ମହମ୍ମଦ ଆହିଲ ,ମହମ୍ମଦ ଅୟାନ, ସାଜୁ ବାନୋ,। ଛୋଟ ଛୋଟ ଶିଶୁ ମାନେ ରୋଜା ପାଳନ କରିଥିବା ରୁ ତାଙ୍କ ସମ୍ପର୍କୀୟ ଙ୍କ ସମେତ ମହରା ମୁସଲିମି କମିଟି ପୂର୍ବତନ ସଭାପତି ମହମ୍ମଦ ୟୁନୁସ,ମହମ୍ମଦ ଅସପାକ,ମହମ୍ମଦ ହନିଫ, ମହମ୍ମଦ ସଫିକ,ଆସି ସମ୍ବର୍ଧିତ କରିଥିଲେ । ଆଜି ସନ୍ଧ୍ୟା ରେ ଇଦ୍ ର ଜହ୍ନ ଦେଖିବା ପରେ ବହୁ ମୁସଲମାନ ଭାଇ ମାନେ ମସଜିଦ ରେ ସମବେତ ହୋଇ ପରଷ୍ପର ଙ୍କୁ ଅଭିନନ୍ଦନ ଜଣେଇ ଥିଲେ। ଆସନ୍ତା କାଲିସକାଳ ୯ ଟା ସମୟରେ ମୋହରା ଓ ବେହେରାମୁଣ୍ଡା ଠାରେ ଇଦ୍ ନମାଜ ପାଠ କରାଯିବ।ଏଥିନିମନ୍ତେ କମିଟି ତରଫରୁ ପ୍ରସ୍ତୁତି ଜୋର୍ ସୋର୍ ରେ ଚାଲିଥିବା ମୋହରା ମୁସଲିମ କମିଟି ର ସମ୍ପାଦକ ମହମ୍ମଦ ସକିଲ ପ୍ରକାଶ କରିଛନ୍ତି।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଠିକାଦାର ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା : ସ୍କୁଲର କୋଠା ସରିଲା ଵିଲ୍ ହେଲା ,ମାସକମଧ୍ୟରେ ଘର ଛାତରୁ ପାଣି ଗଳିଲା

Sunil Chandra Nayak

ନୂଆପଡା ମିନିଷ୍ଟାଡିୟମ ଠାରେ ୭୪ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

‘ଘୁମର ସାହିତ୍ୟ ଉତ୍ସବ–୨୦୨୬’ : ସାହିତ୍ୟ, ସଂସ୍କୃତି ଓ ଲୋକଐତିହ୍ୟର ମହାମିଳନ 

Leave a Comment

error: Content is protected !!