ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କାମାନ୍ଧ ,ଶଶ୍ବର ଘର ଟଙ୍କା ଉପରେ ନଜର ଓ ପତ୍ନୀର ଅନ୍ତରଙ୍ଗ ଭିଡ଼ିଓ ଭାଇରଲ କରି ବନ୍ଧା ହେଲେ ଉଚ୍ଚ ଶିକ୍ଷିତ ଡାକ୍ତର 

 ମୟୂରଭଞ୍ଜ – ୨୧/୦୪ (ମସିହା) :ସାତ ଜନ୍ମକୁ ସାକ୍ଷୀ କରି ହାତ ଧରି ରହିଥିବା ଓ ସୁହାଗ ସିନ୍ଦୁର ପିନ୍ଧାଇ ଥିବା ପତ୍ନୀର ଅନ୍ତରଙ୍ଗ ଭିଡ଼ିଓ ଉତ୍ତୋଲନ କରି ଭାଇରଲ କଲେ ଓ ପତ୍ନୀ ଙ୍କ ଅଭିଯୋଗ ପରେ ବନ୍ଧା ହେଲେ ସ୍ୱାମୀ। ମଣିଷ ଯେତେ ଶିକ୍ଷିତ ହେଉଛି ଚିନ୍ତାଧାରା ସେତେ ବିକୃତ ହେଉଛି ।ହାୟ ଟଙ୍କା ହାର ଟଙ୍କା ହୋଇ ନିଜ ଅଶାନ୍ତି ରେ ଛଟପଟ ହେବା ସହ ପରିବାର‌ଵର୍ଗକୁ ଛଟପଟ କରୁଛି । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହହର ଭଞ୍ଜପୁର ଥାନା ଅଞ୍ଚଳରେ । ସ୍ତ୍ରୀ ଙ୍କ ଅଭିଯୋଗ ଅନୁଯାଇ ମହିଳାଙ୍କ ବିବାହ ୧୨ ବର୍ଷ ତଳେ ଜଣେ ଡାକ୍ତର ଖଗେଶ୍ୱର ମାରାଣ୍ଡି ଙ୍କ ସହ ହୋଇଥିଲା । ସ୍ୱାମୀ ପେଷାରେ ଜଣେ ଡାକ୍ତର ଅଟନ୍ତି। ବିବାହ ସମୟରେ ସ୍ୱାମୀ ଘରର ଆସବା ପତ୍ର ସହ ନଗଦ ୪ଲକ୍ଷ ଟଙ୍କା ଯୌତୁକ ହିସାବରେ ଦିଆଯାଇଥିଲା। ବିବାହ କିଛି ବର୍ଷ ପରେ ମହିଳା ଦୁଇଟି ସନ୍ତାନ ଜନ୍ମ ଦେଇଥିଲେ। ବିବାହର କିଛି ବର୍ଷ ଭଲରେ ବିତିବା ପରେ ସ୍ୱାମୀ ମୋ ପାଖରୁ ଗୋଟିଏ ନର୍ସିଂ ହୋମ କରିବା ପାଇଁ ୧୦ ଲକ୍ଷ ଟଙ୍କା ମାଗିଥିଲେ ଓ କହିଥିଲେ ଯଦି ତୁ ଟଙ୍କା ନ ଆଣିବୁ ତେବେ ତୋତେ ଘରୁ ତୋଡିଦେବା ସହ ତୋତେ ଛାଡପତ୍ର ଦେବି। ମୁଁ ଜଣେ ଡାକ୍ତର ମୋର ଅନେକ ଝିଅଙ୍କ ସହ ସମ୍ପର୍କ ଅଛି। ମୁଁ ଅନ୍ୟତ୍ର ବିବାହ କରିବାର ଧମକ ମଧ୍ୟ ଦେଇଥିଲେ। ଏହା ପରଠାରୁ ସେ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଆସୁଛନ୍ତି। ପରେ ଜାଣିବାକୁ ପାଇଥିଲେ ସ୍ୱାମୀ ସ୍ତ୍ରୀଙ୍କୁ ବ୍ଲକମେଲ କରିବା ପାଇଁ ତାଙ୍କ ଭାଇ ଜ୍ୟାତି ପ୍ରକାଶ ହାନ୍ସଦା ଙ୍କ ସାହାଯ୍ୟରେ ସ୍ତ୍ରୀର ନଗ୍ନ ଚିତ୍ର ଗୁପ୍ତ କ୍ୟାମେରା ସାହାଯ୍ୟରେ ଉତ୍ତଲନ କରି ଭାଇରଲ କରିଥିଲେ। ଏ ସବୁ ଘଟଣା ସମ୍ପର୍କରେ ସ୍ୱାମୀଙ୍କୁ କହିବାରୁ ସେ ଜୀବନରେ ମାରିଦେବାକୁ ଧମକ ସହ ଦୁଇ ଛୁଆଙ୍କୁ ନେଇ ଅନ୍ୟତ୍ର ବିବାହ କରିବାକୁ ଧମକ ଦେଇଥିଲେ। ଯାହାଫଳରେ ସ୍ତ୍ରୀଙ୍କ ମାନ ସମ୍ମାନ ହାନି ହୋଇଥିଲା ତେଣୁ ସେ ଭଞ୍ଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଭଞ୍ଜପୁର ଥାନା ଅଧିକାରୀ ବିରେନ୍ଦ୍ର ସେନାପତି ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତ ଖଗେଶ୍ବର ମାରାଣ୍ଡି ଙ୍କୁ ଗିରଫ କରି କେଶ ନମ୍ବର ୧୧୪/୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଦାଣ୍ଡବୋଷ ରାସ୍ତା ପାର୍ଶ୍ବ ଘର ଉପରେ ଚଢ଼ିଗଲା ଟ୍ରକ; ବୃଦ୍ଧା ମୃତ; ଉତ୍ୟକ୍ତ ଲୋକଙ୍କ ଦ୍ଵାରା ଜାତୀୟ ରାଜପଥ ଅବରୋଧ

masiha

ତଦନ୍ତ କରିବାକୁ ଆସି ଆକ୍ରମଣର ଶିକାର ହେଲେ ଫାଣ୍ଡି ଅଧିକାରୀ  , ୨ଜଣଙ୍କୁ ଉଠାଇନେଲା ପୁଲିସ

masiha

ନକଲି ସୁନା ଶଙ୍ଖ କାରବାର ରେ ଦୁଇ ଜଣଙ୍କୁ କାବୁ କଲା ଉମରକୋଟ ପୋଲିସ ,୨୬୮୦୦୦ନଗଦ ଟଙ୍କା ଜବତ

Sunil Chandra Nayak

Leave a Comment

error: Content is protected !!