ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ଦାବିରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା;ଜୁନ ପହିଲାରୁ ସମୂହ ଛୁଟିରେ ଯିବେ

ମୟୂରଭଞ୍ଜ – ୨୧/୦୪ : (ମସିହା) ଭୁବନେଶ୍ବରଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ରାଜ୍ୟ ପରିଷଦର ଜରୁରୀ ବୈଠକରେ ଗୃହୀତ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଚଳିତ ମାସ ୨୧ ତାରିଖରେ ଜିଲ୍ଲା ସ୍ତରୀୟ ମିଳିତ ଅମଲାମଞ୍ଚ ର ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ଉଦେଶ୍ୟରେ ରାଜ୍ୟର ସମସ୍ତ ୩୦ ଗୋଟି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ପ୍ରଦାନ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ଏହି ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅନ୍ୟୁନ ପାଞ୍ଚଶହ ଅମଲା ଆବାହକ ଅସିତ କୁମାର ମହାକୁଡଙ୍କ ନେତୃତ୍ଵରେ ସ୍ଥାନୀୟ ଶହିଦ ସ୍ମୃତିଭବନ ନିକଟ ଶିଶୁଉଦ୍ୟାନ ଠାରୁ ଏକ ଶାନ୍ତିପୂର୍ଣ ପଟୁଆରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଲୟ ରେ ପହଞ୍ଚି ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ର ଦାବିପତ୍ର ଜିଲ୍ଲାପାଳ, ମୟୂରଭଞ୍ଜଙ୍କୁ ସକାଳ ୯.୧୫ ମିନିଟ ସମୟରେ ଦାବିପତ୍ର ପ୍ରଦାନ କରଯାଇଥିଲା । ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ତାର ଦାବିରେ ଜିଲ୍ଲା ସ୍ତରୀୟ କନିଷ୍ଠ ସହାୟକ ମାନଙ୍କୁ ଶିକ୍ଷାଗତ ଯୋଗ୍ୟତା ଓ କମ୍ପ୍ୟୁଟର ଜ୍ଞାନ ହୋଇଥୁବା’ ଭିଭିରେ ଷଷ୍ଠ ବେତନ ଆୟୋଗ ଦରମା ଅନୁଯାୟୀ ମୂଳ ଦରମା ୯୩୦୦/- ଟଙ୍କା ସହ ଗ୍ରେଡପେ ୪୨୦୦/- ଟଙ୍କା ତଥା ସପ୍ତମ ବେତନ ଆୟୋଗର ପେ ମ୍ୟାଟ୍ରିକ୍ସର ଲେଭେଲ-୯ ହାରରେ ଦରମା ମଞ୍ଜୁରୀ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କଠାରେ ନିବେଦନ କରିଛନ୍ତି ।ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ର ଉକ୍ତ ଏକମାତ୍ର ଓ ବହୁ ପ୍ରତିକ୍ଷିତ ଦାବି ଉପରେ’ ସରକାର ଯଦି ଆସନ୍ତା ଏପ୍ରିଲ ମାସ ୩୦ ତାରିଖ ସୁଦ୍ଧା କୌଣସି ସକାରାତ୍ମକ ପଦକ୍ଷେପ ନ ନିଅନ୍ତି ତାହେଲେ ମିଳିତ ଅମଲା ମଞ୍ଚ ପକ୍ଷରୁ ଆଗାମୀ ୦୧.୦୫.୨୦୨୩ ଦିନ ସରକାରଙ୍କୁ ଚରମ ପତ୍ର ପ୍ରଦାନ କରାଯିବ, ଯେଉଁପତ୍ରରେ ଉଲ୍ଲେଖ ରହିବ ଯଦି ସରକାର ତଥାପି ଦାବି ପୂରଣ ଦିଗରେ ୨୧.୦୫.୨୦୨୩ ସୁଦ୍ଧା କୌଣସି ସୁବିଚାର ନକରନ୍ତି ତାହେଲେ ଜିଲ୍ଲାରେ କାର୍ଯ୍ୟରତ ଥିବା ଜିଲ୍ଲାସ୍ତରୀୟ ସବୁବର୍ଗର ଅମଲା ଆସନ୍ତା ୨୨.୦୫.୨୦୨୩ ଠାରୁ କଳା ବ୍ୟାଜ ପରିଧାନ କରି ପ୍ରତିବାଦ ଜଣାଇବେ ଏବଂ ତାପରେ ବି ଯଦି ଦାବି ପୂରଣ ନ ହୁଏ ଆଗାମୀ ଜୁନ ମାସ ୦୧ ତାରିଖ ଠାରୁ ଜିଲ୍ଲାସ୍ତରରେ କାର୍ଯ୍ୟ କରୁଥିବା ସମସ୍ତ ୩୨ ଗୋଟି ବିଭାଗର ଅମଲା ମାନେ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ଗ୍ରହଣ ନେବେ ବୋଲି ପ୍ରକାଶ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସହିଦ୍ ଙ୍କୁ ମିଳୁନି ସମ୍ମାନ, କୋଷାଗୁମୁଡ଼ା ବିଡ଼ିଓ ଙ୍କ ପ୍ରକୋଷ୍ଠ ଅଳିଆଗଦା ରେ ସହିଦ୍ ଙ୍କ ଫଟୋ ର ଅସମ୍ମାନ

masiha

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ 

masiha

ନବନିର୍ମାଣ କୃଷକ ସଂଗଠନ ର ଲୋକ ସମ୍ପର୍କ ଅଭିଯାନ

Sunil Chandra Nayak

Leave a Comment

error: Content is protected !!