ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୁପ୍ତଚର ପାରା ଉଦ୍ଧାର ଫାଣ୍ଡିକୁ ହସ୍ତାନ୍ତର

 ମୟୂରଭଞ୍ଜ:- ୨୧/୦୪/୨୩; (ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ତଥା ତିରିଂ ଥାନା ଅନ୍ତର୍ଗତ ସୁରଦା-ଯଶିପୁର ଗ୍ରାମରୁ ସନ୍ଦେହ ଜନକ ଗୁପ୍ତଚର ପାରା ଉଦ୍ଧାର। ଝରାଡିହି ଫାଣ୍ଡିରେ ଜିମା ଦେଲେ ଉଦ୍ଧାରକାରୀ।

  ସୂଚନା ଅନୁସାରେ ଯଶିପୁର ଗ୍ରାମ ସ୍ଥିତ ମନସା ମାଆଙ୍କ ମନ୍ଦିରରେ ଏକ ଧଳା ଓ ଧୂସର ରଙ୍ଗର ପାରା ଉଡିଆସି ଗତ ରବିବାର ଦିନ ଠାରୁ ରହି ଆସୁଥିଲା। ତେବେ ଇତି ମଧ୍ୟରେ ଉକ୍ତ ପାରା ଟି ର ଗୋଡ ରେ ଇଂରାଜୀ ସଂଖ୍ୟା ଲିଖିତ ଯନ୍ତ୍ରପାତି ଖଞ୍ଜିତ ହୋଇଥିବା ପରି ଦେଖି ମନ୍ଦିର ପୂଜକ’ଙ୍କ ସନ୍ଦେହ ଉପୁଜିଥିଲା। ପରେ ପରାମର୍ଶ କ୍ରମେ ମନ୍ଦିର ପୂଜକ ନିର୍ମଳ ମହାକୁଡ ଉକ୍ତ ସନ୍ଦେହ ଜନକ ଅଜଣା ପାରା ଟିକୁ ଆଜି ନିକଟସ୍ଥ ଝରାଡିହି ଫାଣ୍ଡିରେ ଜିମା ଦେଇଛନ୍ତି। ଝରାଡିହି ଫାଣ୍ଡି ତଥା ତିରିଂ ଥାନା ଜରିଆରେ ଉପରିସ୍ଥ ଅଧିକାରୀଙ୍କ ତଦନ୍ତ ପରେ ଉକ୍ତ ପାରା ବିଷୟର ଅଧିକେ ସୂଚନା ମିଳିପାରିବ ବୋଲି ଆଶା କରାଯାଉଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଗ୍ରୀଷ୍ମ ପ୍ରବାହ ମୁକାବିଲା ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ 

masiha

ନୂଆପଡ଼ାରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

masiha

ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ରିଜର୍ଭ ପଡିଆ ଠାରେ ୮୭ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!