ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଅରୂପ କୁମାର ବିଶ୍ବାଳ ଙ୍କ କବିତା = ଅକ୍ଷିତୃତୀୟାରେ

ଅକ୍ଷିତୃତୀୟାରେ

ଅରୂପ କୁମାର ବିଶ୍ବାଳ

ଅକ୍ଷିତୃତୀୟାରେ ଚାଷ ଅନୁକୂଳ
ହୋଇଥାଏ ଏଇଦିନ,
କାହିଁକି କେଜାଣି ଚାଷୀ ଅଗପରି
କରୁନି ଏହା ପାଳନ।
ଋତୁ ସବୁ ତାର ହାତ ଛାଡି ଦେଇ
କରୁଛନ୍ତି ହଟହଟା,
ଅଦିନରେ ବର୍ଷା ଅଦିନେ ମରୁଡି
ବଢାଉଛି ଚାଷୀ ଚିନ୍ତା।
ଲହୁଲୁହ ଢାଳି କରୁଅଛି ଚାଷ
କରି ଋଣ ହୁଏ ଋଣୀ,
ବିହନ ଠୁ ସାର କୀଟନାଶକ କୁ
ଚଢାରେ ପାରୁନି କିଣି।
ବଜାର ଦଅର ବଢୁଅଛି ନିତି
ବଢୁନି ଚାଉଳ ଦର,
ଅମଳ ବେଳରେ ଅଭାବୀ ବିକ୍ର ଯେ
ମେରୁଦଣ୍ଡ ଭାଙ୍ଗେ ତାର।
ଚାକିରୀଆଙ୍କର ଦରମା ବଢୁଛି
ବେପାରୀ ବଢାନ୍ତି ଦର,
ଚାଷୀ ବାପୁଡାର ପୋଡା ଭାଗ୍ୟ ସତେ
ଧୋକାଦିଏ ବାରମ୍ବାର।
ଦେଶ ମେରୁଦଣ୍ଡ କହନ୍ତି ଚାଷୀକୁ
କିଏ କହେ ଅନ୍ନଦାତା,
ସମସ୍ତ ଯୋଜନା ଚାଷୀ ପାଇଁ ହୁଏ
କେ ବୁଝୁଛି ତାର କଥା।
ପାଗ ବିଗିଡିଲେ ଭାଗ୍ୟତା ବିଗିଡେ ଚାଷୀ ଅଣ୍ଟା ଭାଙ୍ଗିଦିଏ,
ଦୁଃଖ ତାର ଅଟେ ଚିର ସହଚର
ତା ଦୁଃଖ ଶୁଣିବ କିଏ।

ସହକାରୀ ଶିକ୍ଷକ

ଏନ୍.ଏ.ସି ବାଳିକା ଉଚ୍ଚ ବିଦ୍ୟାଳୟ, ପାରାଦୀପ

 

Related posts

ପ୍ରତାପ କେଶରୀ ସାହୁ ଙ୍କ କବିତା l l ନୂଆଁ ବରଷ ୨୦୨୩ l l

Sunil Chandra Nayak

ମଧୁମିତା ମିଶ୍ର ଙ୍କ କବିତା // କଳିକାଳ ସନେଟ

Sunil Chandra Nayak

ପୁଜା ବାଦି  ଙ୍କ କବିତା — “ମୁକ୍ତି ର ରୂପଭ୍ରମ (ମୃଗମାରିଚିକା)”

Sunil Chandra Nayak

Leave a Comment

error: Content is protected !!