ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସି ପି ଆଇ ଏମ୍ ପକ୍ଷରୁ ଲେନିନ୍ ଙ୍କ ୧୫୪ତମ ଜନ୍ମ ଜୟନ୍ତୀ ପାଳିତ

ରାଉରକେଲା/ ବିଶ୍ଵ ସର୍ବହରା ଶ୍ରେଣୀର ମହାନାୟକ,ଋଷ ବିପ୍ଳବ ର ରୂପକାର,ବିଶ୍ଵର ପ୍ରଥମ ସମାଜବାଦୀ ରାଷ୍ଟ୍ର ଋଷ ର ନିର୍ମାତା, ମହାନ୍ ବିପ୍ଳବୀ ଭି ଆଇ ଲେନିନ୍ ଙ୍କ ୧୫୪ ତମ ଜନ୍ମ ଜୟନ୍ତୀ ଆଜି ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଶକ୍ତିନଗର ଜିଲ୍ଲା ପାର୍ଟି ଅଫିସ ଠାରେ ଅନୁଷ୍ଠିତ ହୋଇଯାଇଅଛି। ପାର୍ଟି ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହ ରେ ପ୍ରଥମେ ଲେନିନ୍ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିବା ସହିତ ଲେନିନ୍ ଙ୍କ ସ୍ମୃତି ଚାରଣ କରାଯାଇଥିଲା। ଏହି ସମାରୋହରେ ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ସଦସ୍ୟ ଆଇନଜୀବୀ ଅରିନ୍ଦମ ଦତ୍ତ ବକ୍ତବ୍ୟ ରଖି କହିଥିଲେ ଯେ ଋଷ ରେ ମାର୍କସବାଦ କୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିଥିଲେ। ମାର୍କସବାଦ ର ଜଣେ ମହାନ୍ ତତ୍ତ୍ଵବିତ୍ ଭାବରେ ବିଶ୍ଵରେ ସର୍ବହରା ବିପ୍ଳବ ପାଇଁ ଲେନିନ୍ ଙ୍କ ଅବଦାନ ଅବିସ୍ମରଣୀୟ। ଲେନିନ୍ ୨୨ ଏପ୍ରିଲ ୧୮୭୦ ରେ ଜନ୍ମଗ୍ରହଣ କରିଥିଲେ। ରୁଷ ରେ ବଲସେଭିକ ପାର୍ଟି ର ନେତ୍ବତ୍ବ ନେଇ ଶ୍ରମିକ ଶ୍ରେଣୀ ନେତୃତ୍ୱ ରେ ଯେଉଁ ବିପ୍ଲବ କରିଥିଲେ ତାହା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ରୁଷ ବିପ୍ଲବ ସାମ୍ରାଜ୍ୟବାଦ ଓ ପୁଂଜିବାଦ ବିରୋଧରେ ଏବଂ ଗଣତନ୍ତ୍ର ପ୍ରତିଷ୍ଠା କରିବା ପାଇଁ ଖୋରାକ ଯୋଗାଇଥିଲା। ଏହି ବିପ୍ଲବ ପରେ ସମଗ୍ର ବିଶ୍ଵରେ ରୁଷ ଏକ ଶକ୍ତିଶାଳୀ ସମାଜବାଦୀ ରାଷ୍ଟ୍ର ରୂପେ ନିଜର ପତିଆରା ବୃଦ୍ଧି କରିଥିଲା । ଲେନିନ୍ ଙ୍କ ନେତୃତ୍ୱରେ ରୁଷର ରାଷ୍ଟ୍ରାୟତ ଉଦ୍ୟୋଗ,ସମବାୟ କୃଷି ବ୍ୟବସ୍ଥା ଓ ଭୂ ସଂସ୍କାର ଆଦି ନୀତି ଗ୍ରହଣ କରାଯାଇଥିଲା। ମଣିଷ ସମାଜର ବିକାଶ ପାଇଁ ପୁଞ୍ଜିବାଦ ନୁହେଁ ସମାଜବାଦ ହଁ ଏକମାତ୍ର ବିକଳ୍ପ ବୋଲି ଶ୍ରୀ ଦତ୍ତ କହିବା ସହିତ ମହାନ୍ ବିପ୍ଳବୀ ଲେନିନ୍ ଙ୍କୁ ମାର୍କସ ବାଦ ର ସଫଳ ରୁପାୟନ କାରୀ ବୋଲି କହିଥିଲେ। ଏହି ସମାରୋହରେ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ବିମାନ ମାଇତି, ସୁରେନ୍ଦ୍ର ଦାଶ, ଜିଲ୍ଲା କମିଟି ସଭ୍ୟ ବି ପି ମହାପାତ୍ର, ବସନ୍ତ ନାୟକ, ଆଂଚଳିକ କମିଟି ସଂପାଦକ ମଣ୍ଡଳୀ ସଭ୍ୟ ବିଶ୍ଵଜିତ ମାଝୀ, ଯଯାତି କେଶରୀ ସାହୁ, ଲକ୍ଷ୍ମୀଧର ନାୟକ, ବସନ୍ତ ପାଢ଼ୀ, ପ୍ରମୋଦ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମୁଣ୍ଡାଠାକୁରା ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

ସିଜିମାଳି ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି ଆଦିବାସୀ ମାନଙ୍କ ଉପରେ ବର୍ବରୋଚିତ କାଣ୍ଡ ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ନୀତିକୁ ପ୍ରଦର୍ଷିତ କରୁଛି: ବିଜେଡି

Sunil Chandra Nayak

ବିଜେପି ପକ୍ଷରୁ ବ୍ଳକ କାର୍ଯ୍ଯାଳୟ ଘେରାଓ ଓ ବିଡିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!