ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସପ୍ତମ ତମ ବାର୍ଷିକ ଉତ୍ସବ ତଥା ସମ୍ବର୍ଦ୍ଧନା ସଭା

ରାଉଲକେଲା:୨୩/୦୪ – (ମନିସ):- ତା ୨୧/୦୪/୨୦୨୩ ରିଖ ଦିନ ଉଦିତ ନଗର ହାଇସ୍କୁଲ ଆଲୁମିନୀ ଆସୋସିଏସନ ରାଉଲକେଲା ଆୟୋଜନ ରେ ସରକାରୀ ଉଚ୍ଚ ବିଦ୍ୟାଳୟ ଉଦିତ ନଗରର ପୁରାତନ ଛାତ୍ର ସଂସଦର ସପ୍ତମ ତମ ବାର୍ଷିକ ଉତ୍ସବ ତଥା ଅବସରକାଳୀନ ସମ୍ବର୍ଦ୍ଧନା ସଭା ବିଦ୍ଯାଳୟ ର ଯୋଗ ହଲରେ ଆୟୋଜିତ ହୋଇଯାଇଛି। ଉକ୍ତ ସଭାରେ ରାଉଲକେଲା ମହାନଗର ନିଗମର ଉପ ଆୟୁକ୍ତ ଶ୍ରୀ ସୁଧାଂଶୁ ଶେଖର ଭୋଇ (ଡ.ପ୍ରା.ସେ) ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୁରାତନ ଛାତ୍ର ସଂସଦର ସଦସ୍ୟ ମାନଙ୍କର ଏପରି ନିଆରା ପ୍ରୟାସ କୁ ଭୁୟସୀ ପ୍ରଶଂସା କରିଥିଲେ। ବିଦ୍ୟାଳୟ କୁ ପାଠପଢିବା ପାଇଁ ବିଭିନ୍ନ ବର୍ଗର ଅନେକ ପିଲା ଆସିଥାନ୍ତି୍। ଶିକ୍ଷିତ ହୁଅନ୍ତି ଏବଂ ନିଜ ଭବିଷ୍ୟତ ଆଡକୁ ଅଗ୍ରସର ହୋଇ କର୍ମମୟ ଜୀବନରେ ବ୍ଯସ୍ତ ହୋଇଯାଆନ୍ତି। କିନ୍ତୁ ସେମାନଙ୍କ ସ୍ମୃତିର ଗାଥା ଗାଉଥାଏ ବିଦ୍ୟାଳୟ। ବିଦ୍ୟାଳୟ ଦେଉଥିବା ଜ୍ଞାନର ଋଣ ଜୀବନ କାଳ ମଧ୍ୟରେ କେବେ ଶୁଝି ହୁଏନାହିଁ ସେଥିପାଇଁ ବିଦ୍ଯାଳୟ କୁ ଏକ ମନ୍ଦିର କୁହାଯାଏ। ଆଉ ଏହି ମନ୍ଦିରର ଶିକ୍ଷକ ଶିକ୍ଷୟିତ୍ରୀ ହିଁ ଏକ ମାତ୍ର ସାକ୍ଷାତରେ ଇଶ୍ଵର। ବିଦ୍ୟାଳୟ ସଦୃଶ୍ୟ ମନ୍ଦିର ଉନ୍ନତି ପରିକଳ୍ପେ ଓଡିଶା ରାଜ୍ଯ ସରକାରଙ୍କ “ମୋ” ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ ପ୍ରାକ୍ତନ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବେଶ ଆଦୃତ ହୋଇପାରିଛି ଏବଂ ଯୋଜନା ପ୍ରାକ୍ତନ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ଆଡକୁ ଆକୃଷ୍ଟ କରିବା ସହ ବିଦ୍ୟାଳୟ ଉନ୍ନତିରେ ସେମାନଙ୍କ ସହଯୋଗ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଅନ୍ଯତମ ସମ୍ମାନୀୟା ଅତିଥି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସକୁନ୍ତଳା କିଷାନ ତାଙ୍କ ଅଭିଭାଷଣରେ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ରେ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଓ ବିଦ୍ୟାଳୟର ବିଭିନ୍ନ ଅଭାବ ଅସୁବିଧା ମିଳିତ ଭାବେ ସମାଧାନ କରିବାକୁ ଆଲୁମିନୀ ଆସୋସିଏସନ କୁ ଆହ୍ବାନ ଦେଇଥିଲେ। ବରିଷ୍ଠ ଆଲୁମୀନା ଶ୍ରୀ ଚଣ୍ତୀପ୍ରସାଦ ଷଡ଼ଙ୍ଗୀ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ଶିକ୍ଷୟିତ୍ରୀ ଆଶା ଦାସଙ୍କ ବେଦ ପାଠ ସହିତ ଅତିଥି ବୃନ୍ଦ ଦୀପ ପ୍ରଜ୍ଜ୍ବଳନ ଓ ଜଗନ୍ନାଥ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ଘ୍ଯ ଅର୍ପଣ କରି ସଭା କାର୍ଯ୍ଯ ଆରମ୍ଭ ହୋଇଥିଲା। ସଭା ଆରମ୍ଭରେ ଦିବଙ୍ଗତ ଶିକ୍ଷକ ଶିକ୍ଷୟିତ୍ରୀ, ଆଲୁମୀନୀ ଓ ଛାତ୍ରଛାତ୍ରୀ ଙ୍କ ପାଇଁ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ସମ୍ବର୍ଦ୍ଧନା ପର୍ବ ଆରମ୍ଭରେ ପ୍ରତେକ ବର୍ଷ ପରି ଏବର୍ଷ ବିଦ୍ୟାଳୟର ୨୦୨୨ ର ମ୍ଯାଟ୍ରିକ ଟପର ଶ୍ରୀମାନ ଶୁଭମ ଗୋଚ୍ଛାୟତଙ୍କୁ ସ୍କୋଲାରସିପ୍ ଅର୍ଥ ରାଶି ସହ ଏକ ରଙ୍ଗୀନ ସିଲଡ ପ୍ରଦାନ ସହ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ବିଜୟକୁମାର ସାହୁଙ୍କୁ ଆସୋସିଏସନ ତରଫରୁ ମାନପତ୍ର, ଓପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ତିମରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବ କ୍ରିଡାବିଦ୍ ତଥା ମାରାଥନ ଧାବକ ଶ୍ରୀମାନ ସୁମିତ୍ ସିଂଙ୍କୁ ମଧ୍ୟ ଉତ୍ତରିୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରାଯାଇଥିଲା। ଉକ୍ତ ସଭାକୁ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶ୍ରୀ ପ୍ରଳୟ ଦାସ ତାଙ୍କର ସୁନ୍ଦର ଶୈଳୀ ମଞ୍ଚ ପରିଚାଳନା କରିଥିଲେ ଓ ବରିଷ୍ଠ ଆଲୁମୀନୀ ଶ୍ରୀ ପ୍ରକାଶ ଚନ୍ଦ୍ର ପାଢୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଶତାଧିକ ଆଲୁମିନୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ। କାର୍ଯ୍ଯକ୍ରମ କୁ ସଫଳ ରୂପାୟନ କରିବାରେ ସକ୍ରିୟ ସହଯୋଗ କରିଥିଲେ ସର୍ବଶ୍ରୀ ପୋଲସ୍ତୀ ଦାସ,ଶ୍ରୀ ବିଷ୍ଣୁ ଚରଣ ଦାସ, ଶ୍ରୀ ଦିଲ୍ଲୀପ ଲେଙ୍କା,ଯୁବଜାନୀ ବେଜ,ରାଜେଶ ବାନାର୍ଜୀ,ବିଶ୍ବରଞ୍ଜନ ବେଉରା,ଅମରେନ୍ଦ୍ର ରାଉତ,ହିମାଂଶୁ ନାୟକ, ଜ୍ଯୋତିର୍ମୟ ପଟ୍ଟନାୟକ ଓ ଶିକ୍ଷକ ଙ୍କ ମଧ୍ୟରୁ ଦେବାଶିଷ ପାତ୍ର,ମାନସ କୁମାର ବେହେରା,ମଳୟ ସାହୁ ପ୍ରଭୃତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ 

masiha

ଧର୍ମଗଡ ବ୍ଲକ ଅନ୍ତର୍ଗତ ବଡ ବସୁଲ୍ ଗ୍ରାମଠାରେ ଆଦି ସେବା କେନ୍ଦ୍ର ଉଦଘାଟିତ

Sunil Chandra Nayak

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦ ପକ୍ଷରୁ ଜଳଛତ୍ର 

masiha

Leave a Comment

error: Content is protected !!