ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡିର ନୂଆ କାର୍ଯ୍ୟାଳୟ ଶଙ୍ଖ ଭବନ ମୂଖ୍ୟମନ୍ତ୍ରୀ ଙ୍କ କର କମଳରେ ଉଦଘାଟିତ

ବିଜେଡିର ନୂଆ କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ପ୍ରତି ଜିଲ୍ଲାରୁ ଆସିଛନ୍ତି ହଜାର ହଜାର କାର୍ଯ୍ୟକର୍ତ୍ତା ।

ଲୋକାର୍ପିତ ହେଲା ବିଜେଡିର ନୂଆ ରାଜ୍ୟ କାର୍ଯ୍ୟାଳୟ । ଶଙ୍ଖ ଭବନର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଶଙ୍ଖ ଭବନର ଉଦଘାଟନ କରିଛନ୍ତି ନବୀନ । ପ୍ରତ୍ୟେକ ଜିଲ୍ଲାରୁ ଦଳର ଛାମୁଆ ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ବିଜେଡି ଗଠନ ପରଠାରୁ କ୍ୟାପିଟାଲ ହସ୍ପିଟାଲ ପାଖରେ ଦଳର ପୁରୁଣା କାର୍ଯ୍ୟାଳୟ ରହି ଆସିଥିଲା । କିନ୍ତୁ ଦୀର୍ଘ ବର୍ଷ ପରେ ଦଳର ନୂଆ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ।ଏହି ନୂଆ କାର୍ଯ୍ୟାଳୟର ନିର୍ମାଣ ପାଇଁ ୨୦ ମାସ ମଧ୍ୟରେ ଏହି ଶଙ୍ଖ ଭବନ ନିର୍ମାଣ ଶେଷ ହୋଇଛି ।

୩ ମହଲା ବିଶିଷ୍ଟ ବିଜେଡିର ନବ ନିର୍ମିତ କାର୍ଯ୍ୟାଳୟରେ ପ୍ରଥମ ମହଲାରେ ପ୍ରେସ ଲାଉଞ୍ଜ ଓ ସମ୍ମିଳନୀ କକ୍ଷ ରହିଛି । ସେହିଭଳି ଦ୍ୱିତୀୟ ମହଲାରେ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ପାଇଁ କାର୍ଯ୍ୟାଳୟ ଥିବା ବେଳେ ଏକ ବଡ ଅଡିଟୋରିୟମ ରହିଛି । ସେହିଭଳି ତୃତୀୟ ମହଲାରେ ଦଳର ସଭାପତିଙ୍କ ପାଇଁ ପ୍ରକୋଷ୍ଠ ରହିଛି । ଗତ ୨୦୨୧ ରଥଯାତ୍ରା ବେଳେ ଶଙ୍ଖ ଭବନ ପାଇଁ ଶୁଭ ଦିଆଯାଇଥିଲା ।ଭୁବନେଶ୍ବର ୟୁନିଟ୍-୬ ସ୍ଥିତ ନବ ନିର୍ମିତ କାର୍ଯ୍ୟାଳୟ ଉଦଘାଟିତ ହୋଇଛି। ଏହାର ସମ୍ମୁଖରେ ଏକ ବଡ଼ ଶଙ୍ଖ ପ୍ରତିମୂର୍ତ୍ତି ରହିଛି । ଯେଉଁଥିରେ ଚତୁର୍ଦ୍ଦାମୂର୍ତ୍ତି ଶୋଭାପାଉଛନ୍ତି । ସୁଦୃଶ୍ୟ ଅଟ୍ଟାଳିକା କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ସାଜିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମୋଦୀଙ୍କ ଟାର୍ଗେଟରେ ନବୀନ । କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ପଚାରନ୍ତୁ ୧୦ଟି ଗାଁର ନାଁ । ସେ ଲୋକଙ୍କ ଦୁଃଖ ଜାଣିନାହାଁନ୍ତି, ସ୍ୱପ୍ନ ଜାଣିନାହାଁନ୍ତି

masiha

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ କାମାକ୍ଷାନଗର ବିଜେପି ପକ୍ଷରୁ ଗାଦି ଛାଡ଼ ଆନ୍ଦୋଳନ

masiha

ଲକ୍ଷ୍ମୀପୁର ବିଜେଡ଼ି ଦଳ ବିଜେପି ଉପରେ ଆକ୍ଷେପ ଆଣି ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!