ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅକ୍ଷୟ ତୃତୀୟା ଅବସରରେ ଅକ୍ଷି ମୁଠି ଅନୁକୂଳ କଲେ ବ୍ଲକ ଉପାଧ୍ୟକ୍ଷ ଓ ଅଧିକାରୀ

କୋକସରା,୨୩/୪ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୃଷି ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା, କୃଷକ ଦିବସ ଫୁପଗାଁ ପଞ୍ଚାୟତ ଫୁପଗାଁ ଧାନମଣ୍ଡି ଠାରେ ପାଳନ କରାଯାଇଛି। ଅକ୍ଷୟ ତୃତୀୟା ହେଉଛି କୃଷକ ମାନଙ୍କ ପାଇଁ ଚାଷ ଆରମ୍ଭ କରିବାର ଶୁଭଦିନ, କୃଷକ ଦିବସ ପାଳନ ପୂର୍ବରୁ ଭୂମି ପୂଜନ, ଅକ୍ଷିମୁଠି ଅନୁକୂଲ ପାଇଁ ପୂଜାର୍ଚ୍ଚନା ପରେ ଫୁପଗାଁର ଜଣେ ଚାଷୀଙ୍କ ଚାଷଜମିରେ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବ୍ଲକ ଗୋଷ୍ଠି କୃଷି ପରାମର୍ଶ କେନ୍ଦ୍ରର ଅଧ୍ୟକ୍ଷ ଋତୁରାଜ ମାଝୀ , ଫୁଫଗାଁ ସରପଞ୍ଚ ଗଜାନନ ପୁଝାରି, କୃଷକ ମଞ୍ଚର ସଭାପତି ଗଜାନନ ନିଆଲ, ପୂର୍ବତନ କୃଷି କର୍ମଚାରୀ ଶ୍ରୀନିବାସ ପ୍ରଧାନୀ, ବ୍ଲକ ଗୋଷ୍ଠି କୃଷି ଅଧିକାରୀ ରାକେଶ ରଞ୍ଜନ ମାଝୀ, ଉଦ୍ୟାନ କୃଷି ଅଧିକାରୀ ସୌରଭ ପାଣିଗ୍ରାହୀ, ସହକାରୀ ମତ୍ସ୍ୟ ଅଧିକାରୀ ଲଳିତ ମହାନନ୍ଦ, ପ୍ରାଣୀ ଚିକିତ୍ସା ଅଧିକାରୀ ସ୍ମୃତି ରଞ୍ଜନ ଦାଶ, ମିଶନ ଶକ୍ତି ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ସମେତ ଅଞ୍ଚଳର ଜନ ପ୍ରତିନିଧି, ଚାଷି ଓ ଗ୍ରାମବାସୀ ଉପସ୍ଥିତ ରହି ଅକ୍ଷିମୁଠି ଅନୁକୂଳ କରିବା ସହ ବିହନ ବୁଣି ଚାଷ କାର୍ଯ୍ୟ ଅନୁକୂଳ କରିଥିଲେ। ପରେ ଫୁପଗାଁ ଧାନ ମଣ୍ଡିରେ କୃଷକ ମାନକୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଚାଷିଙ୍କୁ କୃଷି ବିଭାଗ ସହ ସମନ୍ୱୟ ରଖି ଠିକ ସମୟରେ ରୋଗପୋକ ନିୟନ୍ତ୍ରଣ ପାଇଁ ପରାମର୍ଶ ନେବାସହ, ପାରମ୍ପରିକ ଚାଷ ସହ ଅତ୍ୟାଧୁନିକ କୃଷି ପଦ୍ଧତି ଆପଣାଇବା, କେବଳ ଧାନଚାଷ ମଧ୍ୟରେ ସୀମିତ ନରହି ବିଭିନ୍ନ ଶସ୍ୟ, ତୈଳବୀଜ ଜାତୀୟ ତଥା ମିଲେଟ ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ମାଣ୍ଡିଆ ଚାଷ କରିବା ପାଇଁ ଚାଷୀମାନଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ଗୋଷ୍ଠି ବ୍ଲକ କୃଷି ଅଧିକାରୀ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ବ୍ଲକ କୃଷି ବିଭାଗର କ୍ଷେତ୍ର ଓ କାର୍ଯ୍ୟାଳୟର କର୍ମଚାରୀ ଆଶିଷ ପାଟିଲ, ହିମାଂଶୁ ଭୂଷଣ ଦାସ, ପ୍ରଦୀପ ରଣା, ଚନ୍ଦ୍ର କେତୁ ମେହେର, ଅବିନାଶ ଠାକୁର, ଟିକଚନ ଦଳପତି, ରଞ୍ଜନ ହଂସ, ଭକ୍ତ ଚରଣ ମାଝୀ, ଉପେନ୍ଦ୍ର ଜାଲ, ଟିକଚନ ମାଝୀ, ଇନ୍ଦୁ ପାଣିଗ୍ରାହୀ, ଇତିଶ୍ରୀ ପାଣିଗ୍ରାହୀ, ସରସ୍ୱତୀ ମେହେର, ପ୍ରଦୀପ ପଟେଲ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକର  ଗୌରବ ଆଣିଥିବା ବିଶ୍ଵଜିତ କୁ ସମ୍ବର୍ଦ୍ଧନା

Sunil Chandra Nayak

କଳାହାଣ୍ଡି ଜିଲ୍ଲାରେ ବାର୍ଡ ଦ୍ଵାରା ଟ୍ରାଇର ଟେଲିକମ ଉପୋଭକ୍ତା ସଚେତନତା କର୍ମଶଳI    

Sunil Chandra Nayak

ଗାରିଡି ପଞ୍ଚାୟତରେ ଆମ ଓଡ଼ିଶା ନବିନ ଓଡିଶା କାର୍ଯ୍ୟକ୍ରମ, ଲୋକଙ୍କ ନିକଟତର ହେଉଛି ବିକାଶର ବାର୍ତ୍ତା

masiha

Leave a Comment

error: Content is protected !!