ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକର ସିମାନ୍ତ ବର୍ତ୍ତି ୫ଟି ଗ୍ରାମକୁ ରାସ୍ତା ନାହିଁ , କାନ୍ଧ ରେ ବୋହି ନେବାକୁ ପଡୁଛି ଦୁଇ ଚକିଆ ଯାନ

ବନ୍ଧୁଗାଁ.୨୫।୦୪।୨୩ // ବନ୍ଧୁଗାଁ ବ୍ଲକର ଆନ୍ଧ୍ର ସିମାନ୍ତ ଶିଲାବାଡି ଠାରୁ ଜୟକାଟା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମରଣ ଯନ୍ତା ପାଲଟିଛି।ଏହି ଦସ କିଲୋମିଟର ଭିତରେ ରହିଚି ୫ଟି ଗ୍ରାମ।ସେଥି ମଧ୍ୟରେ ଡିଭି ପଲ୍ଲି ରେ ୧୬୦,ତାଡି ବାଲସା ୧୭,ଚିକିଟି ଲୋଭା ୨୦,ନାଗୁ ବାଲସା ୨୦ ଓ ଜୟକଟା ଠାରେ ୨୫ ଘର ଆଦିବାସି ପରିବାର ବସବାସ କରନ୍ତି ।ଗମନାଗମନର ସୁବିଧା ନଥିବାରୁ ଗ୍ରାମବାସିଙ୍କ ଦୈନନ୍ଦିନ ଜୀବନ ଉପରେ ଘୋର ପ୍ରଭାବ ପଡିଛି । ରାସ୍ତା ଭଲ ନଥିବାରୁ ସବୁ କ୍ଷେତ୍ରରେ ଗ୍ରାମବାସିଙ୍କୁ ହଇରାଣ ହରକତର ସମୁଖିନ ହେବାକୁ ପଡୁଛି । ଗ୍ରାମକୁ ଆମ୍ବୁଲାନ୍ସ ଆସିବା କଷ୍ଟକର ହେଉଥିବାରୁ ବ୍ଲକ ସଦର ଡାକ୍ତରଖାନା ପରିବର୍ତେ ପଡୋସି ଆନ୍ଧ୍ରପ୍ରଦେସ ଉପରେ ଭରଷା କରିବାକୁ ପଡୁଛି ।ରାସ୍ତା ଅବସ୍ଥା ଏପରି ଅଛି ବର୍ଷା ଦିନେ ସମସ୍ୟା ଦୁଇ ଗୁଣିତ ହେଉଛି । ଦୁଇ ଚକିଆ ଯାନକୁ ମଧ୍ୟ କାନ୍ଧରେ ବହିକି ନେବାକୁ ପଡୁଛି।ପ୍ରସାସନର ଅବହେଳା ଆଜି ପାଞ୍ଚଟି ଗ୍ରାମ ପାଇଁ କାଳ ସାଜିଛି । ଏଇ ଭଳି ଜିଲ୍ଲା ପ୍ରସାସନର ଅଣଦେଖା ପାଇଁ ପଡୋସି ଆନ୍ଧ୍ର ପ୍ରଦେସ କୋଟିଆକୁ ହାତେଇବାକୁ ବସିଛି । ଛୋଟିଆ ମୋଟିଆ ସମସ୍ୟା ପ୍ରତି ଅଣଦେଖା ଆଗକୁ ବଡ ସମସ୍ୟା ରୁପେ ଛିଡା ହେବାକୁ ବେସି ସମୟ ଲାଗିବନି । ଆଗକୁ ଏଇ ଭଳି ସମସ୍ୟା ସମାଧାନ ନହେଲେ ରାଜ୍ୟ ସରକାରଙ୍କ ପାଇଁ ମୁଣ୍ଡ ବଥାର କାରଣ ପାଲଟିବାକୁ ଏଡାଇ ଦେଇ ହେବନି । କୋରାପୁଟ ଜିଲ୍ଲାରେ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାରର ଯୋଜନା ପ୍ରଚଳିତ ହେଉଥିଲେ ମଧ୍ୟ ତାହା ଠିକ୍ ଭାବେ ଅଞ୍ଚଳରେ ପହଁଚି ପାରୁନି । ଏବେବି ବ୍ଲକର ଅନେକ ଲୋକ ସରକାରି ଯୋଜନାରୁ କୋଷେ ଦୁରରେ ଅଛନ୍ତି । ଏହାର ମୁଖ୍ୟ କାରଣ ହେଲା ଗମନାଗମନର ଅସୁବିଧା । ତେଣୁ ରାଜ୍ୟ ସରକାର ପ୍ରତ୍ୟେକ ଦୁର୍ଗମ ଅଞ୍ଚଳ ପାଇଁ ଶିକ୍ଷା ସ୍ଵାସ୍ଥ ଓ ଗମନାଗମନର ସୁବିଧା କରେଇବାକୁ ସାଧାରଣର ଦାବି ହୋଇଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ପୁଲୱାମା ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର

masiha

ସରକାରୀ ରାଖାସାହି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଇକୋ କ୍ଳବ୍ ର ବାର୍ଷିକୋତ୍ସବ

masiha

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମିତ 

masiha

Leave a Comment

error: Content is protected !!