ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଲ୍ଲିସଭା ରେ ସ୍ଵୀକୃତି ପାଉଥିବା ପ୍ରକଳ୍ପ ଗୁଡିକ ବ୍ଲକ ପ୍ରଶାସନ ଅନୁମୋଦନ କରୁନଥିବା ନେଇ ସରପଞ୍ଚ ଙ୍କ ବିଡିଓଙ୍କୁ ଦାବିପତ୍ର

ଡାବୁଗାଁ, ୨୬/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଡାବୁଗାଁ ପଞ୍ଚାୟତରେ ହେଉଥିବା ପଲ୍ଲିସଭା ଗୁଡିକରେ ରେ ସ୍ଵୀକୃତି ପାଉଥିବା ପ୍ରକଳ୍ପ ଗୁଡିକ ବ୍ଲକ ପ୍ରଶାସନ ଅନୁମୋଦନ ନକରିବା ନେଇ ଡାବୁଗାଁ ସରପଞ୍ଚ ବିନୋଦ ସୌରା ଏକ ଦାବିପତ୍ର ଏବିଡିଓ ପଦ୍ମନାଭ ତ୍ରିପାଠୀଙ୍କୁ ବୁଧବାର ପ୍ରଦାନ କରିଛନ୍ତି | ୨୦୨୨ ନିର୍ବାଚନରେ ଡାବୁଗାଁ ପଞ୍ଚାୟତର ନୂତନ ସରପଞ୍ଚ ଭାବେ ବିନୋଦ ସୌରା ଦାୟିତ୍ଵ ଗ୍ରହଣ କରିଥିଲେ | ଏହି ଦିନ ଠାରୁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ୪/୫ ଥର ପଲ୍ଲିସଭା ଓ ଗ୍ରାମସଭା ହୋଇଥିଲା | ଉକ୍ତ ପଲ୍ଲିସଭା ଓ ଗ୍ରାମସଭା ରେ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏମଜିଏନଆରଇଜିଏସ ଯୋଜନାରେ ବିଭିନ୍ନ ପ୍ରକଳ୍ପ ଯଥା:- ଜମି ମରାମତି, ଗାଈଗୁହାଳ, ନୂତନ ପୋଖରୀ ଖନନ, ରାସ୍ତା ଏବଂ ଅନ୍ୟାନ୍ୟ କାର୍ଯ୍ୟ ଗୁଡିକ ମଧ୍ୟ ୧ ବର୍ଷ ବୀତି ଗଲାଣି କିନ୍ତୁ ଉକ୍ତ ପ୍ରକଳ୍ପ ଗୁଡିକ ଡାବୁଗାଁ ପଞ୍ଚାୟତ ତରଫରୁ ଗୋଟିଏ ମଧ୍ୟ କାର୍ଯ୍ୟ କରାଯାଇନାହିଁ | ପୁନର୍ବାର ପଲ୍ଲିସଭା ପାଇଁ ଗ୍ରାମକୁ ଗଲେ ଲୋକେ କହୁଛନ୍ତି ପୂର୍ବରୁ ପଲ୍ଲୀସଭାରେ ସ୍ଵୀକୃତୀ ପାଇଥିବା କାମ ଗୁଡିକ ହେଉ ନାହିଁ ପୁଣି କାହିଁକି ପଲ୍ଲିସଭା ପାଇଁ ଆସିଛ | ପୂର୍ବରୁ ପଲ୍ଲିସଭା ଓ ଗ୍ରାମସଭାରେ ଯେଉଁ ପ୍ରକଳ୍ପ ଗୁଡିକ ସ୍ଵୀକୃତି ପାଇଛି ତାହା ପ୍ରଥମେ କରାଯାଉ ତା ପରେ ପଲ୍ଲିସଭା କରାଯାଉ ବୋଲି ଗ୍ରାମବାସୀ ସରପଞ୍ଚ ଙ୍କୁ ପ୍ରଶ୍ନ କରୁଛନ୍ତି | କିନ୍ତୁ ନୂତନ ପଲ୍ଲିସଭା ଓ ଗ୍ରାମସଭାରେ ପାସ କରି ଦିଆଯାଉଥିବା କମ ଗୁଡିକ ଅନୁମୋଦନ କରି ମନଇଛା କାମ ଗୁଡିକ ଲେଖି କେତେ ଜଣ ଠିକାଦାର ମିଶି ଡାବୁଗାଁ ବ୍ଲକରେ ମନଇଛା ତାହା ପଞ୍ଚାୟତକୁ ନ ଜଣାଇ କାମ ଗୁଡିକ କରୁଛନ୍ତି | ଯଦି ଏମଜିଏନଆରଇଜିଏସ କାମ ରେ ପଞ୍ଚାୟତ କୌଣସି ଅଧିକାର ନାହିଁ ତାହେଲେ ଡାବୁଗାଁ ଗ୍ରାମ ପଞ୍ଚାୟତରେ ପଲ୍ଲିସଭା ଓ ଗ୍ରାମସଭା ବନ୍ଦ କରାଯାଉ | ଗ୍ରାମ ରୋଜଗାର ସେବିକାଙ୍କୁ ପଚାରିଲେ ମୁଁ କିଛି ଜାଣିନାହିଁ ବୋଲି କହୁଛନ୍ତି ଓ ବ୍ଲକରେ କାମ ବିଷୟରେ ପଚାରି ବୁଝିଲେ ସେମାନେ କହୁଛନ୍ତି କାମ ଗୁଡିକ ଜିଲାପରିଷଦକୁ ପଠାଇଲେ କାମ ଗୁଡିକ ଅନୁମୋଦନ ହେଉନାହିଁ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି | ଏହି ଦାବିପତ୍ର ପ୍ରଦାନ ସମୟରେ ସରପଞ୍ଚଙ୍କ ସମେତ ସତ୍ୟରଞ୍ଜନ ପାତ୍ର, ବିଶ୍ଵରଞ୍ଜନ ପାତ୍ର, ସୁନୀଲ କୁମାର ସିଂ, ରଘୁ କଲାର,ଧନସିଂ ଭତରା, ଭାସ୍କର ମାଝି, ଅସମନ ଗୌଡ, ଗୋପୀନାଥ ଭତରା, ମାଧବ ଭତରା ଙ୍କ ସମେତ ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସଅର ସମ୍ପ୍ରଦାୟ କୁ ଆଦିବାସୀ ମାନ୍ୟତା ପ୍ରସଙ୍ଗ , ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ଆଦିବାସୀ ସଅର ସମ୍ପ୍ରଦାୟ 

masiha

କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା 

masiha

ମୋଦି ସରକାର ଙ୍କ କୁଶାସନ ଓ ଜନବିରୋଧୀ ନୀତି ବିରୋଧରେ ୧୬ ଫେବୃୟାରୀ ଦେଶବ୍ୟାପୀ ଧର୍ମଘଟ ଓ ହରତାଳ କୁ ସଫଳ କରିବା ପାଇଁ ମିଳିତ ଟ୍ରେଡ୍ ୟୁନିୟନ ପକ୍ଷରୁ ମୋଟର ସାଇକେଲ ରାଲି , ଜନସାଧାରଣ ସାମିଲ ହେବାକୁ ଆହ୍ୱାନ

masiha

Leave a Comment

error: Content is protected !!