ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଲତା ସମାଜର ସୁରକ୍ଷା କମିଟି ଗଠନ ଓ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ

କଲାହାଣ୍ଡି ଜିଲ୍ଲା କୁଲତା ସମାଜ ଅନ୍ତର୍ଗତ ମଠା ପରିବାର ର ବଂଶ ସୁରକ୍ଷା କମିଟି ଗଠନ ଓ ସମାବେଶ କାର୍ଯ୍ୟକ୍ରମ ଅଦ୍ୟ ତା ୨୬-୦୪-୨୦୨୩ ରିଖ ବୁଧବାର ଦିନ କେସିଙ୍ଗା ଵ୍ଳକ ର ଅଧମୁଣ୍ଡା ଗ୍ରାମ ର ରାମଖମ୍ବ ପୀଠ ରେ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏଠାରେ କଲାହାଣ୍ଡି କୁଲତା ସମାଜ ର ସଭାପତି ଶ୍ରୀଯୁକ୍ତ କେସବ ଚନ୍ଦ୍ର ଭୋଇ, ସମ୍ପାଦକ ଶ୍ରୀଯୁକ୍ତ ବିଜୟ କୁମାର ଭୋଇ, ବଂଶ ସୁରକ୍ଷା କମିଟି ର ସଭାପତି ଶ୍ରୀଯୁକ୍ତ କେସବ ଚନ୍ଦ୍ର ବିଶ୍ୱାଳ, ମନ୍ଦିର କମିଟି ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, କଲାହାଣ୍ଡି କୁଲତା ସମାଜ ର ମ଼ହିଲା ସଭାନେତ୍ରୀ ଶ୍ରୀମତୀ ପ୍ରମିଳା ପ୍ରଧାନ (ମୁର୍ସୀଙ୍ଗ) ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମାବେଶରେ ଏକହଜାର ରୁ ଅଧିକ ମଠା ପରିବାର ର ବଂଶଜ ଯୋଗଦେଇଥିଲେ। ସର୍ବ ପ୍ରଥମେ ଅଧମୁଣ୍ଡା ଗ୍ରାମର ଜଗନ୍ନାଥ ମନ୍ଦିରରୁ ମସାଲ ଯାତ୍ରା ଓ ଆଜ୍ଞା ମାଳ ସହ,କୁଳତା ମାନଙ୍କର ଅଧିଷ୍ଠାତ୍ରୀ ଦେବୀ ମା ରଣେଶ୍ଵର ରାମଚଣ୍ଡୀ ଙ୍କର ପୂଜାର୍ଚ୍ଚନା କରାଗଲା। ସର୍ବ ସମ୍ମତି କ୍ରମେ ଶ୍ରୀଯୁକ୍ତ ଗୋବର୍ଦ୍ଧନ ପ୍ରଧାନ ( କର୍ଳାପଡା)। ଙ୍କୁ ସଭାପତି, ଶ୍ରୀ ଅର୍ଜ୍ଜୁନ ପ୍ରଧାନ (ମୁର୍ସୀଙ୍ଗ) ଓ ଶ୍ରୀ ସୁଶାନ୍ତ ପ୍ରଧାନ (ବିଜଖମନ) ଉପ-ସଭାପତି, ଶ୍ରୀ ରୋହିତ ପ୍ରଧାନ (ଅଧମୁଣ୍ଡା)ସମ୍ପାଦକ , ଉପଦେଷ୍ଟା କମିଟି ରେ ଶ୍ରୀଯୁକ୍ତ ଚିନ୍ତାମଣି ପ୍ରଧାନ, ଶ୍ରୀ ମୂରଲୀଧର ପ୍ରଧାନ, ଶ୍ରୀ ଧର୍ମାନନ୍ଦ ପ୍ରଧାନ, ଶ୍ରୀ ଝସ କେତନ ପ୍ରଧାନ, ଶ୍ରୀ ଟଙ୍କଧର ପ୍ରଧାନ, ଶ୍ରୀମତୀ ନିରୁପମା ପ୍ରଧାନ, ଶ୍ରୀ ସନ୍ତୋଷ କୁମାର ପ୍ରଧାନ ବାଙ୍କେଳ, ଯୁବକ ଗୋଷ୍ଠୀ ମଧ୍ୟରେ ଶ୍ରୀ ଦୁଷ୍ମନ୍ତ କୁମାର ପ୍ରଧାନ କିକିଆ, ଶ୍ରୀ ଉମେଶ ଚନ୍ଦ୍ର ପ୍ରଧାନ( ଡୁଙ୍ଗୁରିଗୁଡା, ଶ୍ରୀ ଝସକେତନ ପ୍ରଧାନ, ଶ୍ରୀ ଅଜିତ କୁମାର ପ୍ରଧାନ (କଦମ୍ବ ଗୁଡା), ଶ୍ରୀ ବଶିଷ୍ଠ ପ୍ରଧାନ (କର୍ଳପଡା,) ଶ୍ରୀ ଭୁପେନ୍ଦ ପ୍ରଧାନ ଓ ଶ୍ରୀ ପ୍ରିତମ ପ୍ରଧାନ ଙ୍କୁ ସର୍ବସମ୍ମତିକ୍ରମେ ଗ୍ରହଣ କରାଗଲା। ଏହି ସମାବେଶ ରେ ନାରୀମାନଙ୍କ ର ସୁରକ୍ଷା, ନିଶା ନିବାରଣ, ବୟୋଜ୍ୟେଷ୍ଠ ମାନଙ୍କୁ ସମ୍ମାନ, ଛାତ୍ରଛାତ୍ରୀ ମାନଙ୍କୁ ନୈତିକ ଶିକ୍ଷା, ସମାଜ ମଙ୍ଗଳ କାର୍ଯ୍ୟରେ ସମସ୍ତେ ଏକାଠି ହେବାକୁ ଆହ୍ୱାନ କରାଯାଇଛି। ଶେଷରେ ଶ୍ରୀ ଯୁଗଲ କିଶୋର ପ୍ରଧାନ ସଭା ସାଙ୍ଗ କରିଥିଲେ ।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ନଗର ଯାଦବ ସମାଜ ପକ୍ଷରୁ ଦୀପ ପ୍ରଜ୍ବଳନ 

masiha

ବିଶ୍ଵ ଅଟିଜିମ୍ ଦିବସ ପାଳିତ

Sunil Chandra Nayak

ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଦ୍ୱାରା ରମେଶ ଚନ୍ଦ୍ର ପାତ୍ର ସମ୍ବର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!