ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଲାଞ୍ଜିଗଡ଼ଠାରେ ବ୍ରୁନ୍ଦାବନ ସେବାଶ୍ରମ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ

ଲାଞ୍ଜିଗଡ଼,୨୭/୦୪(ମନିସ) ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆଜି ଲାଞ୍ଜିଗଡ଼ଠାରେ ବ୍ରୁନ୍ଦାବନ ସେବାଶ୍ରମ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ! ଏଥିରେ ମୁଖ୍ୟଅତିଥି ଭାବେ ପରମହଂସ ସ୍ବାମୀ ସତ୍ୟ ପ୍ରଜ୍ଞାନନ୍ଦ ସରସ୍ବତୀ ଯୋଗ ଦେଇ ଶ୍ରୀବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ! ଏଇ ଅବସରରେ ସମ୍ମାନିତ ଅତିଥି ଭାବେ ସ୍ବାମୀ ସତ୍ୟ ଦେବାନନ୍ଦ ସରସ୍ବତୀ, ସ୍ବାମୀ ସତ୍ୟ ପ୍ରେମାନନ୍ଦ ସରସ୍ବତୀଙ୍କ ସମେତ ସ୍ବାମୀ ମାଧବାନନ୍ଦ, ବାବା ବଂଶୀଧର ଦାସ, ବାବା ପ୍ରେମାନନ୍ଦ ଦାସ, ବାବା ରାଧାକାନ୍ତ ଦାସ ପ୍ରମୁଖ ଯୋଗ ଦେଇଥିଲେ ! ବାବା ଶ୍ୟାମାନନ୍ଦ ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏଇ ଆଧ୍ୟାତ୍ମିକ ମହୋତ୍ସବରେ ଲାଞ୍ଜିଗଡ଼ ତଥା ଏହାର ଆଖପାଖ ଅଞ୍ଚଳରୁ ଶହଶହ ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ ! ମହୋତ୍ସବ ପ୍ରାରମ୍ଭରେ ଏକ ବାଇକ୍ ଶୋଭାଯାତ୍ରା ସହ ଅତିଥିମାନଙ୍କୁ ସ୍ବାଗତ କରାଯାଇଥିଲା ! 

ଲାଞ୍ଜିଗଡ଼ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଉଦିତନଗର ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୭ ରୁ ୩୦…..

masiha

ସାରସପଡ଼ା ରେ ୮ତମ ମାଁ ବିନ୍ଧ୍ୟ ବାସିନୀ ଙ୍କ ବାର୍ଷିକ ପୂଜାନୋତ୍ସବ ମହାସମାରୋହରେ ଅନୁଷ୍ଠିତ 

masiha

କାର୍ତ୍ତିକେଶ୍ୱର ପଞ୍ଚୁକ ବ୍ରତ ପାଇଁ କପିଳାସ ପୀଠ ଚଳଞ୍ଚଚଳ

Sunil Chandra Nayak

Leave a Comment

error: Content is protected !!