ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମଲିଙ୍ଗି ବିବାହ ବିରୁଦ୍ଧରେ ସଚେତନ ନାଗରିକଙ୍କ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

ରାଉରକେଲା/ ସଚେତନ ନାଗରିକଙ୍କ ତରଫରୁ ସମଲିଙ୍ଗି ବିବାହ ବିରୁଦ୍ଧରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ଥିଲା । ଭାରତର ସର୍ବୋଚ୍ଚ ଅଦାଲତରେ ଚାଲିଥିବା ଏହି ବିଷୟକୁ ନେଇ ଦେଶ ବାସୀ ଚିନ୍ତିତ , ଏହା ଭାରତର ସଂସ୍କୃତି, ପରମ୍ପରା ଓ ମୂଳ ଢାଞ୍ଚାର ବିରୁଧା ଚରଣ ଅଟେ । ବର୍ତ୍ତମାନ ଦେଶରେ ଜନ ସଂଖ୍ୟା ବିସ୍ପୋରଣ, ମୁକ୍ତ ଶିକ୍ଷାର ପ୍ରଚଳନ, ଦାରିଦ୍ର୍ୟତା ଉପଶମ, ମୁକ୍ତ ଓ ସୁସ୍ଥ ପରିବେଶ ଭଳି ମୁଖ୍ୟ ପ୍ରସଙ୍ଗ ଥିବାବେଳେ ସେଥିପ୍ରତି ସର୍ବୋଚ୍ଚ ଅଦାଲତ ଧ୍ୟାନ ଦେଇ ଗଣତନ୍ତ୍ର ରାଷ୍ଟ୍ରରେ ଜନ ସାଧାରଣଙ୍କ ସମସ୍ୟାକୁ ଦୁରକରିବା କଥା । କିନ୍ତୁ ଏଥିପ୍ରତି ଧ୍ୟାନ ଦିଆ ଯାଉନାହିଁ । ଆଜି ରାଉରକେଲାର ସଚେତନ ନାଗରିକ ବୃନ୍ଦ ସମଲିଙ୍ଗ ବିବାହକୁ ବିରୋଧ କରୁଛନ୍ତି କାରଣ ଏହା ଆମ ସଂସ୍କୃତି ଓ ପରମ୍ପରାକୁ କୁଠାରାଘାତ କରିବ , ସମାଜରେ ବିଶୃଖଳl ଦେଖାଦେବ। ଜନତା ଓ ରାଷ୍ଟ୍ରର ହିତ ଦୃଷ୍ଟିରୁ ଆମେ ମହାମହିମ ରାଷ୍ଟ୍ରପତିଙ୍କୁ ଅନୁରୋଧ କରୁଛୁ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବା ପାଇଁ। ଆଜିର ଏହି କାର୍ଯ୍ୟକ୍ରମରେ ସବିତା ତନ୍ତୀ, ଲତିକା ପଟ୍ଟନାୟକ, ପଦ୍ମାସିନି ନାୟକ, ପୁଷ୍ପଲତା ସାହୁ, ରୀତା ସାହୁ, ଅଞ୍ଜଳୀ ନାଥ, ସୁଶୀଳା ରାଉତ, ବିଜୟଲକ୍ଷ୍ମୀ ମହାରଣା, ରାଧିକା ଅଗ୍ରୱାଲ, ସସ୍ମିତା ପାଢ଼ୀ,ସମେତ ଶତାଧିକ ସାମିଲ ହୋଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବ୍ୟାଙ୍କିଙ୍କ ସେବା ଓ ଋଣ କର୍ମଶାଳା.. ଭୂମି ହୀନ ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା କର୍ମଶାଳାରେ ଚର୍ଚ୍ଚା

Sunil Chandra Nayak

ହଟାତ ଚାଲିଗଲା ଆଶା ଦିଦି ଙ୍କ ଜୀବନ 

ବିଶିଷ୍ଟ ଶ୍ରମିକ ନେତା ସାଥୀ ବିଷ୍ଣୁ ମହାନ୍ତିଙ୍କ ବିୟୋଗରେ ରାଉରକେଲା ଷ୍ଟିଲ ମଜଦୂର ୟୁନିୟନ୍ ପକ୍ଷରୁ ଶୋକ ସଭା 

Leave a Comment

error: Content is protected !!