ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ଙ୍କ କାର୍ଯ୍ୟ କୁ ବିରୋଧ କରି ଗ୍ରାମବାସୀ ଙ୍କ ପଞ୍ଚାୟତ କାର୍ଯ୍ୟ|ଳୟ ଘେରାଉ

ଡାବଗାଁ, ୨୮/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଡଙ୍ଗରିଗୁଡ଼ା ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ଙ୍କ କାର୍ଯ୍ୟ କୁ ବିରୋଧ କରି ଶୁକ୍ରବାର ଡଙ୍ଗରିଗୁଡ଼ା ପଞ୍ଚାୟତ ର ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟ|ଳୟ ଘେରାଉ କରିଥିଲେ । ଗ୍ରାମବାସୀ କହିବା ପ୍ରକାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗତ କିଛିଦିନ ହେବ କୌଣସି ଏକ ନିର୍ଦ୍ଧିଷ୍ଟ କାମ ପାଇଁ ସ୍ଵତନ୍ତ୍ର ବୈଠକ କରିଆସୁଛନ୍ତି କିନ୍ତୁ ବୈଠକର କୌଣସି ରେଜୁଲେସନ ବୈଠକରେ ଲେଖାଯାଉନାହିଁ । ବୈଠକରେ ଉପସ୍ଥିତ ଥିବା ସମସ୍ତ ୱାର୍ଡ ମେମ୍ବର ମାନଙ୍କ ସାଧା କାଗଜ ରେ ଦସ୍ତଖସ୍ତ ନେଇ ପରେ ରେଜୁଲେଶନ ଲେଖାଯାଉଛି । ଡଙ୍ଗରିଗୁଡ଼ା ପଞ୍ଚାୟତ ରେ ହେବାକୁ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ ପାଇଁ ଅନୁମତି ପୂର୍ବ ଦିନରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେଇଥିଲେ କିନ୍ତୁ କଣ ଏମିତି ହେଲା କି ପୁଣି ଏହି ଦୋକାନ କୁ ନ ଖୋଲିବା ପାଇଁ ସେମାନେ ବାଧ୍ୟ ହେଉଛନ୍ତି । ଏହି ବିଷୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ପଚାରିବାରୁ ସେ ୱାର୍ଡ ମେମ୍ବର ମାନେ ଏହି ଦୋକାନ ନ ଖୋଲିବା ପାଇଁ କହିଥିବା ଜଣାଇଥିଲେ କିନ୍ତୁ ୱାର୍ଡ ମେମ୍ବର ମାନେ ଏହି ଦୋକାନ ଖୋଲାଯାଇ ଥିଲେ ଭଲ ହୋଇଥାନ୍ତା ବୋଲି ମତାମତ ଦେଇଥିଲେ । ଗ୍ରାମବାସୀ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲାଯାଉ ବୋଲି କହିଥିଲେ । କିନ୍ତୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ନିଜ ସ୍ଵାର୍ଥସାଧନ ପାଇଁ ଏହି ଦୋକାନ ନ ଖୋଲିବା ପାଇଁ ଚେଷ୍ଟା କରିଥିବା ଗ୍ରାମବାସୀ କହିଛନ୍ତି । ସୂଚନାଯୋଗ୍ୟ :- ଚଳିତ ମାସ ୧୮ ତାରିଖ ଦିନ ଡ଼ଙ୍ଗରିଗୁଡା ଗ୍ରାମ ନିକଟରେ ଖାତାନଂ ୪୬୦/୭୭୧ ଓ ପ୍ଲଟ ନଂ ୧୯୨୮/୨୪୪୭ ଉପରେ ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଜିଲା ଅବକାରୀ ବିଭାଗ ତରଫରୁ ଚିଠି ନଂ ୫୪୭/୨୦୨୩ ପଞ୍ଚାୟତକୁ ଅନୁମତି ନିମନ୍ତେ ଆସିଥିଲା | ପରେ ୨୪.୪.୨୩ ଦିନ ପଞ୍ଚାୟତ କାର୍ଯ୍ୟ|ଲୟରେ ସରପଞ୍ଚ ଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟ ମାନେ ବୈଠକ ବସି ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିବା ନିମନ୍ତେ ନିସ୍ପତି ନିଆଯାଇ ରେଜୁଲେସନ ଲେଖାଯାଇ ସମସ୍ତ ସଭ୍ୟ ମାନେ ଦସ୍ତଖତ କରିଥିଲେ | ଏହି ରେଜୁଲେଶନକୁ ୨୫.୪.୨୩ ଦିନ ଜିଲାପାଳ ଓ ଜିଲା ଅବକାରୀ ବିଭାଗକୁ ପ୍ରଦାନ କରଯାଇଥିଲା | କୌଣସି କାରଣରୁ ଡ଼ଙ୍ଗରିଗୁଡା ସରପଞ୍ଚ ଏହି ଠିପି ଖୋଲା ବିଦେଶୀ ମଦ ଦୋକାନ କୁ ନଖୋଲିବା ପାଇଁ ପୁଣି ଏକ ବୈଠକ ଶୁକ୍ରବାର ଡକାଇଥିଲେ | ଉକ୍ତ ଘଟଣାକୁ କେନ୍ଦ୍ର କରି ଡ଼ଙ୍ଗରିଗୁଡା ଗ୍ରାମବାସୀ ପଞ୍ଚାୟତ ଘେରାଉ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ଟ୍ୟାଙ୍କର ୩ଘଣ୍ଟା ଧରି ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ,ଅଳ୍ପକେ ବର୍ତ୍ତିଲେ ଚାଳକ

masiha

ଵିଷମ କଟକ ବ୍ଲକ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

masiha

ଛତା ମହୁଲ ପ୍ରାଥମିକ ବିଦ୍ୟାଳୟରେ ଅଭିଭାବକ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!