ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଙ୍କୁଳସ୍ତରୀୟ ସାମୁହିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

 ମୟୂରଭଞ୍ଜ;୨୮/୦୪ (ମସିହା)ରାଇରଙ୍ଗପୁର ସରସ୍ବତୀ ବିଦ୍ୟା ମନ୍ଦିରଠାରେ ସଙ୍କୁଳସ୍ତରୀୟ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ପ୍ରମେୟ ସାମ୍ବାଦିକ ତଥା ସମାଜସେବୀ ଅନଶନ ମହାନ୍ତ ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ବଳନ କରିଥିଲେ |ସଂକୁଳ ସଂଯୋଜକ ଚିତ୍ତ ରଂଜନ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉଦଯାପିତ ଶିବିରରେ ପ୍ରଶିକ୍ଷଣ ବର୍ଗର ସଂକୁଳ ପ୍ରମୁଖ ବାବୁଲାଲ ଦାସ,ରାଷ୍ଟ୍ରିୟ ସ୍ବୟଂ ସଂଘର ସେବକ ଭାଗବତ ପ୍ରସାଦ ମହାନ୍ତ ‘ସାମୁହିକ-ରାଷ୍ଟ୍ରସର୍ବପରି’ ବିଷୟରେ ମତବ୍ୟକ୍ତ କରିଥିଲେ |ଅତିଥି ପରିଚୟ ପ୍ରଧାନ ଆଚାର୍ଯ୍ୟ ଦେଇଥିଲାବେଳେ ବୃତ୍ତ କଥନ ସଂକୁଳ ପ୍ରମୁଖ ବାବୁଲାଲ ଦାସ ପ୍ରଦାନ କରିଥିଲେ |ନିମନ୍ତ୍ରୀତ ଅତିଥି ସମାଜସେବୀ ପ୍ରଶ୍ନ କୁମାର ଶତପଥୀ ଆଚାର୍ଯ୍ୟ ପ୍ରଶିକ୍ଷଣ ଉପରେ ବହୁମୂଲ୍ୟ ବାର୍ତ୍ତା ପ୍ରେରଣ କରିଥିଲେ |ହାଟବାଦଡ଼ା ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟା ମୋହନ କୁମାର ଗିରି ଉପସ୍ଥିତ ଗୁରୁଜୀ ଓ ଗୁରୁମାମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ |ସୂଚନାଯୋଗ୍ୟ ଯେ ଏହି ଶିବିରରେ ୧୦ଟି ଶିଶୁ ମନ୍ଦିରର ୧୨୦ ଜଣ ଗୁରୁଜୀଗୁରୁମା ଉପସ୍ଥିତ ଥିଲେ |

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବନ୍ଦ ଘର ଭିତରେ ଯୁବକର ମୃତଦେହ ଠାବ

masiha

ଅନୁଷ୍ଠିତ ହେଲା ପଞ୍ଚାୟତ ସମିତିର ଷଷ୍ଠ ସାଧାରଣ ଅଧିବେଶନ 

Sunil Chandra Nayak

ପଲମ୍ କ୍ଲଷ୍ଟର ପକ୍ଷରୁ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ 

masiha

Leave a Comment

error: Content is protected !!