ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା’ ବୁଢୀ ଠାକୁରାଣୀଙ୍କ ସପ୍ତଦିନ ବ୍ୟାପି ଚଣ୍ଡୀଯଜ୍ଞ ଆରମ୍ଭ 

ଢେଙ୍କାନାଳ, ତା.୨୮.୦୪.୨୦୨୩ରିଖ : ଢେଙ୍କାନାଳ ଜୁବୁଲି ଟାଉନ୍ ଭାପୁର ରୋଡସ୍ଥିତ ଅଧୃଷ୍ଠାତ୍ରୀ ମା’ ବୁଢୀ ଦେବୀଙ୍କର ବିଜୟ ସ୍ଥଳୀରେ ୨୯ ତାରିଖ ଠାରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚଣ୍ଡୀଯଜ୍ଞ ଓ ଶନିଶ୍ଚର ମହାଗ୍ରହ ଯଜ୍ଞ ଅନୁଷ୍ଠିତ ହେବାକୁ ଯାଉଛି । ଅଦ୍ୟ ଶୁକ୍ରବାର ଏକଶହରୁ ଉର୍ଦ୍ଧ୍ବ ମହିଳା ଭାଗିରଥୀ ସାଗରଠାରେ ପୂଜାର୍ଚ୍ଚନା ପରେ କଳସଯାତ୍ରାରେ ବାହାରି ମା’ଙ୍କ ପୀଠରେ ପହଁଚିଥିଲେ । ପରେ ମା’ଙ୍କର ଅଙ୍କୁରାରୋପଣ, ଜଳଯାତ୍ରା ଓ ଅଧ୍ୟାସ ଅନୁଷ୍ଠିତ ହୋଇଯାଇଅଛି । କମିଟି ପକ୍ଷରୁ ମା’ଙ୍କର ବୈଶାଖ ପର୍ବ ଓ ଶନିଶ୍ଚର ମହାଗ୍ରହ ଯଜ୍ଞ ଅନୁଷ୍ଠିତ ହେବ । ୨୯ ତାରିଖ ଦିନ ସୂର୍ଯ୍ୟ ପୂଜା, ଗୋ-ପୂଜା ଓ ଚଣ୍ଡୀପାଠ, କୁଣ୍ଡ ମଣ୍ଡଳାଦି ପୂଜା, ଅଗ୍ନିସ୍ଥାପନ ଓ ଗ୍ରହଯଜ୍ଞ ଅନୁଷ୍ଠିତ ହେବ । ୩୦ ତାରିଖ ଦିନ ଗୋପାଳସହସ୍ର ନାମରେ ଆହୁତୀ ପ୍ରଦାନ, ମଇ ୧ ତାରିଖ ଦିନ ରୁଦ୍ରାର୍ଜନ ଓ ଆହୁତୀ ପ୍ରଦାନ, ୦୨ ତାରିଖ ଦିନ ଦେବୀ ସହସ୍ର ନାମରେ ଆହୁତୀ ପ୍ରଦାନ, ୩ ତାରିଖରେ ଗୀତାଯଜ୍ଞ, ୪ ତାରିଖରେ ନୃସିଂହାର୍ଜନ ଓ ଆହୁତୀ ପ୍ରଦାନ ଏବଂ ୫ ତାରିଖରେ ମା’ଙ୍କର ଷୋଡଶୋପଚାର ପୂଜା, ଚଣ୍ଡୀପୂଜା ଓ ପୂର୍ଣ୍ଣାହୁତୀ ଅନୁଷ୍ଠିତ ହେବା ସହିତ ଭକ୍ତମାନଙ୍କ ପାଇଁ ସଂଧ୍ୟା ସମୟରେ ପ୍ରସାଦସେବନର ବ୍ୟବସ୍ଥା ରହିଛି । ମୁଖ୍ୟ ପୂଜକ ରାଜକିଶୋର ମିଶ୍ର, ପର୍ଶୁରାମ କର, ଶୁଭେନ୍ଦୁ କୁମାର ଦାଶ, ବେଣୁଧର ନନ୍ଦ, ସ୍ମୃତିରଞ୍ଜନ ନନ୍ଦ, କାମେଶ ରତ୍ନ ନନ୍ଦ ଓ ବିଷ୍ଣୁ ଚରଣ ଆଚାର୍ଯ୍ୟ ପ୍ରମୁଖ ସମସ୍ତ ପୂଜାକାର୍ଯ୍ୟ କରିବେ । କର୍ତା ଶିଶିର କୁମାର ବାରିକ ଓ ତାଙ୍କ ସହଧର୍ମିଣୀ ସସ୍ମିତା ବାରିକ, ସରୋଜ କୁମାର ମହାନ୍ତି ଓ ତାଙ୍କ ସହଧର୍ମିଣୀ ବୁନୁ ବରାଳ, ମଙ୍ଗୁଳି ଚରଣ ସାହୁ ଓ ତାଙ୍କ ସହଧର୍ମିଣୀ ରେବତୀ ସାହୁ ପ୍ରମୁଖ ଉପସ୍ଥିତ ରହିଛନ୍ତି। କମିଟିର ଅକ୍ଷୟ କୁମାର ଆଚାର୍ଯ୍ୟ, ସାଗର ପଟ୍ଟନାୟକ, ସୁଶାନ୍ତ ବାରିକ, ବିଚିତ୍ର କୁମାର ବରାଳ, ଦେବାଶିଷ ପଟ୍ଟନାୟକ, ବିଜୟ କୁମାର ତୁଙ୍ଗ ଓ ଅଜିତ କୁମାର ମହାପାତ୍ରଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରୁଛନ୍ତି ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

 

Related posts

ହରିଦ୍ଵାର ଶାନ୍ତିକୁଞ୍ଜ ର ଆନୁକୁଲ୍ୟ – ବିଶ୍ୱ ଭାତୃତ୍ବ ଓ ମାନବତ୍ୱ ଜାଗ୍ରତ ପାଇଁ ଗାଁ ଗାଁ କୁ ଗାୟିତ୍ରୀ ଧର୍ମ ସଚେତନତା ରଥ ହେଲା ପରିକ୍ରମା 

masiha

କାର୍ତ୍ତିକେଶ୍ୱର ପଞ୍ଚୁକ ବ୍ରତ ପାଇଁ କପିଳାସ ପୀଠ ଚଳଞ୍ଚଚଳ

Sunil Chandra Nayak

ବହୁ ଆଡମ୍ବର ସହ ରାଇଘର ରେ ରଥ ଟଣା ଶେଷ ହେଲା

Sunil Chandra Nayak

Leave a Comment

error: Content is protected !!