ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧୁସୂଦନ ଦାସ ଥିଲେ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ

ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଜୟନ୍ତୀ ପାଳିତ

ରାଉରକେଲା।୨୮/୦୪/୨୦୨୩ //ରାଉରକେଲାର ସର୍ବ ପୁରାତନ ସାହିତ୍ୟ-ସଂସ୍କୃତି ଅନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧୁବାବୁଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ସକାଳ ଆଠ ଘଟିକା ସମୟରେ ଷ୍ଟେସନ ସମ୍ମୁଖସ୍ଥ ମଧୁସୂଦନ ମାର୍ଗରେ ସ୍ଥାପିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ସଂଘର ସଭାପତି ଇଂ. ଅଜୟ କୁମାର ନାୟକଙ୍କ ନେତୃତ୍ବରେ କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କ ଦ୍ବାରା ମାଲ୍ୟାର୍ପଣ କରାଯାଇଥିଲା। ଏଠାରେ ପ୍ରକାଶ ଥାଉକି, ମଧୁବାବୁଙ୍କ ଏହି ପୂର୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି ୧୯୭୬ ମସିହାରେ ପ୍ରଗତି ଉତ୍କଳ ସଂଘ ପ୍ରଚେଷ୍ଟାରେ ସ୍ଥାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପସଭାପତି ରଶ୍ମି ରଞ୍ଜନ ବୋଇତାଇ, ସାଧାରଣ ସମ୍ପାଦକ ରାଧାମୋହନ ନାୟକ, ପ୍ରଦୀପ ପଟ୍ଟନାୟକ, ଅଶୋକ ପଟ୍ଟନାୟକ, ଲକ୍ଷ୍ମଣ ଦାସ, ଅରବିନ୍ଦ ପାତ୍ର, ଅର୍ଜୁନ ଭୂୟାଁ, ଘନଶ୍ୟାମ ଧଳ, ପ୍ରଶନ୍ନ ମହାନ୍ତି, ପରୀକ୍ଷିତ ଗୁରୁ, ଇନ୍ଦ୍ରମଣି ମହାପାତ୍ର, ସୁମନ ଦତ୍ତ, ରବୀନ୍ଦ୍ର ପଣ୍ଡା, ଜଗନ୍ନାଥ ରାଉତ, ଦେବେନ୍ଦ୍ର ଆଚାର୍ଯ୍ୟ, ବି.ମହାପାତ୍ର, ହରିହର ଶତପଥୀ, ରତିକାନ୍ତ ମିଶ୍ର, ଅକ୍ଷୟ ଦାସ, ସୁଦାମ ଦାସ ପ୍ରମୁଖ ସଦସ୍ୟ ମାନେ ଯୋଗ ଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। 

         ଦ୍ବିତୀୟ ପର୍ଯ୍ୟାୟରେ ସଂଧ୍ୟା ସାତ ଘଟିକା ସମୟରେ ସିଭିକ ସେଣ୍ଟର ଠାରେ ଅଜୟ କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ସାମଗ୍ରୀ ପରିଚାଳନା ବିଭାଗର କାର୍ଯ୍ୟକାରୀ ନିର୍ଦେଶକ ଶ୍ରୀଯୁକ୍ତ ସୋମନାଥ ତ୍ରିପାଠୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଡାକ୍ତର ସୁଶାନ୍ତ କୁମାର ପାଣି ଏବଂ ସାଥୀ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଉପସଭାପତି ଡଃ ପ୍ରଭାତ କୁମାର ମଲ୍ଲିକ ଅତିଥି ପରିଚୟ ପ୍ରଦାନ ସହ ମଧୁଜୟନ୍ତୀ ପାଳନର ତାତ୍ପର୍ଯ୍ୟ ଏବଂ ପ୍ରଗତି ଉତ୍କଳ ସଂଘ ର କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରଫେସର ଖାରବେଳ ମହାନ୍ତି ଯୋଗ ଦେଇ ମଧୁବାବୁଙ୍କ ନେତୃତ୍ୱରେ ଓଡ଼ିଶାର ଅସ୍ମିତା ଏବଂ ସ୍ବାଭିମାନ ସହ ଭାରତର ସ୍ଵାଧୀନତା ପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା। ପରମ୍ପରା ସହ ପ୍ରଗତିର ମିଳନରେ ପ୍ରଗତି ସମ୍ଭବ ହେଇ ପରେ ବୋଲି ସେ କହିଥିଲେ।

ଶେଷରେ ଭୁବନେଶ୍ଵରରୁ ଆସିଥିବା ‘ନୃତ୍ୟାୟନ’ ର କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ।

ଏହି ଅବସରରେ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ବନମାଳୀ କରଙ୍କୁ ସତ୍ୟ ନାରାୟଣ ସ୍ମୃତି ସମ୍ମାନ ଏବଂ ଓଡ଼ିଶୀ ନୃତ୍ୟ ପାଇଁ ଭୁବନେଶ୍ୱରର ସୁଶ୍ରୀ ଅପରୂପା ପଟ୍ଟନାୟକଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅଶୋକ ପଟ୍ଟନାୟକ ଏବଂ ସ୍ମିତା ମିଶ୍ର ମାନପତ୍ର ପାଠ କରିଥିଲେ। ଅନୁଷ୍ଠାନ ଦ୍ଵାରା ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କ ସହ ମଧୁସୂଦନ ସ୍ମୃତି ଏବଂ ଗୋପବନ୍ଧୁ ସ୍ମୃତି ପୁରସ୍କାର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ମୁଖପତ୍ର ଉତ୍କଳ ଗୌରବ ଅତିଥି ମାନଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଡଃ ନଗେନ ଦାସ ମଞ୍ଚ ପରିଚାଳନା କରିଥିବାବେଳେ ରାଧାମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

କନକଲତା ମିଶ୍ର, ଗୀତା ରାଣୀ ବେହେରା, ସ୍ମିତା ମିଶ୍ର, ବିନତା ମହନ୍ତ, ଅର୍ଚ୍ଚନା ପାତ୍ର, ସୁପ୍ତି କର, ପରୀକ୍ଷିତ ଗୁରୁ, ଅରବିନ୍ଦ ପାତ୍ର, ଲକ୍ଷ୍ମଣ ଦାସ, ଘନଶ୍ୟାମ ଧଳ, ସୁଭ୍ରାଂଶୁ ମହାପାତ୍ର, ପ୍ରଶନ୍ନ ମହାନ୍ତି, ସତ୍ୟନାରାୟଣ ଦାସ, ଅର୍ଜୁନ ଭୂୟାଁ, ବରୁଣ ନାହାକ, ରତିକାନ୍ତ ମିଶ୍ର, ଇନ୍ଦ୍ରାଣୀ ମହାପାତ୍ର ପ୍ରମୁଖ ସହାୟତା କରିଥିବା ବେଳେ  ଭାରତ ଭୂଷଣ ମହାନ୍ତି, ବିଶ୍ବନାଥ ବେହେରା, ରଶ୍ମି ରଞ୍ଜନ ବୋଇତାଇ ଭୂପେନ ମହାପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, ରାଜୀବ ପାଣି  ରାଜକୁମାର ମହାନ୍ତି, ଶରତ ଦାସ, ଡାକ୍ତର କୃପାସିନ୍ଧୁ ନାୟକ, ଗିରିଶ ମହାପାତ୍ର, ଅକ୍ଷୟ ସାମଲ, ଆନନ୍ଦ ଚନ୍ଦ୍ର ମହାନ୍ତି, ପଶୁପତିନାଥ ଚାଟାର୍ଜୀ, ଜଗନ୍ନାଥ ରାଉତ, ପ୍ରତାପ କୁମାର ରାୟ, ବିଜୟ ପାତ୍ର ପ୍ରମୁଖଙ୍କ ସହ ବହୁ ଶ୍ରୋତା ଓ ଦର୍ଶକ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିଡ଼ିଓ ଙ୍କ କାର୍ଯ୍ୟ ତତ୍ପରତା ପ୍ରଂଶସନୀୟ 

masiha

ରାଧାନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ “ନୂଆ – ଓ” କାର୍ଯ୍ୟକ୍ରମ ଉଦଯାପିତ

masiha

ବାଦାମପାହାଡ ଥାନା ପକ୍ଷରୁ ଜଳ ଛତ୍ର ଆରମ୍ଭ

Sunil Chandra Nayak

Leave a Comment

error: Content is protected !!