ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକା ଉପ କାରାଗାରରେ ବିଶ୍ଵ ତମ୍ବାଖୁ ବର୍ଜନ ଦିବସ ପାଳିତ

ଆସିକା ଉପ କାରାଗାରରେ ବିଶ୍ଵ ତମ୍ବାଖୁ ବର୍ଜନ ଦିବସ ପାଳିତ

ଆସିକା, ୩୧/୫/୨୬ (ଶିବ ଶଙ୍କର ମିଶ୍ର ) ଆସିକା ଉପ କାରାଗାରରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଦ୍ଵାରା ବିଶ୍ଵ ତମ୍ବାଖୁ ବର୍ଜନ ଦିବସ ଉପଲକ୍ଷେ ଏକ ସଚେତନତା ସଭା ଆୟୋଜିତ ହୋଇଯାଇଛି l ଉପ କାରାଗାର ଅଧ୍ୟକ୍ଷ ଖଗେଶ୍ଵର ସିଂହ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ଦ୍ଵାରା ସମଗ୍ର ବିଶ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ରଖିବା ଉଦେଶ୍ୟରେ ପ୍ରକାଶ କରିଥିଲେ ଯେ ନିଶାମୁକ୍ତ ଜୀବନ ଶୈଳୀ ପରିବାର ଓ ସମାଜରେ ସୁଖ ସମୃଦ୍ଧି ଆଣିଥାଏ l ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟର ରାଜଯୋଗ ଅଭ୍ୟାସ ଦ୍ଵାରା ଆଜି ସମଗ୍ର ବିଶ୍ଵରେ ଦଶ ଲକ୍ଷ୍ୟରୁ ଅଧିକ ଇଶ୍ବରୀୟ ବିଦ୍ୟାର୍ଥୀ ନିଶା ମୁକ୍ତ ଜୀବନ ଶୈଳୀ ଆପଣେଇ ସମଗ୍ର ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି l ଏହି ଅବସରରେ ଉପ କାରାଗାର ଅନ୍ତେବାସୀ ନିଶା ମୁକ୍ତ ଜୀବନ ଶୈଳୀ ଆପଣେଇବା ପାଇଁ ସଂକଳ୍ପ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟ ତରଫରୁ ନିଶାମୁକ୍ତି ଲଘୁ ନାଟିକା ପରିବେଷଣ କରାଯାଇଥିଲା l ବ୍ରହ୍ମାକୁମାରୀ ସୁଜ୍ଞାନୀ ସହଜ ରାଜ ଯୋଗ ଅଭ୍ୟାସ କରାଇଥିଲେ l

କାର୍ଯ୍ୟ କ୍ରମରେ ଭାରତୀୟ ଇସ୍ପାତ ନିଗମର ବରିଷ୍ଠ ଯନ୍ତୀ ବ୍ରହ୍ମାକୁମାର ରମେଶ, ଉପ କାରାଗାରର ସବ ଆସିଷ୍ଟାଣ୍ଟ ଜେଲରଙ୍କ ସହ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

Related posts

ସାପ କାମୁଡ଼ାରେ ନା ବାଳକ ମୃତ୍ୟୁ 

masiha

ରାୟଗଡ଼ା ବ୍ଲକ୍ ସ୍ତରୀୟ ଲୋକସେବା ଦିବସ ପାଳିତ

Sunil Chandra Nayak

ଜମି ମାଫିଆ ଙ୍କ କବଜାରେ ଗୋଚର ଜମି !!!

Leave a Comment

error: Content is protected !!