ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଷିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶିଗନ୍ଧା ପ୍ରକାଶନ ପକ୍ଷରୁ  ବିରାଟ ପୁସ୍ତକ ମେଳା ଆୟୋଜିତ

ବ୍ୟୁରୋ ନିୟୁଜ୍ :୩୦/୦୪ – (ମନିସ):- ବ୍ରହ୍ମପୁର ମହାନଗର ମହୋତ୍ସବ ମେଳା ଚଳିତ ମାସ ତା ୨୮/୦୪/୨୦୨୩ ଠାରୁ ତା ୦୫/୦୫/୨୦୨୩ ଯାଏଁ ଅନୁଷ୍ଠିତ ହେଉଅଛି। ଏହି ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ନିଶି ଗନ୍ଧା ପ୍ରକାଶନ ପକ୍ଷରୁ ଏକ ବିରାଟ ପୁସ୍ତକ ମେଳାର ଆୟୋଜନ କରାଯାଇଛି । ପ୍ରଥମ ଦିବସରେ ଏହି  ପୁସ୍ତକ ମେଳାରେ ଯୋଗଦେଇ  ଅଥିତି ମାନେ ଓଡିଆ ସାହିତ୍ୟ ଉପରେ ଅନେକ ଭାରଗର୍ଭ ଆଲୋଚନା କରାଯାଇଥିଲା। ଏହି ଷ୍ଟଲରେ ସଙ୍ଘମିତ୍ରା ଦଲେଇ  , ମେୟର , ବ୍ରହ୍ମପୁର ନଗର ନିଗମ , ଡ.କୁଳମଣି ଓଝା, +୨ କାଉନସିଲ୍ , ଉପସଚିବ , ଶୁଭ ଶ୍ରୀ ସାବତ,ସୁବାଷ ମହାରଣା ବିଡିଏ ସଭାପତି ତଥା ଅଧ୍ୟକ୍ଷ ଓଡ଼ିଶା କାଜୁ ନିଗମ , ଅଶୋକ ସାହୁ , ଡାଇରେକ୍ଟର , ଅରୂପା ତଥା   ସଂନ୍ଧ୍ୟା ରାଣୀ ପଟ୍ଟନାୟକ , ଅଧ୍ୟାପିକା , ଖଲିକୋଟ କଲେଜ ପ୍ରମୁଖ ନିଷିଗନ୍ଧା ବୁକ୍ ଷ୍ଟଲରେ ଆୟୋଜିତ ଏହି ଉଦଘାଟନୀ ଉତ୍ସବ ରେ ବିଶେଷ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ସେମାନଙ୍କ ମତ ରଖିଥିଲେ ।

ଏଠାରେ ସୁଲଭ ଦରରେ ବିଭିନ୍ନ ପ୍ରକାର ଉପାଦେୟ ପୁସ୍ତକ ଯଥା ଓଡିଶା ସାହିତ୍ୟ ଏକାଡେମୀ ର ସମସ୍ତ ପ୍ରକାରର ପୁସ୍ତକ, ଗଳ୍ପ, ପ୍ରବନ୍ଧ, ପୁସ୍ତକ ସମସ୍ତ ପୁରାଣ,ପିଲାମାନଙ୍କ  ତଥା ଶିଶୁ ଉପଯୋଗୀ ସମସ୍ତ ପ୍ରକାର ପାଠ୍ୟ ପୁସ୍ତକ ଏଠାରେ ପାଇବା ପାଇଁ ସୁବ୍ଯବସ୍ଥା ରହିଥିବା ଜଣାପଡିଛି। ଅନ୍ଯପକ୍ଷରେ ଯେଉଁମାନେ ନିଜ ନିଜର ପ୍ରକାଶିତ ପୁସ୍ତକ ନିଷିଗନ୍ଧା ବୁକ୍ ଷ୍ଟଲ ଜରିଆରେ ବିକ୍ରି କରିବାକୁ ଚାହାଁନ୍ତି ସେମାନେ ଷ୍ଟଲରେ ଦେଇ ପାରିବେ ବୋଲି ମଧ୍ୟ ନିଶି ଗଂଧା ପ୍ରକାଶନ ପକ୍ଷରୁ  ଜଣାଇ ଦିଆଯାଇଛି। ଏହା ସହିତ ନିଷିଗନ୍ଧା ବୁକ୍ ଷ୍ଟଲକୁ ସମସ୍ତଙ୍କୁ ସ୍ବାଦର ସ୍ବାଗତ କରାଯାଇଛି। ଏହାସହିତ ଏଠାରେ କେବଳ ସମସ୍ତ କବିତା ପୁସ୍ତକ ରେ ୩୦% ରିହାତି ଦରରେ ବିକ୍ରୀ କରାଯାଉଛି। ଏବାବଡ ରେ ଇଛୁକ ବ୍ୟକ୍ତି ବିଶେଷ ସଂଧ୍ୟା ରାଣୀ ପଟ୍ଟନାୟକ, ଅଧ୍ୟାପିକା ଙ୍କ ସହ ଷ୍ଟଲ୍ କୁ ଆସି ସାକ୍ଷାତ କରିବାକୁ ଅନୁରୋଧ କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ଲକ ରେ ମିଲେଟ ମିଶନ କାର୍ଯ୍ୟ ସମୀକ୍ଷା କଲେ କୃଷି ଜିଲ୍ଲା ଅଧିକାରୀ : ସଚେତନତା ଓ ପ୍ରୋତ୍ସାହନ ସତ୍ତ୍ୱେ ସଫଳତା ନେଇ ବିଗିଦିଲେ

masiha

ନୂଆ ଓଡିଶା ଯୁବ ଓଡିଶା ପକ୍ଷରୁ କ୍ରୀଡା ପ୍ରତୀଯୋଗୀତା ଅନୁଷ୍ଠିତ

masiha

ଜିଲ୍ଲା ସ୍ତରୀୟ ପୋଷଣ ମାହ-୨୦୨୩ ପାଳିତ 

masiha

Leave a Comment

error: Content is protected !!