ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଲମପୁର ରୁ ଗିରଫ ହେଲା ୧୦ ବର୍ଷ ରୁ ଅଧିକ ବର୍ଷ ଧରି ଫେରାର ଅଭିଯୁକ୍ତ

କଲମପୁର //ଜନୈକ ନାବାଳିକା କୁ ଅପହରଣ ଏବଂ ଦୁଷ୍କର୍ମ କରିଥିବା ନେଇ ଭବାନିପାଟଣା ଟାଉନ ଥାନାରେ ଅଭିଯୋଗ ହେଇଥିଲା। ଏହି ଅଭିଯୋଗ କୁ ଭିତ୍ତି କରି ଅଭିଯୁକ୍ତ ବିରୁଦ୍ଧରେ ଟାଉନ ଥାନା କେସ ନଂ ୯୭/୩୧, ୨୦୧୦ ରେ ମାମଲା ରୁଜୁ କରାଯାଇଥିଲା। ଏହା ସହ ଜୁନାଗଡ଼ ଥାନା ଅନ୍ତର୍ଗତ ବ୍ରାହ୍ମଣୀଗୁଡା ଗ୍ରାମର ଧନୁର୍ଯ୍ୟ ଗହୀର ଓରଫ୍ ଧନୁ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଧନୁର୍ଯ୍ୟ ଜାମିନରେ ଆସିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଧନୁର୍ଯ୍ୟ ଫେରାର ମାରିଥିଲା। ମାନ୍ୟବର କୋର୍ଟ ଘଟଣା ର ବିଚାର କରି ଅଭିଯୁକ୍ତ ଧନୁର୍ଯ୍ୟ କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଥିଲେ। କିନ୍ତୁ ଧନୁର୍ଯ୍ୟ ଫେରାର ହେବାସହ କଲମପୁର ଅଞ୍ଚଳ ରେ ନିଜ ନାମକୁ ବଦଳାଇ ସୁମିତ ଗଣ୍ଡ ନାମରେ ପରିଚିତ ହେଇ ଆତ୍ମଗୋପନ ଦୀର୍ଘ ବର୍ଷ ଧରି ରହି ଆସିଥିଲା। କିନ୍ତୁ ନିକଟରେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ନିର୍ଦ୍ଦେଶ ଓ୍ବାରେଣ୍ଟ ଜାରି କରାଯାଇଥିଲା। ଏହାସହ କଲମପୁର ଅଞ୍ଚଳ ରେ ସେ ଆତ୍ମଗୋପନ କରିଥିବା ସୂଚନା ଦିଆଯାଇଥିଲା। ଏହି ସୂଚନା ସହ ସ୍ଥାନୀୟ କିଛି ସୂତ୍ରରୁ ଜଣାପଡିଥିଲା ସୁମିତ ଗଣ୍ଡ ହିଁ ଧନୁର୍ଯ୍ୟ ଗହୀର। ତେଣୁ କଲମପୁର ଥାନା ର A S I ଶେଖର ଜେନା ରବିବାର ଭୋରରୁ ଧନୁର୍ଯ୍ୟ ଓରଫ୍ ସୁମିତ କୁ ଧରିବାରେ ସଫଳ ହୋଇଥିଲେ। ଏହାର ପରବର୍ତ୍ତୀ ସମୟରେ ଜୁନାଗଡ଼ ଥାନା ର S I ଥବିର ବରିହାଙ୍କୁ ହସ୍ତାନ୍ତର କରିଥିଲେ। ଜୁନାଗଡ଼ ଥାନା ରେ ଘଟଣା ସମ୍ବନ୍ଧରେ ଅନୁଧ୍ୟାନ କରି ଧନୁର୍ଯ୍ୟ ଏବଂ ସୁମିତ ଜଣେ ମାତ୍ର ବ୍ୟକ୍ତି ଭାବେ ଚିହ୍ନଟ କରିଥିଲେ। ଏହି ମାମଲା ଭବାନିପାଟଣା ଟାଉନ ଥାନା ଅନ୍ତର୍ଗତ ହେଇଥିବା ଯୋଗୁଁ ଆସନ୍ତା କାଲି ଟାଉନ ଥାନାରେ ଅଭିଯୁକ୍ତ କୁ ହସ୍ତାନ୍ତର କରାଯିବ ବୋଲି S I ଶ୍ରୀ ବରିହା ସୂଚନା ଦେଇଛନ୍ତି।

କଲମପୁର ରୁ ରବୀନ୍ଦ୍ର କୁମାର ମିଶ୍ର ଙ୍କ ରିପୋର୍ଟ୍ 

Related posts

ବଲାଙ୍ଗିର-କଳାହାଣ୍ଡି ସୀମାନ୍ତରେ ମାଓବାଦୀ-ପୁଲିସ ଗୁଳି ବିନିମୟ ୩ ମାଓବାଦୀ ମୃତ, ଡିଏସ୍‌ପି ଆହତ

ଅଜଣା ଗାଡି ଧକ୍କାରେ ବୃଦ୍ଧ ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

ଅଢ଼େଇ କୋଟି ଋଣ ଟଙ୍କା ଧରି ଫେରାର ଘଟଣା। ଟିଟିଲାଗଡ଼ରୁ ଅଭିଯୁକ୍ତ ମହିଳା ଗିରଫ…

Sunil Chandra Nayak

Leave a Comment

error: Content is protected !!