ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକର ପ୍ରତି ଗାଁର ଘରେ ଘରେ ପଛୁଆ ବର୍ଗଙ୍କ ସର୍ଭେ ପାଇଁ ଅଙ୍ଗୱାଡ଼ି ଦିଦି ବାଣ୍ଟିଲେ ସର୍ଭେ ସମ୍ବନ୍ଧୀୟ ସୁଚନା ପତ୍ର

ବନ୍ଧୁଗାଁ ତା ୧/୫/୨୩ // ଆଜି ବନ୍ଧୁଗାଁ ବ୍ଲକର ସମସ୍ତ ଗ୍ରାମରେ ଅଙ୍ଗନୱାଡ଼ି ଦିଦି ଘରେ ଘରେ ବୁଲି ଓଡିଶା ରାଜ୍ୟ ର ପଛୁଆ ବର୍ଗଙ୍କ ସର୍ଭେ ପାଇଁ ବାଣ୍ଟିଲେ ସର୍ଭେ ସମ୍ବନ୍ଧୀୟ ସୁଚନା। ଅଙ୍ଗନୱାଡ଼ି ଦିଦି ମାନେ ଅତି ସୁନ୍ଦର ଭାବରେ ନିଜକୁ ପଛୁଆ ବର୍ଗ ଲୋକଙ୍କର ସାମାଜିକ ଏବଂ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ଏହି ସର୍ଭେ ମାଧ୍ୟମରେ ତଥ୍ଯ ସଂଗ୍ରହ କରାଯିବ। ଓଡ଼ିଶାରେ ଥିବା ୨୦୮ ପ୍ରକାର ପଛୁଆ ବର୍ଗ ର ଲୋକଙ୍କ ସର୍ଭେ ଆରମ୍ଭ କରିବା ପାଇଁ ପରିବାର ର ଜଣେ ସଦସ୍ୟ ସର୍ଭେ ସେଣ୍ଟରକୁ  ନେଇ ପ୍ରଦାନ କରିବେ। ଏଥିପାଇଁ ପଛୁଆ ବର୍ଗ ପରିବାରର ରେଶନ୍ କାର୍ଡ ସମେତ ଯେକୌଣସି ଗୋଟିଏ ଆଧାର, ଭୋଟ ପରିଚୟ ପତ୍ର କିମ୍ବା ପାନ କାର୍ଡ ସାଥିରେ ନେଇ ସର୍ଭେ ସେଣ୍ଟର ରେ ତଥ୍ୟ ପ୍ରଦାନ କରିବେ। କିମ୍ବା ଅନଲାଇନ ମାଧ୍ୟମରେ ମଧ୍ୟ ଫର୍ମ ପୂରଣ କରି ପାରିବେ। ଅଙ୍ଗୱାଡ଼ି ଦିଦି ମାନେ ଘରର ମୁଖ୍ୟଙ୍କୁ ସାକ୍ଷାତ କରି ତୁମେ ପଛୁଆ ବର୍ଗ ରେ ଯାଉଛ କି ପଚାରି ବୁଝୁଛନ୍ତି । ଏହି ସର୍ଭେ ଚଳିତ ମାସର ୧ ରୁ ୨୭ ତାରିଖ ପର୍ଯ୍ୟନ୍ତ ସକାଳ ୧୦ ରୁ ୧୨ ଘଣ୍ଟା ଓ ମଧ୍ୟାହ୍ନ ୩ ଟା ରୁ ୬ ଘଣ୍ଟା ପର୍ଯ୍ୟନ୍ତ ସର୍ଭେ କେନ୍ଦ୍ର ଖୋଲା ରହିବା ସୁଚନା ଦିଆଯାଇଛି। ଆମେ ସମସ୍ତ ଏହି ସର୍ଭେ କାର୍ଯ୍ୟରେ ଲୋକଙ୍କୁ ସଚେତନ କରି ପଠାଇବା ବ୍ୟବସ୍ଥା କରିବା ପାଇଁ ଆମ ଗଣମାଧ୍ୟମ ଜରିଆରେ ଅନୁରୋଧ କରାଯାଇଛି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାରେ ରାଜ୍ୟ ଜାତୀୟ ସେବା ଯୋଜନା ଅନ୍ତର୍ଗତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆୟୋଜିତ 

masiha

୧- ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ , ଶିକ୍ଷକ ବୈଠକ ,୨- ଆବାସ ପାଇବାରୁ ବଞ୍ଚିତ ହିତାଧିକାରୀ ମାନେ ପିଓ ଘର କାଟି ଥିବାନେଇ କଲେ ଅଭିଯୋଗ

Sunil Chandra Nayak

ସାମ୍ବାଦିକ ଙ୍କ ମାତୃ ବିୟୋଗ

masiha

Leave a Comment

error: Content is protected !!