ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ ସୂଚନା ଅଧିକାରୀଙ୍କ ଅବହେଳା ,ଅପିଲ ପରେ ବି ଆବେଦନ କାରୀଙ୍କ ହାତ ଖାଲି 

ବିଶ୍ୱନାଥପୁର, ତାରିଖ – 02/05/23 //  ଲାଞ୍ଜିଗଡ଼ ବ୍ଲକ ବିଜେପୁର ଅନ୍ତର୍ଗତ ପ୍ରଧାନୀପଡ଼ା ଗାଁ ର ଡମେ ମାଝୀ ଜନସୂଚନା ଅଧିକାର ଆଇନ ବଳରେ ସୂଚନା ଅଧିକାରୀଙ୍କ ନିକଟରେ ୨୨/୧୧/୨୦୨୨ ରେ ପ୍ରଥମ ଆବେଦନ କରିଥିଲେ ହେଲେ କୌଣସି ସୂଚନା ନ ମିଳିବାରୁ ଦ୍ୱିତୀୟ ଥର ଅପିଲ ୨୩/୧୨ /୨୦୨୨ରେ କଲାପରେ ମଧ୍ୟ ଜନ ସୂଚନା ଅଧିକାରୀଙ୍କ ଠାରୁ କୌଣସି ସୂଚନା ନ ମିଳିବାରୁ ପୁଣି ଥରେ ତୃତୀୟ ୬/୪/୨୦୨୪ରେ ଅପିଲ କରିଥିବା ଜଣା ପଡ଼ିଛି l ସୂଚନା ଯୋଗ୍ୟ ଯେ ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗକୁ ୨ଟି ସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ସୂଚନା ଅଧିକାର ଆଇନ ବଳରେ ସୂଚନା ମାଗିଥିଲେ ଡମେ ମାଝୀ l ବିଜେପୁର ଓ ମାଳିଯୁବାଙ୍ଗ ସ୍କୁଲ ପାଇଁ ୨୦୧୮ ମସିହା ଠାରୁ ୨୦୨୨ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଆସିଥିବା ସରକାରଙ୍କ ଅନୁଦାନ ପାଣ୍ଠି କେତେ ପ୍ରକାର ତାର ନାମ କଣ କଣ ଏବଂ କେଉଁ ପାଣ୍ଠିରେ କେତେ ଟଙ୍କା ବ୍ୟୟ ବରାଦ ହେଉଅଛି ତାହାର ସମସ୍ତ ବିଲ ଭାଉଚର ସହିତ କାହା ନାମରେ କେତେ ଟଙ୍କା ଯାଇଛି ତାସହ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକ ହେବାପାଇଁ ତାହାର ସମସ୍ତପ୍ରକାର ସରକାରଙ୍କ ନିୟମାବଳୀ,ବିଦ୍ୟାଳୟ ପରିଚାଳନା କମିଟି ଗଠନ ପ୍ରକ୍ରିୟାର ନିୟମାବଳୀ ଏବଂ ବିଜେପୁର ଓ ମାଳିଯୁବାଙ୍ଗ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ହିସାବରେ ସର୍ବମୋଟ ଛାତ୍ରଛାତ୍ରୀ ସଂଖ୍ୟା କେତେ ଏତିକି ସୂଚନା ପାଇଁ ଆବେଦନ କରିଥିଲେ ଡମେ ମାଝୀ l ସୂଚନା ଅଧିକାର ଆଇନ ଅନୁସାରେ ଆବେଦନର ୩୦ଦିନ ରେ ସୂଚନା ପ୍ରଦାନ କରିବା କଥା କିନ୍ତୁ ଆବେଦନ କରି ବାରମ୍ବାର ଅପିଲ କଲା ପରେ ମଧ୍ୟ୍ୟ ଏବେ ଯାଏଁ କୌଣସି ସୂଚନା ମିଳି ନ ଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଡମେ ମାଝୀ l ଆବେଦନ କରି ୬ ମାସ ପରେ ବି କାହିଁକି ସୂଚନାଅଧିକାରୀ ସୂଚନା ଅଧିକାର ଆଇନ ବଳରେ ସୂଚନା ଦେବାକୁ ଏତେ ଭୟ କରୁଛନ୍ତି l ତେବେ ସୂଚନା ଅଧିକାର ଆଇନ ବଳରେ ସୂଚନା ନ ମିଳିବାରୁ ସାଧାରଣରେ ଜୋର ଧରିଛି l ଦେଖିବାକୁ ବାକି ରହିଲା ଗଣମାଧ୍ୟମରେ ଏହି ଖବର ପ୍ରକାଶ ପରେ କେବେ ସୂଚନା ମିଳୁଛି ।

ବିଶ୍ୱନାଥପୁର ରୁ, ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ

Related posts

ବିରୁଡି (ମହୁମାଛି )ଆତଙ୍କ, ବନ୍ଧକନା ସାପ୍ତାହିକ ବଜାରରେ ଲୋକେ ଛିନ୍ନଛତ୍ର,୧୩ରୁ ଅଧିକଙ୍କୁ ଆକ୍ରାନ୍ତ କଲା ବିରୁଡି,୪କଲମପୁର ଓ ୧୦ବନ୍ଧକନା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

masiha

ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା ରେ ଚମକିଲେ ଲଡୁଗାଁ ର ପୁଅ। ସମଗ୍ର ରାଜ୍ୟରେ ୬ଷ୍ଠ ସ୍ଥାନ ରଖି କୃତକାର୍ଯ୍ୟ ହେଲେ ଅମନ ଗୋୟଲ….

ନବରଙ୍ଗପୁର ଜିଲ୍ଲାରେ ବିଶ୍ୱ ପରିବେଶ ଦିନସ ପାଳିତ: ୧୦ ଟି ବ୍ଳକରୁ ୧୦ ଜଣ  ପ୍ରକୃତି ବନ୍ଧୁ ସମ୍ମାନରେ ହେଲେ ସମ୍ମାନୀତ

Leave a Comment

error: Content is protected !!