ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲ୍ୟ ବିବାହ ନିରାକରଣ ସଚେତନତା କାର୍ଯ୍ୟକ୍ରମ

ଡାବୁଗାଁ, ୨/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ସମନ୍ଵିତ ଶିଶୁ ବିକାଶ ବିଭାଗ ତରଫରୁ ବ୍ଲକ ସ୍ତରୀୟ ବାଲ୍ୟ ବିବାହ ନିରାକରଣ ସଚେତନତା କାର୍ଯ୍ୟକ୍ରମ ସିଡିପିଓ ଗୀତାଞ୍ଜଳୀ ମହାରଣା ଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅତିଥି ମାନେ ଯୋଗ ଦେଇ ସମାଜରେ କିପରି ବାଲ୍ୟ ବିବାହ ପ୍ରଥା ଉଚ୍ଛେଦ କରିବା ପାଇଁ ଗ୍ରାମାଞ୍ଚଳରେ ଜନସାଧାରଙ୍କୁ ସଚେତନତା କରାଯିବା ନିମନ୍ତେ ଆଲୋଚନା କରାଯାଇଥିଲା | ଝିଅପୁଅ କମ ବୟସରେ ବିବାହ କରିବା ଦ୍ଵାରା ନାବାଳିକା ଗର୍ଭବତୀ ହେଲେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେବା, ପ୍ରସୂତି ଜନିତ ମୃତ୍ୟୁ ହେବା, ବିକଳାଙ୍ଗ ଶିଶୁ ଜନ୍ମ ହେବା ଆଶଙ୍କା, ନାବାଳିକା ରକ୍ତ ହୀନତା ରୋଗରେ ଆକ୍ରାନ୍ତ ହେବା ଭଳି ବିଭିନ୍ନ ସମସ୍ୟା ଦେଖାଯାଇଥାଏ ବୋଲି କହିଥିଲେ | ଡାବୁଗାଁ ବ୍ଲକ ରେ କିପରି ବାଲ୍ୟ ବିବାହ ନିରାକରଣ କରାଯିବା ନିମନ୍ତେ ପରାମର୍ଶ ଦିଆଯାଇଥିଲା | ଏହି ବୈଠକରେ ବିଡିଓ ଶରତ ମାଝି, ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଯୋଗାଣ ନିରିକ୍ଷକ ସୀତାକାନ୍ତ ରାଉତ, ଅଙ୍ଗନୱାଡି ସୁପରଭାଇଜର ପ୍ରଣମିତା ପଟ୍ଟନାୟକ, ରୋଜାଲିନ ପ୍ରଧାନ, କୁନମୁନ ସେନାପତି, ବିମଳା ନାୟକ, ସାଇରା ବାନୁ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାକର ମୁଦୁଲି, ପର୍ଶୁରାମ ମାଳୀ ଏବଂ ସମସ୍ତ ଅଙ୍ଗନୱାଡି କର୍ମୀ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଶିକ୍ଷା କନଭେନସନ୍ 

Sunil Chandra Nayak

ଧର୍ମଗଡ ଏନ୍ଏସି ପକ୍ଷରୁ “ସ୍ୱଚ୍ଛତା ହିଁ ସେବା” ଓ “ସ୍ୱଚ୍ଛ ଭାରତ ସୁସ୍ଥ ଭାରତ” ପାଳିତ

masiha

ଆଚାର୍ଯ୍ୟା ଓ ସୁ-ସାହିତ୍ୟିକା ତାନଶ୍ରୀ ପାଣିଗ୍ରାହୀଙ୍କ ଡକ୍ଟରେଟ ଲାଭ, ଦିଲ୍ଲୀ ଫରିଦାବାଦରେ ମିଳିଲା ସମ୍ମାନ

masiha

Leave a Comment

error: Content is protected !!