ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଷୋହଲ ପ୍ରହର ନାମଯଜ୍ଞ ଅନୁଷ୍ଠିତ

 ପଲନା (ମ ନି ସ):- ୧୪/୦୩ //:ଅଜାମ୍ବିଲ ମହାପାପୀ ନାରାୟଣ ଭଗବାନଙ୍କ ନାମ ଧରି ତରିଯାଇଥିବା ବେଳେ ପାଶାଣୀ ଅହଲ୍ୟା ଶ୍ରୀରାମ ପାଦସ୍ପର୍ଶରେ ଅଭିଶାପ ମୁକ୍ତ ହୋଇଥିଲେ । ସେହିପରି ଦସ୍ୟୁ ରତ୍ନାକର ରାମ ନାମ ଉଚ୍ଚାରଣ କରି ବାଲ୍ମିକୀ ହୋଇ ରାମାୟଣ ରଚନା କରି ଭାରତ ବର୍ଷରେ ଚିର ଦିନ ପାଇଁ ସ୍ମରଣୀୟ ହୋଇ ରହିଗଲେ।ଏହି ହରେ କୃଷ୍ଣ….ହରେ ରାମ… ନାମ ଉଚ୍ଚାରଣ କରି ଶ୍ରୀ ଚୈତନ୍ୟ ନିଜ ଧର୍ମ ପ୍ରଚାର ଓ ପ୍ରସାର କରି ଥିଲେ ଓ ପଞ୍ଚସଖା ଯୁଗର କବିମାନେ ଈଶ୍ଵର ରାମ ଓ କୃଷ୍ଣ ଙ୍କ ଓଡ଼ିଆ ରାମାୟଣ ମହାଭାରତ, ପବିତ୍ର ଗ୍ରନ୍ଥ ଶ୍ରୀମଦ ଭାଗବତ ରଚନା କରି ଭଗବାନ ରାମ କୃଷ୍ଣ ଙ୍କ ମହିମା ପ୍ରଚାର କରି ଓଡିଶାର ପୁରପଲ୍ଲୀରେ ଅମରତ୍ଵ ଲାଭ କଲେ । ଏହି ହରେ କୃଷ୍ଣ.. ହରେ ରାମ.. ମହା ମନ୍ତ୍ର ନାମ ଉଚ୍ଚାରଣ କଲେ ପାପ କ୍ଷୟ ହୋଇ ପୁଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି । ସେଥିପାଇଁ ଓଡିଶାର ପୁରପଲ୍ଲୀରେ ସ୍ଥାନ ସ୍ଥାନରେ ଗ୍ରାମ, ସହରମାନଙ୍କରେ ନାମଯଜ୍ଞ ଆୟୋଜିତ କରାଯାଇଥାଏ ।

ଭବାନୀପାଟଣା ସଦରମହକୁମା ଅଧିନରେ ଥିବା ପଲନା ଗ୍ରାମପଞ୍ଚାୟତର ଖନ୍ଦାଖାଲ ସ୍ଥିତ ଜୁନାପଡା ଠାରେ ଗତ ତା ୨୭/୦୪/୨୦୨୩ ରିଖ ସକାଳ ୭ ଘଣ୍ଟା ସମୟରୁ ଆରମ୍ଭ କରାଯାଇ ତା ୨୯/୦୪/୨୦୨୩ ରିଖ ଶନିବାର ସକାଳ ୭ ଘଣ୍ଟା ସମୟରେ ଶେଷ ହୋଇଥିଲା। ୩ ଦିନ ବ୍ଯାପି ଚାଲିଥିବା ଏହି ଷୋହଲ ପ୍ରହର ନାମ ଯଜ୍ଞ ଉତ୍ସବରେ ପୂଜକ ଭାବେ ଶ୍ରୀ ତପନ ପଣ୍ତା ଥିବାବେଳେ କର୍ତ୍ତା ଭାବରେ ଶ୍ରୀମତୀ ଭାଗ୍ୟ ପୁଟେଲ ସ୍ବାମୀ ମକାରୁ ପୁଟେଲ କାର୍ଯ୍ଯ ସମ୍ପାଦନା କରିଥିଲେ। ଷୋହଲ ପ୍ରହର ନାମ ଯଜ୍ଞ ଉତ୍ସବରେ ବିଭିନ୍ନ ସ୍ଥାନରୁ ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଥିଲେ। ଏଥିଲେ ଶତାଧିକ ଶ୍ରଧାଳୁ ଓ ଜନସମାଗମ ହୋଇଥିଲା ଜୁନାପଡା ବାସୀ ଓ ଅନ୍ଯାନ୍ଯ ଭକ୍ତ ଙ୍କ ସହଯୋଗରେ ଷୋହଲ ପ୍ରହର ନାମ ଯଜ୍ଞ ଶାନ୍ତିଶୃଙ୍ଖଳା ଭାବରେ ଶେଷ କରାଯାଇଥିଲା।

ପଲନା ରୁ ଡମ୍ବରୁ ଧର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

NILAVADI SRI SRI AGNIGANGA MAA THAKURANI HUNDI OPENS, RECEIVES LAKHS IN DONATIONS

masiha

ଶ୍ରୀଶ୍ରୀ ଶନିଦେବଙ୍କ ୧୩ତମ ଜନ୍ମବାର୍ଷିକ ଉତ୍ସବର ପୂର୍ଣ୍ଣାହୁତି

Sunil Chandra Nayak

ମକର ସଂକ୍ରାନ୍ତି ପର୍ବ ପାଳନ

Sunil Chandra Nayak

Leave a Comment

error: Content is protected !!