ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଛାଡେଙ୍ଗେନ୍ ଜଙ୍ଗଲ ରେ ଜଣେ ଯୁବକ ଗଛରେ ରଶି ଲଗେଇ ମୃତ୍ୟୁ ଘଟଣା: ତଦନ୍ତକାରୀ ପୁଲିସ ଦଳକୁ ଗାମବସୀ ଘେରାଉ କଲେ

ମ.ରାମପୁର,୩/୦୫( ମସୀହା):କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଗୋଛାଡେଙ୍ଗେନ୍ ଗ୍ରାମ ପଞ୍ଚାୟତ ଅଧୀନ ତେନ୍ତୁଳିକୁପା ଗାଁର ବୈଶାଖୁ ଭୋଇଙ୍କ ପୁଅ ସୁଦାମ୍ ଭୋଇ (୨୭) କୁ କିଛି ଦିନ ତଳେ ରିଷିଡା ଫାଣ୍ଡି ପୋଲିସ ଏକ ଚୋରି ଘଟଣା ସନ୍ଦେହରେ ଘରୁ ଉଠାଇ ନେଇଥିଲା l ଏହାପରେ ସୁଦାମ୍ ର ବାପା ବୈଶାଖୁ ଭୋଇ ପୋଲିସ ଫାଣ୍ଡିକୁ ନିଜ ପୁଅ ବାବଦରେ ପଚାରିବାରୁ ଯାଇଥିଲେ; ପୋଲିସ ତାକୁ କହିଥିଲେ ତମ ପୁଅକୁ ଆମେ ଛାଡି ଦେଇଛୁ ଘରେ ପହଞ୍ଚି ଯିବ ବୋଲି l ହେଲେ ପୁଅ ଘରକୁ ନ ଫେରି ନିକଟ ଜଙ୍ଗଲରେ ତାର ଝୁଲନ୍ତା ମୃତ ଦେହ ଉଦ୍ଧାର ହେବା ଘଟଣା ପରିବାର ଲୋକଙ୍କୁ ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ ହୋଇଛି l ଗତକାଲି (ମଙ୍ଗଳବାର) ଦିନ ପୁଲିସ ଶବ ଉଦ୍ଧାର କରିଥିଲା l ସୂଚନା ଅନୁସାରେ ସୁଦାମ ଜଣେ ଗରିବ ଶ୍ରେଣୀର ହୋଇଥିବା ବେଳେ ସେ ଗାଡି ମେକାନିକ୍ କାମ କରି ତାର ୬ଜଣ ପରିବାର କୁ ପ୍ରତିପୋଷଣ କରୁଥିଲେ। ସୁଦାମ ର ଦୁଇଟି ଛୁଆ ଗୋଟିଏ ପୁଅ ୪ବର୍ଷର ହୋଇଥିବା ବେଳେ ଝିଅ ୨ ବର୍ଷର ଏବଂ ବୁଢା ବାପା ମାଁ ଅଛନ୍ତି l ଏବେ ସେମାନେ ବେସାହାରା ହୋଇ ପଡ଼ିଛନ୍ତି। ଆଜି ସକାଳୁ ମ.ରାମପୁର ଥାନାଧିକାରୀ ଏବଂ ସନ୍ଧାନୀ କୁକୁର ସମେତ ଅନ୍ୟାନ୍ୟ କର୍ମଚାରୀ ଘଟଣାର ତଦନ୍ତ ପାଇଁ ଗାଁ ରେ ପହଞ୍ଚିବାପରେ ସାନସୂର୍ଡା ଛକରେ ଗାଁ ଲୋକେ ପୋଲିସ ଦଳକୁ ଘେରାଉ କରି ଅଟକ ରଖିଥିଲେ l ଗ୍ରାମବାସୀ ଏବଂ ପରିବାର ଲୋକ ରିଷିଡ଼ା ଫାଣ୍ଡି ଅଧିକାରୀଙ୍କୁ ଏହି ଘଟଣା ପାଇଁ ଦାୟୀ କରିଥିବା ବେଳେ ତୁରନ୍ତ ଦୋଷୀ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି l ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଛି l ଗାଁର ସମସ୍ତ ମହିଳା ଓ ପୁରୁଷ ରୁଣ୍ଡ ହୋଇ ପୋଲିସ କୁ ବିରୋଧ କରିଛନ୍ତି l ପୁଲିସ ମଧ୍ୟ ଅସନ୍ତୁଷ୍ଟ ଲୋକଙ୍କୁ ବୁଝେଇବାର ଚେଷ୍ଟା କରିଥିଲା l ହେଲେ ବହୁତ୍ ବିଳମ୍ବରେ ବହୁତ ବୁଝା ସୁଝା ପରେ ଗ୍ରାମବାସୀ ବୁଝି ପୁଲିସ କୁ ଛାଡି ଦେଇଥିବା ଖବର ଜଣା ଯାଇଛି l 

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ପ୍ରେମିକାର ମୃତ ଦେହ ସହ ପ୍ରେମିକର ରକ୍ତାକ୍ତ ଶରୀର ଉଦ୍ଧାର

Sunil Chandra Nayak

କୋର୍ଟ ହାଜତକୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ : ପରିତ୍ୟକ୍ତ ଘରୁ ଉଦ୍ଧାର କଲେ ଅବକାରୀ ପୋଲିସ

Sunil Chandra Nayak

ବାଲେଶ୍ୱର ଓଏସ୍‌ଏସ୍‌ସି ସିଭିଲ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ମାମଲାରେ ବାଲିଗୁଡାର ଅଭିଯୁକ୍ତ ଶିକ୍ଷକ ଗିରଫ

Sunil Chandra Nayak

Leave a Comment

error: Content is protected !!