ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନରେଗା ଯୋଜନା ରେ ଘୋଟଲା ଅଭିଯୋଗ,ରାସ୍ତାକାମ ହେବା ପୂର୍ବରୁ ଟଙ୍କା ଆତ୍ମସାତ

ବିଶ୍ୱନାଥପୁର (03/05/23 ): ଦାଦନ ରୋକିବାରେ ସମ୍ପୂର୍ଣ ଭାବେ ଫେଲ ମାରିଛି ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ l କିଛି ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା ଲାଞ୍ଜିଗଡ଼ ବ୍ଲକର ଦାଦନ ଶ୍ରମିକ ନିର୍ଯ୍ୟାତିତ ହୋଇ ଫେରିଥିବା ଖବର l କିନ୍ତୁ କଳାହାଣ୍ଡିରେ ଲାଞ୍ଜିଗଡ ପ୍ରଶାସନକୁ ଶ୍ରେଷ୍ଠ ପ୍ରଶାସନ ବୋଲି ଚର୍ଚ୍ଚା ହେଉଥିବା ବେଳେ ଲାଞ୍ଜିଗଡ ବ୍ଲକ ରେ ଦାଦନ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ହେଲେ ଏବେ ଯାଏଁ ଲାଞ୍ଜିଗଡ ପ୍ରଶାସନ ପାଖରେ ଏସମ୍ପର୍କରେ କୌଣସି ଖବର ନାହିଁ l ଏହାର ମୁଖ୍ୟ କାରଣ ଗରିବଙ୍କ ହିତ ଉଦେଶ୍ୟରେ ହେଉଥିବା ମନରେଗା ଯୋଜନାକୁ ଠିକ ଭାବରେ ପରିଚାଳନା ହେଉନଥିବା ଯୋଗୁଁ ସମସ୍ୟା ଦିନକୁ ବୃଦ୍ଧି ପାଇବାରେ ଲାଗିଛି l ଜିଲ୍ଲାର ପ୍ରତେକ ବ୍ଲକରେ ୧୦୦ ଦିନ କାମ ରହିଥିବାବେଳେ, ଲାଞ୍ଜିଗଡ଼ ବ୍ଲକରେ ୨୦୦ ଦିନ କାମ ର ବ୍ୟବସ୍ଥା ରହିଛି ହେଲେ କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ଲୋକେ କାମ ନପାଇ ବାହାର ରାଜ୍ୟକୁ ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି l ଏହି ପରି ଚିତ୍ର ଦେଖିବାକୁ ମିଲିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବେନଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲିଟିବଣ୍ଡେଲ ଗ୍ରାମରେ lମନରେଗା ଯୋଜନା ମାଧ୍ୟମରେ ଲିଟିବଣ୍ଡେଲ ଗ୍ରାମର ମୁଖ୍ୟ ରାସ୍ତା ଠାରୁ ଅଙ୍ଗନାୱାଡି କେନ୍ଦ୍ର ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିବା ବେଳେ ଗ୍ରାମର ମୁଖ୍ୟରାସ୍ତା ପାର୍ଶ୍ୱରେ ସୂଚନା ଫଳକ ବୋର୍ଡ ଲାଗିଛି କିନ୍ତୁ କୌଣସି ସୂଚନା ଲେଖା ଯାଇନଥିବା ଚିତ୍ର ଦେଖିବାକୁ ମିଳିଛି l ହେଲେ ଅନେକ ଲୋକଙ୍କ ବ୍ୟାଙ୍କ ଖାତାରେ ଅର୍ଥ ରାଶି ଜମା ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ରାସ୍ତା କାମ ଆରମ୍ଭ ହୋଇନାହିଁ l ଏଠି ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛିଯେ ବିନା କାମରେ କେମିତି ଅର୍ଥରାଶି ବ୍ୟାଙ୍କ ଖାତାରେ ଜମା ହେଉଛି l ଏଠି କିଛି ଅସାଧୁ କର୍ମଚାରୀ ଅର୍ଥରାଶି ହଡ଼ପ କରିବା ପାଇଁ ଅନେକ ଲୋକଙ୍କ ବ୍ୟାଙ୍କ ଖାତାରେ ଅର୍ଥ ଜମାକରୀ ହଡ଼ପ ଉଦ୍ୟମ କରୁଛନ୍ତି l ତେଣୁ ଏହାର ସଠିକ ତଥ୍ୟ ତଦନ୍ତ ପରିସରଭୁକ୍ତ କୁ ଅଣାଯାଇ ଅର୍ଥ ରାଶି ହଡ଼ପ କରୁଥିବା ବ୍ୟକ୍ତିଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି l

ବିଶ୍ୱନାଥପୁର ରୁ ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ

Related posts

ହାଇଦ୍ରାବାଦ ର ରାଜ୍ୟ ଚିତ୍ରକଳା ଗ୍ୟାଲେରୀରେ ନିପୁଣ ସୁନ୍ଦର କଳା କୃତି ପ୍ରଦର୍ଶନ

Sunil Chandra Nayak

ସରସ୍ୱତୀ ଶିଶୁ ମନ୍ଦିରରେ ସଂକୁଳ ସ୍ତରୀୟ ବୈଦିକ ଗଣିତ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଶ୍ରୀମାଙ୍କ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!