ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନ ଖଟିବାକୁ ଯାଇ ଟ୍ରେନ ରୁ ଘରକୁ ଫେରୁଥିବା ବେଳେ ବୃଦ୍ଧା ନିଖାଜ୍

ବନ୍ଧୁଗାଁ ତା ୩/୫/୨୩ //  କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ତୁରୁକୁପେଟା ଗ୍ରାମର ଆରସଡା ପାର୍ବତୀ (ମ) ୬୫ ବୃଦ୍ଧା ମାଆ ଦାଦନ ଖଟିବାକୁ ଯାଇ ନିଜ ଘରକୁ ଟ୍ରେନ ରେ ଫେରୁଥିବା ବେଳେ କେଉଁ ଆଡେ ନିଖୋଜ ହୋଇ ଯାଇଛନ୍ତି। ବୃଦ୍ଧା ମାଆ ଜଣକ ବିଜୟୱାଡ଼ା ଜିଲ୍ଲା କଟେଲ ଗ୍ରାମର ମଲାଟ ତିଆରି କମ୍ପାନୀ ଠାରେ ଦାଦନ ଶ୍ରମିକ ଭାବେ କାମ କରିବା ପାଇଁ ଯାଇଥିଲେ। ଉକ୍ତ ବୃଦ୍ଧା ଜଣ ଙ୍କୁ ଭଲ କାନ ଶୁଭେ ନାହିଁ ଓ ଚକ୍ଷୁ ମଧ୍ୟ ଭଲ ଦେଖାଯାଏ ନାହିଁ। ବୃଦ୍ଧା ଜଣକ ନିଜ ଝିଅ ସୁଶୀଳା ବିଡ଼ିକା ସହିତ ଦାଦନ ଖଟିବାକୁ ଯାଉଥିଲେ କିନ୍ତୁ ଫେରିବା ସମୟରେ ବୃଦ୍ଧା ମାଆ  ଙ୍କୁ ଝିଅ ବିଳାସପୁର ଟ୍ରେନ ଏକ୍ସପ୍ରେସ ରେ ଟିକେଟ କାଟି ବସାଇ ଥିଲେ। ବୃଦ୍ଧାଙ୍କ ସହିତ ଦାଦନ ଖଟିବା ସ୍ଥାନରୁ ଆଉ ତିନି ଜଣ ଫେରୁଥିବା ସଂପର୍କୀୟ ମଧ୍ୟ ରହି ଥିଲେ। ସାଥିରେ ଆସୁଥିବା ସମ୍ପର୍କୀୟ ଙ୍କ କହିବା ଅନୁଯାଇ ନିଖୋଜ ବୃଦ୍ଧା ମାଆ ଜଣକ ବିଜୟନଗର ରୁ ବବିଲି ରେଳ ଷ୍ଟେସନ ମଧ୍ୟରେ ଆଉ ଦେଖା ଦେଇ ନାହାନ୍ତି। ପାରିବାର ତରଫରୁ ରେଲ ଷ୍ଟେସନ ପୋଲିସ୍ କୁ ସାକ୍ଷାତ କରି ନିଖୋଜ ହୋଇଥିବା ଜଣାଇ ଛନ୍ତି। ଯଦି କୌଣସି ସ୍ୱହୃଦୟ ବ୍ୟକ୍ତି ସନ୍ଧାନ ପାଆନ୍ତି ଉକ୍ତ ଫୋନରେ ୯୬୯୨୫୩୮୪୩୩ ଓ ୯୪୩୭୬୭୦୫୯୬ କିମ୍ବା ଆପଣଙ୍କ ସ୍ଥାନୀୟ ପୋଲିସ୍ ଥାନା କୁ ଖବର ଦେବା ପାଇଁ ଅନୁରୋଧ କରାଯାଇଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ପାନୀୟ ଜଳ ପାଇଁ ହା ହା କାର  ୫ ବର୍ଷ ରୁ ଅଧିକ ହେବ ବସୁଧା ଯୋଜନା ଅଧା ପନ୍ତରିଆ

masiha

ନୂଆପଡା ଜିଲ୍ଲାରୁ ୭୪ ଜଣ ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରାରେ ଅଯୋଧ୍ୟା ବାରଣାସୀ ଯାତ୍ରା 

masiha

ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ କାର୍ଗିଲ୍ ବିଜୟ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!