ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଷ୍ଟି ଶିକ୍ଷା ଅଧିକାରୀ ଓ ତିନି ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପାପଡାହାଣ୍ଡି,05/05,ମନିସ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିରଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ଠାରେ ନିଖିଳ ଉତ୍କଳ ପ୍ରାଥମିକ ସଙ୍ଘ ତରଫରୁ ପାପଡାହାଣ୍ଡି ଗୋଷ୍ଟି ଶିକ୍ଷା ଅଧିକାରୀ ଓ ତିନି ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି | ଆୟୋଜିତ ସଭାରେ ନିଖିଳ ଉତ୍କଳ ପ୍ରାଥମିକ ସଙ୍ଘ ସଭାପତି ସୁଦର୍ଶନ ମାଝୀ ଙ୍କ ସଭାପତିତ୍ୱ ରେ ପାପଡାହାଣ୍ଡି ଅବସର ପ୍ରାପ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ବୀରେନ୍ଦ୍ର କୁମାର ପାଢ଼ୀ, ଶିକ୍ଷକ ରମେଶ ଚନ୍ଦ୍ର ମଣ୍ଡଳ, ଶିକ୍ଷକ ଗୋଲକ ବିହାରୀ ସାହୁ,ଶିକ୍ଷକ ଅଞ୍ଜଳି ଚକ୍ରବର୍ତ୍ତି, ମୁଖ୍ୟବକ୍ତା ରାମକ୍ରିଷ୍ଣା ପ୍ରଧାନୀ ମଞ୍ଚାସିନ ରହିଥିଲେ | ନିଖିଳ ଉତ୍କଳ ସଙ୍ଘ ତରଫରୁ ଗୋଷ୍ଟି ଶିକ୍ଷା ଅଧିକାରୀ ଓ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା | ଏହି ଅବସରରେ ଅତିଥି ମାନେ କହିଥିଲେ ପାପଡାହାଣ୍ଡି ବ୍ଲକ ଶିକ୍ଷା ଅଧିକାରୀ ଭାବେ ବୀରେନ୍ଦ୍ର କୁମାର ପାଢ଼ୀ 2021ଜୁନ 16ତାରଖ ଠାରୁ ପାପଡାହାଣ୍ଡି ବ୍ଲକ ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ ଗତ ଏପ୍ରିଲ 30ତାରିଖ 2023ଦିନ ଅବସର ହୋଇଥିଲେ,ସେ ଏହି ଅଳ୍ପ ସମୟ ଭିତରେ ବ୍ଲକର ଦୁଇ ରୁ ଶହ ଉର୍ଦ୍ଧ ବଦ୍ୟାଳୟ ପରିଦର୍ଶନ କରି ଅସୁବିଧା ସୁବିଧା ସବୁ ବୁଝିଥିଲେ | ତାଙ୍କ ଉଦ୍ୟମ ଫଳରେ ଶିକ୍ଷକ ମାନଙ୍କୁ ମାସ ର ପ୍ରଥମ ତାରିଖ ରେ ଦରମା ପାଇ ପାରୁଥିଲେ | ସେ ଶିକ୍ଷକତା ରୁ ଆରମ୍ଭ କରି ବି ଇ ଓ ପଦବୀ ରେ ଅବସର ହୋଇଛନ୍ତି | ସେ ଜଣେ ଆଦର୍ଶ ଶିକ୍ଷକ, ଓ ସାନ୍ତ ସ୍ଵଭାଵ ର ଥିଲେ ବୋଲି ଶିକ୍ଷକ ମାନେ କହିଥିଲେ | ଅତିଥିମାନେ ଅବସର ପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ମଣ୍ଡଳ, ଗୋଲକ ବିହାରୀ ସାହୁ, ଅଞ୍ଜଳି ଚକ୍ରବତୀ ଙ୍କ ଚାକରି ଜୀବନ ସମ୍ଫର୍କ ରେ ଆଲୋଚନା କରିଥିଲେ | ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ଜଗନ୍ନାଥ ମାଝୀ କରିଥିବା ବେଳେ ହରିହର ଦାସ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇ ଥିଲେ | ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରୁ ସଙ୍ଘ ସମ୍ପାଧକ ରତିକାନ୍ତ ପଣ୍ଡା,, ସଂଜୀବ ପଣ୍ଡା, ପ୍ରଶାନ୍ତ ପଣ୍ଡା, ପ୍ରତିମା ୟାଦବ, କିଶୋର ବେହେରା ଶିବ ପାତ୍ର,ଲକ୍ଷୀଧର ମାଝୀ, ମାଧବୀ ପରିଚ୍ଛା ପ୍ରମୁଖ ଉପସ୍ଥିତ ରହିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମା’ କୀଚକେଶ୍ବରୀ କୋଚିଂ ସେଣ୍ଟରର ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ

masiha

ଧର୍ମପ୍ରାଣାଙ୍କ ପରଲୋକ

masiha

ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ପ୍ରକାଶ

masiha

Leave a Comment

error: Content is protected !!