ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଭିଲ ଜଜ୍ କୋର୍ଟ ସ୍ଥାନାନ୍ତରକୁ ନେଇ ଅସନ୍ତୋଷ

ମାନ୍ୟବର ଜିଲ୍ଲା ସେସନ ଜଜ ଓ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ

କଳାହାଣ୍ଡି ଜିଲ୍ଲା ଜୟପାଟଣାଠାରେ ସିଭିଲ ଜଜ୍ କୋର୍ଟ(ସିନିଅର ଡିଭିଜନ) କୋର୍ଟ ଖୋଲିବା ପାଇଁ ଅନୁମତି ମିଳିଛି । ତେବେ ଏଥିରେ କୋକସରା ବ୍ଲକ ତହସିଲ ଅଞ୍ଚଳକୁ ସାମିଲ କରାଯାଇଛି । ପୂର୍ବରୁ ଧର୍ମଗଡ଼ ସିଭିଲ ଡିଭିଜନ କୋର୍ଟ ଅଧିନରେ କୋକସରା ତହସିଲ ଅଞ୍ଚଳ ରହିଥିବା ବେଳେ ଏବେ ତାହା ଜୟପାଟଣା ସିଭିଲ କୋର୍ଟରେ ସାମିଲ ପରେ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ସ୍ଥାନାନ୍ତରକୁ ପ୍ରତିବାଦ କରି ଗତ ମଙ୍ଗଳବାର କୋକସରା ସଚେତନ ନାଗରିକ ମଞ୍ଚ ଓ ଜନ ପ୍ରତିନିଧିଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଜୟପାଟଣା ସ୍ଥାନାନ୍ତର ହେଲେ ଲୋକଙ୍କୁ ଗମନାଗମନ ସୁବିଧା ସୁଯୋଗ ନ ଥିବାରୁ ହଇରାଣ ହେବାକୁ ପଡ଼ିବ ବୋଲି କୁହାଯାଉଛି । ଏହାକୁ ବିରୋଧ କରି ଏହାର ପୁନର୍ବିଚାର କରି କୋକସରା ତହସିଲ ଅଞ୍ଚଳକୁ ପୂର୍ବଭଳି ଧର୍ମଗଡ଼ ସିଭିଲକୋର୍ଟ ସିନିୟରରେ ରହିବାକୁ ଦାବିପତ୍ର ପ୍ରଦାନ କରାଯାଇଛି । କୋକସରା ଓ ଧର୍ମଗଡ଼ ଓକିଲ ସଂଘ ପକ୍ଷରୁ ଗତ ଶୁକ୍ରବାର ଦିନ

ଦାୟିତ୍ବରେ ଥିବା ଭାରପ୍ରାପ୍ତ ମାନ୍ୟବର ସେସନ ଜଜଙ୍କୁ ସାକ୍ଷାତ କରି ମୁଖ୍ୟ ବିଚାରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ସମୟରେ ଧର୍ମଗଡ଼ ଓକିଲ ସଂଘ ସଭାପତି ପ୍ରସନ୍ନ ଅଗସ୍ତି, ସମ୍ପାଦକ ବିଶ୍ୱରଞ୍ଜନ ମୁଣ୍ଡ, ବିନୋଦ ବିହାରୀ ନାଏକ, ଭବାନୀ ଶଙ୍କର ପଣ୍ଡା, କୋକସରା ଓକିଲ ସଂଘ ପକ୍ଷରୁ ମନୋଜ କୁମାର ନାଏକ, ଅଜିତ କୁମାର ପଟ୍ଟନାୟକ, ରସିକ ରାଜ ଦୁର୍ଗା, ମାନସ ରଞ୍ଜନ ସିଂ, ଲଳିତ କୁମାର ଦାସ ଉପସ୍ଥିତ ଥିଲେ। 

ପୁନଶ୍ଚ ଏନେଇ ଆଜି ସଚେତନ ନାଗରିକ ମଞ୍ଚ, ଜନ ପ୍ରତିନିଧି ଓ ଓକିଲ ସଂଘ ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେସା ରେଡ୍ଡିଙ୍କୁ ଭେଟି ଏହାର ପୁନର୍ବିଚାର କରି ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ବିଜେଡି ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼, ଆଇନଜୀବୀ ଅଜିତ କୁମାର ପଟ୍ଟନାୟକ, ମାନସ ରଞ୍ଜନ ସିଂ, ଯୁବ ସମାଜସେବି ସଞ୍ଜୟ ସିଙ୍ଘଲ, ବିକାଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ କାୟା କଳ୍ପ ନିର୍ଦ୍ଧାରଣ କମିଟିର ପରିଦର୍ଶନ

Sunil Chandra Nayak

ଗଳାପୋଲ ତଳେ ବର୍ଷା ଯୋଗୁଁ ୫ ଫୁଟ ପାଣି ଠିଆ; ଯୋଗାଯୋଗ ବିଚ୍ଛିନ୍ନ; ଉତ୍ୟକ୍ତ ଜନତାଙ୍କ ଦ୍ୱାରା ଟ୍ରେନ ଅଟକ 

Sunil Chandra Nayak

କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ପେନସନ ପ୍ରଦାନ

masiha

Leave a Comment

error: Content is protected !!