ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ମା ବିମଳାୟି କ୍ରିକେଟ ଟୁର୍ଣ୍ଣ।ମେଣ୍ଟ କୁଟେନ ଗାଁ ଚମ୍ପିୟାନ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଖସିଗୁଡା ମା ବିମଳାୟି ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ସିଜନ ୨ ର କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପ୍ରାୟ ୨୪ ଟି ଦଳ ଅଂଶ ଗ୍ରହଣ କରିଥିଲେ ।ଏହି ପ୍ରତିଯୋଗିତା ୧୩ ଦିନ ଧରି ଖସିଗୁଡା ମାଉସି ମନ୍ଦିର ନିକଟସ୍ଥ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା ।ଉଦଯାପିତ ଫାଇନାଲ ଖେଳ ମାଟି ଗାଁ କ୍ରିକେଟ ଦଳ ଏବଂ କୁଟେନ ଗାଁ କ୍ରିକେଟ ଦଳ ମଧ୍ୟରେ ଏକ ସଂଘର୍ଷ ପୂର୍ଣ ଖେଳ ଅନୁଷ୍ଠିତ ହୋଇଥିଲା ।ଏଥିରେ ମାଟି ଗାଁ ଦଳ ପ୍ରଥମେ ଟଚ ଜିତି ନିର୍ଦ୍ଧାରିତ ୧୦ ଓଭରରେ ସମସ୍ତ ଓଇକେଟ ହରାଇ ୧୨୨ ରନ କରିଥିଲେ ।ଜବାବରେ କୁଟେନ ଗାଁ ଦଳ ୭ ଓଇକେଟ ହରାଇ ୧୨୮ ରନ କରି ବିଜୟ ଲାଭ କରି ଚାମ୍ପିଅନ ହୋଇଥିଲେ ।ଏଥିରେ ମା ବିମଳାୟି ଅନୁଷ୍ଠାନର ସଭାପତି ଅଂଶୁମାନ ଯୋଶୀ ,ସମ୍ପାଦକ ଶମ୍ଭୁ ପାତ୍ର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।ଉଦଯାପିତ ପୁରସ୍କାର ବିତରଣ ଉତ୍ସବ ରେ ଜୁନାଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କ୍ରୀଡା ପ୍ରେମୀ ମାନଙ୍କୁ ଉତ୍ସ।ହିତ କରିଥିଲେ ।ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ସମାଜସେବୀ ଆଦିତ୍ୟ ପ୍ରସାଦ ରାୟ ଗୁରୁ ,ସଦାନନ୍ଦ ପାତ୍ର ,କାର୍ତ୍ତିକ ହଂସ ,ମଣି ନ।ଏକ ,ସୁବଳ ଠାକୁର ,ଧର୍ମେନ୍ଦ୍ର ନ।ଏକ ପ୍ରମୁଖ ଯୋଗ ଦାନ କରି ବିଜେତା ଓ ଉପ ବିଜେତା ଦଳକୁ ପୁରସ୍କୃତ କରିଥିଲେ ।ଖେଳକୁ ପରିଚାଳନା କରିଥିଲେ କୁଶ ହଂସ ଓ ମିଥୁନ ବାଗ ।ଧାରା ବିବରଣୀ ପ୍ରଦାନ କରିଥିଲେ ସଞ୍ଜିତ ପାତ୍ର ଓ ବରୁଣ ନ।ଏକ ।ମ୍ୟାନ ଅ ଫ ଦି ମ୍ୟାଚ ବେଣୁଧର ଓ ମ୍ୟାନ ଅଫ ଦ ସିରିଜ ଭାବରେ ଜିତୁକୁ ପୁରସ୍କୃତ କରିଥିଲେ ।ଅନୁଷ୍ଠାନର ଅଚ୍ୟୁତ ବାଗ ,ଶାଶ୍ୱତ ପାତ୍ର ,କୁନାଲ ପାତ୍ର ,ବବଲୁ ବେମାଲ ,ରିତେଶ ବାଗ ,ଜିତୁ ହଂସ ,କୁଶ ହଂସ ,ରଞ୍ଜନ ପାତ୍ର ,ରାମ ଚଣ୍ଡି ,ରାହୁଲ ସୁନାନୀ ,ଅବକାନ୍ତ କଟା ,ମିଥୁନ ବାଗ ପ୍ରମୁଖ ସହ ଯୋଗ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ନବରଙ୍ଗପୁର ଠାରେ ଓଡିଶା କ୍ରୀଡ଼ା ମହକୁମ୍ବ ମୁଖ୍ୟମନ୍ତ୍ରୀ କପ୍ ଭଲିବଲ୍ , କବାଡି , ଫୁଟବଲ୍ ଓ ଖୋକୋ ଟୁର୍ଣ୍ଣାମେଣ୍ଟ ଉଦଘାଟିତ 

Sunil Chandra Nayak

ଅବ୍ଯବସ୍ଥା ମଧ୍ୟରେ ଉଦଯାପିତ ହେଲା ବ୍ଲକ ସ୍ତରୀୟ ଖେଳ ଓ କ୍ରୀଡ଼ା ପ୍ରତିଯୋଗିତ

masiha

ପ୍ରଜ୍ଞା ମେମୋରିଆଲ ରାଜ୍ୟ ‌ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଚତୁର୍ଥ ଦିବସରେ କନ୍ଧମାଳ ସ୍ପୋର୍ଟସ ହଷ୍ଟେଲ ବିଜୟୀ

Sunil Chandra Nayak

Leave a Comment

error: Content is protected !!