ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶାରାଜନୀତି

ବଢ଼ିଲା ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା । ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ଇସ୍ତଫା ଦେଲେ

ବଢ଼ିଲା ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳ ବଦଳ ଚର୍ଚ୍ଚା । ଇସ୍ତଫା ଦେଲେ ବାଚସ୍ପତି ବିକ୍ରମ ଆରୁଖ। ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ । ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ । ପୂର୍ବରୁ ସେ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ଦାୟିତ୍ବରେ ଥିଲେ ।

ସେପଟେ ବାଚସ୍ପତିଙ୍କ ପରେ ଇସ୍ତଫା ଦେଲେ ଦୁଇ ମନ୍ତ୍ରୀ । ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଛନ୍ତି । ଏହି ଦୁଇ ରାଷ୍ଟ୍ରମନ୍ତ୍ରୀଙ୍କ ଆଜି ଇସ୍ତଫା ଦେଇଛନ୍ତି । ଉଭୟେ କାହିଁକି ଇସ୍ତଫା ଦେଲେ ସେ ସମ୍ପର୍କରେ କୌଣସି ସୂଚନା ମିଳିନି।

ଏହି ଦୁଇ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ପରେ ରାଜ୍ୟ ମନ୍ତ୍ରିମଣ୍ଡଳରେ ଅଦଳ ବଦଳ ଚର୍ଚ୍ଚା ଜୋର ଧରିଛି।ଉଭୟ ମନ୍ତ୍ରୀ ନବୀନ ସରକାରରେ ବିବାଦୀୟ ଥିଲେ ବୋଳି ଚର୍ଚ୍ଚା ଜୋର ଧରିଛି। ପୁରୀ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ସମୀର ଦାସଙ୍କ ଉପରଙ୍କୁ ଆଙ୍ଗୁଳି ଉଠିଥିଲା । ସେହିଭଳି ନିକଟରେ ପୁରୀ ଜିଲ୍ଲା ପରିଷଦ ଜୋନ୍ ନିର୍ବାଚନରେ ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ପରାଜୟ ପରେ ସମୀରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା । ଏପଟେ କିଛି ଦିନ ତଳେ ବିଜେଡିର ଜଣେ ମହିଳା କର୍ମୀ,ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ନିର୍ଯାତନା ନେଇ ଥାନାରେ ଏତଲା ଦେଇଥିଲେ। ଏହାକୁ ନେଇ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମଧ୍ୟ ବିବାଦରେ ଥିଲେ। ତେବେ ଉଭୟେ କେଉଁ କାରଣରୁ ଇସ୍ତଫା ଦେଲେ ସେ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

ତେବେ ଦୁଇ ମନ୍ତ୍ରୀଙ୍କ ପୂର୍ବରୁ ବାଚସ୍ପତି ବିକ୍ରମ ଆରୁଖ ଇସ୍ତଫା ଦେଇଛନ୍ତି । ବିକ୍ରମ ଆରୁଖ ଆଜି ହଠାତ ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ସେ ପଦବୀରୁ ଇସ୍ତଫା ଦେଇଥିବା କହିଛନ୍ତି । ସେ ଉପବାଚସ୍ପତି ରଜନୀକାନ୍ତ ସିଂଙ୍କ ନିକଟକୁ ତାଙ୍କ ଇସ୍ତଫାପତ୍ର ପଠାଇ ଦେଇଛନ୍ତି । ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖିଛନ୍ତି ଭଞ୍ଜନଗର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବିକ୍ରମ କେଶରୀ ଆରୁଖ କହିଛନ୍ତି ‘ଦଳ ଯେତେବେଳେ ତାଙ୍କୁ ଯେଉଁ ଦାୟିତ୍ୱ ଦେଇଛି, ସେ ତାକୁ ନିର୍ବାହ କରିଛନ୍ତି। ‘ତାଙ୍କୁ ଭବିଷ୍ୟତରେ ଯାହା ବି ଦାୟିତ୍ବ ମିଳିବ, ତାକୁ ସେ ନିର୍ବାହ କରିବେ’। ‘ଦଳରେ କିମ୍ବା ସରକାରରେ ତାଙ୍କୁ ପରବର୍ତ୍ତୀ ଯେଉଁ ଦାୟିତ୍ୱ ମିଳିବ, ତାକୁ ସେ ଦାୟିତ୍ୱର ସହ ତୁଲାଇବେ ବୋଲି କହିଛନ୍ତି ବିକ୍ରମ ଆରୁଖ।

ଆଗକୁ ମନ୍ତ୍ରୀମଣ୍ଡଳରେ ସମ୍ପ୍ରସାରଣ ହୋଇପାରେ ବୋଲି ଆରମ୍ଭ ହୋଇଛି କଳ୍ପନା ଜଳ୍ପନା । ସାଧାରଣ ନିର୍ବାଚନକୁ ଆଉ ପ୍ରାୟ ବର୍ଷେ ବାକିଥିବା ବେଳେ ଏଭଳି ସମୟରେ ପ୍ରଶାସନକୁ ଅଧିକ ଲୋକାଭିମୁଖୀ କରିବା ଓ ଦଳ ଓ ସରକାରରେ ଚଳଚଞ୍ଚଳତା ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । ଆଗକୁ ବାଚସ୍ପତି ପଦରେ କିଏ ବସିବ ମନ୍ତ୍ରୀମଣ୍ଡଳରେ କିଏ ସ୍ଥାନ ପାଇବେ ଏବଂ ମନ୍ତ୍ରୀମାନଙ୍କ ବିଭାଗରେ କେତେ ଅଦଳବଦଳ ହେବ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ‘ଜନଜାଗରଣ ଅଭିଯାନ’

ୱାର୍ଲ୍ଡ ହୋମ୍ ଇଣ୍ଟରନ୍ୟାସନାଲ୍ ପକ୍ଷରୁ’ପରିକଳ୍ପିତ ଓଡ଼ିଶା-୨0୩୬’ ଶୀର୍ଷକ ପାଠଚକ୍ର 

masiha

କୋକସରା ଠାରେ ବାଜପେୟୀଙ୍କ ଜନ୍ମ ଜୟନ୍ତୀରେ ସ୍ମୃତି ଚାରଣ କଲେ ଭାଜପା କର୍ମି 

masiha

Leave a Comment

error: Content is protected !!