ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିମିଳିପାଳ ନର୍ସିଂ କଲେଜରେ ଆନ୍ତର୍ଜାତିକ ସେବିକା ଦିବସ

ମୟୂରଭଞ୍ଜ – ୧୨/୫ (ମସିହା) ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସ୍ବାସ୍ଥ୍ୟ ଶିକ୍ଷା ଅନୁଷ୍ଠାନ ଶିମିଳିପାଳ ନର୍ସିଂ କଲେଜ ଆନୁକୁଲ୍ୟରେ ଶୁକ୍ରବାର ଦିନ ଆନ୍ତର୍ଜାତିକ ସେବିକା ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଅଧ୍ଯକ୍ଷ ଇଂ ଦିନବଂଧୁ ମହାନ୍ତ,,ପ୍ରାକ୍ତନ ନିର୍ଦେଶକ ଇଂ ଉମାକାନ୍ତ ମହାନ୍ତ, ଶିକ୍ଷା ପ୍ରଶାସକ ତଥା ଅଧୀବକ୍ତା ଭବାନୀ ଶଙ୍କର ମହାନ୍ତି,ଅଧ୍ୟାପିକା ପ୍ରିୟଙ୍କା ଦାସ,ଅଧ୍ୟାପିକା ପ୍ରିୟ ଦର୍ଶିନୀ ମହାନ୍ତ,ଅଜୟ ମହାପାତ୍ର,ତାପସ ମହାନ୍ତ,ଇଂ ଗୌରାଙ୍ଗ ମହାନ୍ତ, ଅବିନାଶ ବାରିକ୍,ପ୍ରଦ୍ୟୁମ୍ନ ଦତ୍ତ,ରମାକାନ୍ତ ମହାନ୍ତ,ସୁନିଲ ମହାନ୍ତ ,ମିନା ମହାନ୍ତ ପ୍ରମୁଖ ଯୋଗ ଦେଇ ଫ୍ଳୋରେନ୍ସ ନାଇଟିଙ୍ଗେଲଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ଇଂ ଦୀନବନ୍ଧୁ ମହାନ୍ତ କହିଥିଲେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସେବିକାମାନଙ୍କ ଭୂମିକା ସାରା ବିଶ୍ବରେ ଅତୁଳନୀୟ, ଅନନ୍ୟ ଓ ଅବର୍ଣ୍ଣନୀୟ ।ମାନବ ସେବା ହିଁ ମାଧବ ସେବା ।ସେବା ପାଇଁ ସେ ସେବିକା ମାନଙ୍କ ତ୍ଯାଗ, କର୍ତ୍ତବ୍ୟ, ସମର୍ପଣ ମନୋଭାବ,ପ୍ରେମ,ନିଷ୍ଠା, ଦାୟିତ୍ଵବୋଧକୁ କେହି ଅସ୍ବୀକାର କରି ପାରିବେ ନାହିଁ । ନର୍ସିଂ ତଥା ସେବାର ପ୍ରତିକ , ସମାଜ ସଂସ୍କାରକ,ପ୍ରଶିକ୍ଷିକା ତଥା ନର୍ସ ମାନଙ୍କ ର ପ୍ରାତଃ ସ୍ମରଣୀୟ ଆଇକନ ତଥା ବିଶ୍ବର ଅନନ୍ୟା ନଳିନୀ ଇଟାଲୀ ଜନ୍ମିତ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମ ୧୮୨୦ ମଇ ୧୨ ତାରିଖ । କ୍ରିମିଆ ଯୁଦ୍ଧ ସମୟରେ ଯୁଦ୍ଧରେ ମୃତ ଓ ଆହତ ମାନଙ୍କ ଜୀବନ ରକ୍ଷା ପାଇଁ ଯେଉଁ ସେବା କରିଥିଲେ ଏବଂ ସେଵିକା ମାନଙ୍କୁ ପ୍ରଶିକ୍ଷିତ କରାଇ ସେବାରେ ନିୟୋଜିତ କରାଇ ଵହୁ ମୂଲ୍ୟ ଜୀବନ ରକ୍ଷା କରିବା ତାହା ଚିରସ୍ମରଣୀୟ ଅଟେ।୧୯୬୫ ମସିହାରୁ ଜାତିସଂଘ ଅନୁମୋଦନରେ ଆନ୍ତର୍ଜାତୀୟ ସେଵିକା ଦିବସ ସମଗ୍ର ଵିଶ୍ବରେ ପାଳିତ ହୋଇ ଆସୁଛି ‌। ସମସ୍ତଙ୍କର ଧାରଣା ଡାକ୍ତରମାନେ ହିଁ ଭଗବାନ ଏବଂ ତାଙ୍କ ଦାୟିତ୍ଵ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲେ ଚିକିତ୍ସା ସରକାରୀ ହସ୍ପିଟାଲ କିମ୍ବା ବେସରକାରୀ ହସ୍ପିଟାଲରେ ରୋଗୀମାନଙ୍କ କଲ୍ୟାଣ,ନିରାପତ୍ତା ଓ ଚିକିତ୍ସା ପାଇଁ ସେବିକା ମାନେ ହିଁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥାନ୍ତି ।କରୋନା ମହାମାରୀ ସମୟରେ ସେବିକା ମାନଙ୍କର ଭୂମିକା ସାରା ବିଶ୍ବବ୍ୟାସୀ ଆଜିଯାଏଁ ଭୁଲି ନାହାଁନ୍ତି ।ଚଳିତ ବର୍ଷ ଏହି ଦିବସରେ ପ୍ରସଙ୍ଗ ହେଉଛି ‘ଆମରି ସେବିକା,ଆମରି ଭବିଷ୍ୟତ ‘ । ତଦସହ ଅନ୍ୟତମ ଅତିଥି ଇଂ ଉମାକାନ୍ତ ମହାନ୍ତ ଛାତ୍ରଛାତ୍ରୀ ମାନଙ୍କୁ ନର୍ସିଂ ସେବା ସମୟ ଉପଯୋଗୀ ସେବା ଉପରେ ଗୁରୁତ୍ବ ଦେଇ ନିଷ୍ଠାପର ଭାବରେ ସେବା ଉପରେ ଗୁରୁତ୍ବ ଦେବାକୁ ଉପଦେଶ ଦେଇଥିଲେ।ନର୍ସିଂ ସେବା ଏକ ମହତ ସେବା ।ସେବା ମନୋଭାବ ନେଇ ରୋଗୀ ସେବା କରିବା ଲାଗି ପ୍ରଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ ।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରଶିକ୍ଷାର୍ଥୀଙ୍କୁ ଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ପରେ ଫ୍ଳୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମ ଦିନ ଅବସରରେ କେକ୍ କଟାଯାଇଥିଲା । ପରସ୍ପରକୁ କେକ୍ ଓ ମିଷ୍ଟାନ୍ନ ବଣ୍ଟନ କରି ଖୁସିରେ ପାଳନ କରିଥିଲେ ।ଶେଷରେ ଶିକ୍ଷା ପ୍ରଶାସକ ଭବାନୀ ଶଙ୍କର ମହାନ୍ତି ସମସ୍ତ ନର୍ସିଂ ଛାତ୍ରଛାତ୍ରୀ ମାନଙ୍କ ଉତ୍ତରୋତ୍ତର କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜିଲ୍ଲା ଶ୍ରମ ବିଭାଗ ତରଫରୁ ଓଡ଼ିଆ ନାମ ଫଳକ ଅଭିଯାନ 

Sunil Chandra Nayak

ନିଟ ରେ ସଫଳ ଖାତିଗୁଡା ର ବିଦ୍ୟାର୍ଥୀ ସମ୍ମାନିତ

Sunil Chandra Nayak

ଯୁକ୍ତ ୨ ବିଜ୍ଞାନ, କଳା ଓ ବାଣିଜ୍ୟ ପରିକ୍ଷା ରେ ଛାତ୍ରୀଛାତ୍ର ମାନଙ୍କ ସଫଳତା 

masiha

Leave a Comment

error: Content is protected !!