ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିଏସଇ ପରୀକ୍ଷାରେ କେରଳ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ସଫଳତା

ମୟୂରଭଞ୍ଜ – ୧୪/୫ (ମସିହା)୨୦୨୨-୨୩ ଶିକ୍ଷା ବର୍ଷର ଆସିଏସଇ ଦ୍ବାରା ପରିଚାଳିତ ୧୦ ମ ଶ୍ରେଣୀ ବୋର୍ଡ ପରୀକ୍ଷାର ଆଜି ଫଳ ପ୍ରକାଶ ପାଇଛି ।ଏହି ପରୀକ୍ଷାରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ଅଗ୍ରଣୀ ଆସିଏସଇ ଇଂରାଜୀ ମିଡିୟମ ସ୍କୁଲର ୭୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତିର୍ଣ ହୋଇଛନ୍ତି । ପ୍ରଥମ ଶ୍ରେଣୀରେ ୬୭ ଜଣ , ଦିତୀୟ ଶ୍ରେଣୀରେ ୩ ଜଣ ଏବଂ ତୃତୀୟ ଶ୍ରେଣୀରେ ଜଣେ ସମେତ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ଛାତ୍ର ସି ନିମିର ତିରିଆ ୯୭.୮ପ୍ରତିଶତ ରଖି ପ୍ରଥମ, ଧ୍ର ଭାଟସ ୯୭.୮ ପ୍ରତିଶତ,ପାର୍ଥ ଅଗ୍ରୱାଲ ୯୭.୮ ପ୍ରତିଶତ,ଆଞ୍ଜେଲା ଅଗ୍ରୱାଲ ୯୭.୪ ପ୍ରତିଶତ ରଖିଛନ୍ତି ।ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ତ୍ରିପାଠୀ, ମୁଖ୍ୟ ପରିଚାଳକ ଡଃ ଶ୍ରୀକାନ୍ତ ନାୟାର ସମସ୍ତ ଛାତ୍ରଛାତ୍ରୀ ,ତାଙ୍କର ଅଭିଭାବକ ଓ ଅଭିଭାବିକାଙ୍କୁ ଶୁଭେଛା ଜଣାଇବାସ ହଁ ଉତ୍ତରୋତ୍ତର କାମନା କରିଛନ୍ତି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ଅଧ୍ୟକ୍ଷା ଗୀତାଞ୍ଜଳି ତ୍ରିପାଠୀଙ୍କ ପ୍ରଚେଷ୍ଟା,ବିଦ୍ୟାଳୟର ପରିବେଶ, ଶୃଙ୍ଖଳା, ଶିକ୍ଷାଦାନ ଉପରେ କଡା ଦୃଷ୍ଟିକୋଣ ଏବଂ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଉଚିତ ଶିକ୍ଷାଦାନ,ଭଲ ପାଇବା,ଗାଇଡ କରିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ସଫଳତାର ପାହାଚ ଛୁଇଁଥିବା କଥା କହିଛନ୍ତି । ଏଥିପାଇଁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବଦାନ ଏବଂ ଘରେ ବାପା ମା’ଙ୍କ ପ୍ରଚେଷ୍ଟା ସହ ନିଜର କଠିନ ପରିଶ୍ରମ ଯୋଗୁଁ ସଫଳତା ପାଇଛନ୍ତି  ବୋଲି କହିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରୋଗୀ କଲ୍ୟାଣ ସମିତି ପରିଚାଳନା କମିଟି ବୈଠକ

Sunil Chandra Nayak

କୌଶିକ ବାବା ଡିଗ୍ରୀ କଲେଜରେ ସ୍ୱାଗତ ସମାରୋହ

Sunil Chandra Nayak

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ରେ ବିଶ୍ଵ କ୍ୟାନସର ଦିବସ ଏବଂ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!