ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗ ଓ ବେଦାନ୍ତ ହସ୍ପିଟାଲ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର

ଲାଞ୍ଜିଗଡ଼,୧୭/୦୫(ମନିସ)-ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ ସିଏସ୍ଆର୍ ବିଭାଗ ଓ ବେଦାନ୍ତ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ପଞ୍ଚାୟତ କାର୍ଯ୍ୟାଳୟଠାରେ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି ! ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ମେଗା ସ୍ୱାସ୍ଥ୍ୟ ଶିବିରରେ ମୁଖ୍ୟଅତିଥି ଭାବେ ବନ୍ଧପାରି ସରପଞ୍ଚ ଜଗବନ୍ଧୁ ମାଝୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗର ଉପମୁଖ୍ୟ ଦିଲିପ ପ୍ରଜାପତି, ସିଏସ୍ଆର୍ ବିଭାଗର ବଣ୍ଟିରାଣୀ ପାଟଗିରି, ଋତୁପର୍ଣ୍ଣା ଚାଟାର୍ଜୀ, ବନ୍ଧପାରି ସମିତି ସଭ୍ୟା ପଦ୍ମାବତୀ ବାଗ, ନାଏବ ସରପଞ୍ଚ କିଆ ବାଗ ପ୍ରମୁଖ ଯୋଗ ଦେଇଥିଲେ ! ଶିବିରରେ ବନ୍ଧପାରି, କୁମଖାଲ ଓ ବେଡାଗାଁ ପଞ୍ଚାୟତର ବିଭିନ୍ନ ଗାଁରୁ ଚାରିଶହରୁ ଉର୍ଦ୍ଧ୍ବ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ! ବେଦାନ୍ତ ଲିମିଟେଡ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁଙ୍କ ନେତ୍ରୁତ୍ବରେ ବେଦାନ୍ତ ହସ୍ପିଟାଲ ତରଫରୁ ଡା. ରୁଦ୍ର କୁମାର କର, ଡା. ଗୀତଞ୍ଜଳି ଦେଇ, ଡା ଆଦେଶ ପ୍ରସାଦ ମାଝୀ, ଡା ପ୍ରଶାନ୍ତ କୁମାର ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ! 

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ମାରୱାଡ଼ି ଯୁବା ମଞ୍ଚ ଓ ସୁବର୍ଣ୍ଣରେଖା ମହିଳା ମଞ୍ଚର ମିଳିତ ଉଦ୍ୟମ ରେ ରକ୍ତଦାନ ଶିବିର ରେ 102 ୟୁନିଟ ରକ୍ତ ସଂଗ୍ରହ 

Sunil Chandra Nayak

ରାଇରଙ୍ଗପୁର – ଗୋରୁମହିଷାଣୀ ଲୌହ ଖଣି ଅଂଚଳରେ ଉତ୍କଳ ପୋଲି କ୍ଲିନିକ୍ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର

ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!