ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗ ଓ ବେଦାନ୍ତ ହସ୍ପିଟାଲ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର

ଲାଞ୍ଜିଗଡ଼,୧୭/୦୫(ମନିସ)-ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ ସିଏସ୍ଆର୍ ବିଭାଗ ଓ ବେଦାନ୍ତ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଲାଞ୍ଜିଗଡ଼ ବ୍ଲକ ବନ୍ଧପାରି ପଞ୍ଚାୟତ କାର୍ଯ୍ୟାଳୟଠାରେ ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି ! ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ମେଗା ସ୍ୱାସ୍ଥ୍ୟ ଶିବିରରେ ମୁଖ୍ୟଅତିଥି ଭାବେ ବନ୍ଧପାରି ସରପଞ୍ଚ ଜଗବନ୍ଧୁ ମାଝୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବେଦାନ୍ତ ଲିମିଟେଡ୍ ସିଏସ୍ଆର୍ ବିଭାଗର ଉପମୁଖ୍ୟ ଦିଲିପ ପ୍ରଜାପତି, ସିଏସ୍ଆର୍ ବିଭାଗର ବଣ୍ଟିରାଣୀ ପାଟଗିରି, ଋତୁପର୍ଣ୍ଣା ଚାଟାର୍ଜୀ, ବନ୍ଧପାରି ସମିତି ସଭ୍ୟା ପଦ୍ମାବତୀ ବାଗ, ନାଏବ ସରପଞ୍ଚ କିଆ ବାଗ ପ୍ରମୁଖ ଯୋଗ ଦେଇଥିଲେ ! ଶିବିରରେ ବନ୍ଧପାରି, କୁମଖାଲ ଓ ବେଡାଗାଁ ପଞ୍ଚାୟତର ବିଭିନ୍ନ ଗାଁରୁ ଚାରିଶହରୁ ଉର୍ଦ୍ଧ୍ବ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହିତ ମାଗଣା ଔଷଧ ବଣ୍ଟନ କରାଯାଇଥିଲା ! ବେଦାନ୍ତ ଲିମିଟେଡ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁଙ୍କ ନେତ୍ରୁତ୍ବରେ ବେଦାନ୍ତ ହସ୍ପିଟାଲ ତରଫରୁ ଡା. ରୁଦ୍ର କୁମାର କର, ଡା. ଗୀତଞ୍ଜଳି ଦେଇ, ଡା ଆଦେଶ ପ୍ରସାଦ ମାଝୀ, ଡା ପ୍ରଶାନ୍ତ କୁମାର ପ୍ରମୁଖ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ! 

ଲାଞ୍ଜିଗଡ଼ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

କରୋନା ଭୟ: କୋଭିଡ୍ ମହାମାରୀର ବିପଦ ଏଯାଏଁ ଟଳି ନାହିଁ, ମାସ୍କ ନିଶ୍ଚୟ ପିନ୍ଧନ୍ତୁ

Sunil Chandra Nayak

ଓଡ଼ିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚର ଆହ୍ବାନ କ୍ରମେ ଧର୍ମଗଡ ମାରୱାଡି ଯୁବା ମଞ୍ଚ ପକ୍ଷରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ଢେଙ୍କାନାଳ ଗଁଦିଆ ବ୍ଲକରେ ବିଭିନ୍ନ ପଞ୍ଚାୟତ ରେ ଧରିଲାଣି ରୋଗ ଲୋକ ଙ୍କ ପକ୍ଷରୁ ସୂଚନା , ଆଖିଧରା ସ୍ଥିତି ବିଗିଡ଼ିଲେ ଜାରି ହୋଇପାରେ ମାର୍ଗଦର୍ଶିକା: ଜନସ୍ୱାସ୍ଥ୍ୟ ନିର୍ଦେଶକ

Sunil Chandra Nayak

Leave a Comment

error: Content is protected !!