ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର … ଓଡିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ ଥିଲେ ସଚ୍ଚି ରାଉତରାୟ

ରାଉରକେଲା/ ସହରର ସର୍ବପୁରାତନ ସାହିତ୍ୟ ଅନୁଷ୍ଠାନ ଆଦର୍ଶ ପାଠାଗାର ପକ୍ଷରୁ ମାସିକ ସାହିତ୍ୟ ଆସର ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି । ପୂରାତନ ସାହିତ୍ୟିକ, କବି ଙ୍କ କାଳଜୟୀ ସୃଷ୍ଟିକୁ ଲୋକଲୋଚନକୁ ଆଣିବା ପ୍ରତିବଦ୍ଧତା ନେଇ ପାଠାଗାର ତରଫରୁ ପ୍ରୟାସ ଆରମ୍ଭ କରାଯାଇଥିବା ବେଳେ ଏହି କ୍ରମରେ ଅନୁଷ୍ଠାନର ଉପଦେଷ୍ଟା ଅଭୟ କୁମାର ଦାସ ଙ୍କ ମାଗଦର୍ଶନ ଓ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତା ତଥା ଉପସଭାପତି ଡଃ ସନାତନ ପ୍ରଧାନଙ୍କ ଆବାହକତ୍ବ ଓ ସଂଯୋଜନାରେ ଆୟୋଜିତ ଏହି ଆସରରେ ପ୍ରାକ୍ତନ ଇତିହାସ ବିଭାଗର ଅଧ୍ୟାପକ ଡଃ ପ୍ରଭାତ କୁମାର ମଲ୍ଲିକ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ‘ ମାଟି ଓ ମଣିଷର କବି ସଚ୍ଚି ରାଉତରାୟ’ ସଂପର୍କରେ ଆଲୋଚନା କରିଥିଲେ । ଡଃ ମଲ୍ଲିକ ଏହି ଅବସରରେ କହିଲେ ଯେ ସଚ୍ଚି ରାଉତରାୟ ଓଡିଆ ଗଦ୍ୟ କବିତାର ଜନକ ତଥା ଅତ୍ୟାଧୁନିକତାର ପ୍ରବର୍ତ୍ତକ । ବାସ୍ତବତାକୁ ଅନୁଭବ କରି ସେ ତାକୁ କବିତା ରୂପ ଦେଇଥିଲେ । ଏହି ଅବସରରେ ମୋନାଲିସା ମିଶ୍ର ‘ ଛାଟ’ ଶୀର୍ଷକ ଗଳ୍ପ ପାଠ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଡଃ ଜୟନ୍ତୀ ପାଢୀ ଓ ଅର୍ଚ୍ଚନା ମହାନ୍ତିଙ୍କ ସଂଯୋଜନାରେ କବି କୁଞ୍ଜବିହାରୀ ରାଉତ, ଡା କୃପାସିନ୍ଧୁ ନାୟକ, ତାରିଣୀ ଚରଣ ସାହୁ, ମୀନକେତନ ପଶାୟତ, ରଶ୍ମି ସାହୁ, ସବିତା ବସ୍ତିଆ,ସାଗର ମହାନ୍ତି, ଗୀତାରାଣୀ ବେହେରା, ଆଶୁତୋଷ ଜ୍ୟୋତିଷୀ,ଅଜୟ ମହାନ୍ତି, କିଶୋରୀ ମୋହନ କର, ପ୍ରତାପରୁଦ୍ର ତ୍ରିପାଠୀ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲାବେଳେ ଅନୁଷ୍ଠାନର ସଭାପତି ଚନ୍ଦ୍ରଶେଖର ଶତପଥୀ, ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଉପଦେଷ୍ଟା ଗୋପୀନାଥ ପଟ୍ଟନାୟକ, ବାଉରୀବଂଧୁ ସାହୁ, ଅନିଲ କୁମାର ଦାଶ, ମନୋଜ କୁମାର ପଣ୍ଡା, ସୁଶାନ୍ତ ନାୟକ, ରାଜୀବ ପାଣି, ପର୍ଶୁରାମ ପଟ୍ଟନାୟକ, ଟୁକୁଲା ପାଢୀ, ପଞ୍ଚାନନ ପାତ୍ର, ଶିବପ୍ରସାଦ ଦାସ, ସୁକାନ୍ତ ମହାପାତ୍ର, ଆର୍ତ୍ତତ୍ରାଣ ମହାପାତ୍ର, ଅକ୍ଷୟ ସାମଲ, ବ୍ରଜେନ୍ଦ୍ର ଦାଶ,ଜଗନ୍ନାଥ ରାଉତ, କରୁଣାକର ପାଟ୍ଟଶାଣୀ, ଆରତୀ ଚୌଧୁରୀ, ଅଶୋକ ପଟ୍ଟନାୟକ, ଜ୍ଞାନେନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ଆବାହକ ଡଃ ପ୍ରଧାନ ଅତିଥିଙ୍କ ପରିଚୟ, କାର୍ଯ୍ୟକ୍ରମର ଆଭିମୁଖ୍ଯ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ତେନ୍ତୁଳିଖୁଣ୍ଟି ବ୍ରାହ୍ମଣ ସମାଜ ର ସତେଇଶ ତମ ବୈଠକ ଅଞ୍ଚଳଗୁମ୍ମା ରେ ଅନୁଷ୍ଠିତ  

ଶାରଳା ସାଂସ୍କୃତିକ ପରିଷଦର ୫୫ତମ ବାର୍ଷିକ ଉତ୍ସବ 

Sunil Chandra Nayak

48 Adivasi Students Felicitated for Academic Excellence in Sundargarh

masiha

Leave a Comment

error: Content is protected !!